ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ: ୬ ପ୍ରସଙ୍ଗରେ ସରକାରଙ୍କୁ ହେବ ଷଣ୍ଢୁଆସୀ ଆକ୍ରମଣ

Madhusudan Das Picture
Published On

ଭୁବନେଶ୍ୱର: ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଙ୍କର ରାଜନୈତିକ ପରାମର୍ଶଦାତା  ଡ. ସଂତୃପ୍ତ ମିଶ୍ର, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ବିକ୍ରମ ଆରୁଖ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ଏହି ବୈଠକରେ ବିଶେଷ କରି ୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । 

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ବୈଠକ ପରେ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ତଥା ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳର ସଭାପତିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କ ସମସ୍ୟା ସମେତ ରାଜ୍ୟରେ ଚରମ ଆଇନ ଶୃଙ୍ଖଳା ପରିସ୍ଥିତି, ସଂଖ୍ୟାଲଘୁ ଓ ଦଳିତ ମାନଙ୍କ ପ୍ରତି ଅତ୍ୟାଚାର, ପଲ୍ୟୁସନ ସାର୍ଟିଫିକେଟ୍‌ ନାଁରେ ଲୋକଙ୍କ ଉପରେ ଜିଜିଆ କର ଆଦାୟ କରିବା, ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ସ୍କାମକୁ ନେଇ ବୈଠକରେ ଆଲୋଚନା ହୋଇଛି । ସେହିପରି ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ୧୦୦ରୁ ଊର୍ଦ୍ଧ୍ବ ଇଣ୍ଡଷ୍ଟ୍ରିଆଲ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀର ତଳ ମୁଣ୍ଡରେ ଓଡ଼ିଶାର ୧୩ଟି ଜିଲ୍ଲା ପ୍ରଭାବିତ ହୋଇଛି। ପିଇବା ପାଣି ସ୍କିମ୍‌ ଠାରୁ ଆରମ୍ଭ କରି, ଅଣମୌସୁମୀ ଜଳସେଚନ, ଶକ୍ତି ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ଆଜି ଦିନରେ ରାଜ୍ୟର ପ୍ରମୁଖ ସମସ୍ୟା ସାଜିଛି। ମହାନଦୀର ସୁରକ୍ଷା ଏବଂ ଓଡି଼ଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଏକ ବ୍ୟାପକ ଜନ ଆନ୍ଦୋଳନ କରିଥିଲା, ଯାହା ଫଳରେ କେନ୍ଦ୍ର ସରକାର ରାଜ୍ୟର ଆଇନଗତ ଲଢେ଼ଇ ପରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। 

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

ରାଜ୍ୟ ସରକାରଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କର ସ୍ୱାର୍ଥ ଓ ମହାନଦୀର ଜଳ ପ୍ରବାହର ସୁରକ୍ଷା କ୍ଷେତ୍ରରେ ବିଜେଡି ଆଭିମୁଖ୍ୟରେ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଓଡ଼ିଶାର ଜନସାଧାରଣଙ୍କୁ ଯେଉଁ ୨୧ଟି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା, ସେ ସମ୍ପର୍କରେ ରାଜନୈତିକ ବ୍ୟାପାର କମିଟିରେ ବ୍ୟାପକ ଭାବରେ ଚର୍ଚ୍ଚା ଓ ଆଲୋଚନା କରାଯାଇଛି। ଓଡ଼ିଶାର ଜନସାଧାରଣଙ୍କ ଭୋଟ୍‌ ନେଲା ପରେ ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରଥିବାରୁ ସେ ସମ୍ପର୍କରେ ରାଜ୍ୟବ୍ୟାପୀ ୱାର୍ଡ, ପଞ୍ଚାୟତ, ବ୍ଲକ, ନିର୍ବାଚନ ମଣ୍ଡଳୀ, ଜିଲ୍ଲା, ଏନଏସି, ପୌରପରିଷଦ ଓ ମହାନଗର ନିଗମ ସ୍ତରରେ ବିଜେଡି ପକ୍ଷରୁ ସରକାରଙ୍କ ବିଫଳତା ଏବଂ ପ୍ରତାରଣା ବରୋଧରେ ସଶକ୍ତ ଜନମତ ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦୁର୍ନୀତିରେ ଶୂନ୍ୟ ସହନଶୀଳତା, ଚିଟ୍‌ଫଣ୍ଡ ସ୍କାମ୍‌ରେ ପ୍ରଭାବିତ ଜନସାଧାରଣଙ୍କୁ ୧୮ ମାସ ମଧ୍ୟରେ ପ୍ରାପ୍ୟ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଓଡ଼ିଶାର ଚାଷୀକୁଳକୁ ବିନା କଟନୀ ଛଟନୀରେ ୩୧୦୦ ଟଙ୍କା କୁଇଣ୍ଟାଲ ପ୍ରାପ୍ୟ, ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର , ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି, ବୟସ୍କ ବ୍ୟକ୍ତିମାନଙ୍କୁ ୩ ହଜାର ଟଙ୍କା ଭତ୍ତା, ୩୦୦ ୟୁନିଟ୍‌ ମାଗଣା ବିଜୁଳି, ମତ୍ସ୍ୟଜୀବୀ ମାନଙ୍କୁ ୧୦ ହଜାର ଟଙ୍କା ଭତ୍ତା, ପଞ୍ଚାୟତ, ଜିଲ୍ଲା ସଦର ମହକୁମା ଓ ଷ୍ଟେଟ୍‌ କ୍ୟାପିଟାଲକୁ ନୂତନ ଭାବେ ୭୫,୦୦୦ କିମି ଗ୍ରାମ୍ୟ ଓ ସହରୀ ରାସ୍ତା ନିର୍ମାଣ, ୪ଟି ସହରରେ ଆଇଟି ପାର୍କ, ମେକ୍‌ ଇନ୍‌ ଓଡ଼ିଶା ସ୍କିମ୍‌ ମାଧ୍ୟମରେ ଓଡ଼ିଶାର ବିକାଶ, ପାରାଦୀପ, ଧାମରା, ରାଉରକେଲା ଓ ସମ୍ୱଲପୁର ମଧ୍ୟରେ ଶିଳ୍ପ କରିଡର ପ୍ରତିଷ୍ଠା, ୨ ବର୍ଷ ମଧ୍ୟରେ ୬୫ ହଜାର ନିଯୁକ୍ତି, କେନ୍ଦୁପତ୍ର ତୋଳାଳୀ ମାନଙ୍କର ସମସ୍ୟାର ସମାଧାନ, ପିଏମ୍‌ ଆବାସ ଯୋଜନା ମାଧ୍ୟମରେ ୧୫ ଲକ୍ଷ ନୂତନ ଗୃହ ନିର୍ମାଣ, ଜଳଜୀବନ ମିଶନ ଜରିଆରେ ୨୬ ଲକ୍ଷ ପରିବାରକୁ ପିଇବା ପାଣିର ବ୍ୟବସ୍ଥା, ବାକି ଥିବା ପୁରୀ ପରିକ୍ରମା ପ୍ରକଳ୍ପର ପୂର୍ଣ୍ଣାଙ୍ଗ, ପଶ୍ଚିମ ଓଡ଼ିଶାରେ ୩ ଟି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି ପକ୍ଷରୁ ଶ୍ରୀ ଦାସବର୍ମା କହିଛନ୍ତି। ବିଜୁ ଜନତା ଦଳ ଖୁବଶୀଘ୍ର ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ରୂପରେଖ ଘୋଷଣା କରିବ ବୋଲି ଦଳ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। 

22 Jan 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର