ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ଆସନ୍ତାକାଲି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ଆସନ୍ତାକାଲି ବିଜେଡି ପାଳନ କରିବ ୨୯ତମ ପ୍ରତିଷ୍ଠା ଦିବସ। ନବୀନ ପଟ୍ଟନାୟକଙ୍କ ଶାସନରେ ଏସବୁ ପାଳନ କରିଛି ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରାଯାଇଛି। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ, ଅଭାବୀରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ, ଆର୍ଥିକସ୍ତରରେ ସଶକ୍ତ କରିବାର ସଂଗ୍ରାମରେ ବିଜେଡି ସଫଳତା ପାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

ଆଜି ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ଦରଦାମ ବୃଦ୍ଧି ବିରୋଧରେ ଯେଉଁ ବିଶାଳ ସମାବେଶ ହୋଇଥିଲା, ସେଥିରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ୨୯ ବର୍ଷରେ ସେହି ସଂକଳ୍ପକୁ ପୁଣି ଆଗକୁ ନିଆଯିବ।

ଆହୁରି ପଢ଼ନ୍ତୁ: ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ

ଆସନ୍ତାକାଲି ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେବେ। ସକାଳ ୧୦ଟା ରେ ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ ରାଲି ଆସି ଶଙ୍ଖ ଭବନରେ ପହଂଚିବ। ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଆଗାମୀ ଦିନରେ ବିଜେଡି ପୁଣି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବ। ୧୮ ମାସରେ ଓଡ଼ିଶାକୁ ବିପର୍ଯୟ ଆଡ଼କୁ ବିଜେପି ସରକାର ଠେଲି ଦେଲାଣି। ଲୋକେ ଏହାର ଜବାବ ମାଗିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

25 Dec 2025 By Madhusudan Das

ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ଆସନ୍ତାକାଲି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି

ଭୁବନେଶ୍ୱର: ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ଆସନ୍ତାକାଲି ବିଜେଡି ପାଳନ କରିବ ୨୯ତମ ପ୍ରତିଷ୍ଠା ଦିବସ। ନବୀନ ପଟ୍ଟନାୟକଙ୍କ ଶାସନରେ ଏସବୁ ପାଳନ କରିଛି ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରାଯାଇଛି। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ, ଅଭାବୀରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ, ଆର୍ଥିକସ୍ତରରେ ସଶକ୍ତ କରିବାର ସଂଗ୍ରାମରେ ବିଜେଡି ସଫଳତା ପାଇଛି।

ଆଜି ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ଦରଦାମ ବୃଦ୍ଧି ବିରୋଧରେ ଯେଉଁ ବିଶାଳ ସମାବେଶ ହୋଇଥିଲା, ସେଥିରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ୨୯ ବର୍ଷରେ ସେହି ସଂକଳ୍ପକୁ ପୁଣି ଆଗକୁ ନିଆଯିବ।

ଆସନ୍ତାକାଲି ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେବେ। ସକାଳ ୧୦ଟା ରେ ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ ରାଲି ଆସି ଶଙ୍ଖ ଭବନରେ ପହଂଚିବ। ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଆଗାମୀ ଦିନରେ ବିଜେଡି ପୁଣି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବ। ୧୮ ମାସରେ ଓଡ଼ିଶାକୁ ବିପର୍ଯୟ ଆଡ଼କୁ ବିଜେପି ସରକାର ଠେଲି ଦେଲାଣି। ଲୋକେ ଏହାର ଜବାବ ମାଗିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର