ବାପାମାଆ ବିକ୍ରି କରି ଦେଇଥିବା ଶିଶୁ କନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ଡାରିପୋଖରୀ ପୋଲିସ

Madhusudan Das Picture
Published On

ଭଦ୍ରକ: ବାପାମାଆ ବିକ୍ରି କରି ଦେଇଥିବା ଶିଶୁ କନ୍ୟା ଉଦ୍ଧାର । ଭଣ୍ଡାରିପୋଖରୀ ଅଞ୍ଚଳରେ ହୋଇଥିଲା ଶିଶୁବିକ୍ରି । ମାସକର ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ । ପୁଅ ଓ ବହୁ ମିଶି ଶିଶୁ କନ୍ୟାକୁ ବିକ୍ରି କରିଦେଇଥିବା ନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ଜେଜେମା। ଅଭାବରେ ପଡ଼ି ଏକ ମାସର ଶିଶୁକନ୍ୟାକୁ ୩୫ ହଜାର ଟଙ୍କାରେ ବାପା ବିକ୍ରି କରି ଦେଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ଜେଜେମାଙ୍କ ଅଭିଯୋଗ ଅନୁସାରେ, ଗତକାଲି ମାସକର ନାତୁଣୀକୁ ପୁଅ ସିପୁ ଦାସ ଓ ବହୁ ମିଶି ଗତ ୧୨ ତାରିଖରେ ମେଡିକାଲ ନେବାକୁ କହି ନେଇ ଯାଇଥିଲେ। ପୁଅ ବୋହୁ ଫେରିଲେ ହେଲେ ନାତୁଣୀ ଫେରି ନଥିଲା। ପଚାରିବାରୁ ପୁଅ ବୋହୁ ପାଟିତୁଣ୍ଡ କରିଥିଲେ। ନାତୁଣୀକୁ ବିକ୍ରି କିମ୍ବା ମାରି ଦେଇଥିବା ନେଇ ଜେଜେମା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହିତ କଟକରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଓ ଶିଶୁ କନ୍ୟାକୁ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ଯାଞ୍ଚ କରୁଛି ପୋଲିସ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

14 Jan 2026 By Madhusudan Das

ବାପାମାଆ ବିକ୍ରି କରି ଦେଇଥିବା ଶିଶୁ କନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ଡାରିପୋଖରୀ ପୋଲିସ

ଭଦ୍ରକ: ବାପାମାଆ ବିକ୍ରି କରି ଦେଇଥିବା ଶିଶୁ କନ୍ୟା ଉଦ୍ଧାର । ଭଣ୍ଡାରିପୋଖରୀ ଅଞ୍ଚଳରେ ହୋଇଥିଲା ଶିଶୁବିକ୍ରି । ମାସକର ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ । ପୁଅ ଓ ବହୁ ମିଶି ଶିଶୁ କନ୍ୟାକୁ ବିକ୍ରି କରିଦେଇଥିବା ନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ଜେଜେମା। ଅଭାବରେ ପଡ଼ି ଏକ ମାସର ଶିଶୁକନ୍ୟାକୁ ୩୫ ହଜାର ଟଙ୍କାରେ ବାପା ବିକ୍ରି କରି ଦେଇଥିବା ଜଣାପଡିଛି ।

ଜେଜେମାଙ୍କ ଅଭିଯୋଗ ଅନୁସାରେ, ଗତକାଲି ମାସକର ନାତୁଣୀକୁ ପୁଅ ସିପୁ ଦାସ ଓ ବହୁ ମିଶି ଗତ ୧୨ ତାରିଖରେ ମେଡିକାଲ ନେବାକୁ କହି ନେଇ ଯାଇଥିଲେ। ପୁଅ ବୋହୁ ଫେରିଲେ ହେଲେ ନାତୁଣୀ ଫେରି ନଥିଲା। ପଚାରିବାରୁ ପୁଅ ବୋହୁ ପାଟିତୁଣ୍ଡ କରିଥିଲେ। ନାତୁଣୀକୁ ବିକ୍ରି କିମ୍ବା ମାରି ଦେଇଥିବା ନେଇ ଜେଜେମା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହିତ କଟକରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଓ ଶିଶୁ କନ୍ୟାକୁ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ଯାଞ୍ଚ କରୁଛି ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର