ବ୍ୟାଙ୍କରେ ନକଲି ସୁନା ରଖି ୮୫ଲକ୍ଷ ଋଣ, ଅଭିଯୁକ୍ତ ଗିରଫ

Madhusudan Das Picture
Published On

ବାଲିଗୁଡ଼ା: ଲୋକେ ବନ୍ଧକ ରଖୁଥିବା ସୁନା ଅସଲି ନା ନକଲି, ତାହା ଯାଞ୍ଚ କରିବା ପାଇଁ ବ୍ୟାଙ୍କ ଆପ୍ରାଇଜର୍‌ ଭାବେ ନିୟୋଜିତ ହୋଇଥିଲେ। ମାତ୍ର ନିଜେ ତଞ୍ଚକତା କରି ବ୍ୟାଙ୍କକୁ ୮୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ମାରିଦେଲେ। ଏପରି ଜଣେ ଧୂର୍ତ୍ତ ବଣିଆକୁ ବାଲିଗୁଡ଼ା ପୁଲିସ ଆଜି ବ୍ରହ୍ମପୁରରୁ ଗିରଫ କରିଛି। ସେ ହେଲା ପି. ସତ୍ୟରାମ ଆଚାରୀ। ୩ ଜଣଙ୍କ ନାମରେ ନକଲି ସୁନା ରଖି ସେ ଏପରି ଠକେଇ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

ସୂଚନାନୁସାରେ, ବାଲିଗୁଡ଼ାରେ ସତ୍ୟରାମଙ୍କ ଏକ ସୁନା ଅଳଙ୍କାର ଦୋକାନ ଥିଲା। ସେ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ କିଛି ବର୍ଷ ଧରି ଆପ୍ରାଇଜର୍‌ ଥିଲେ। ଏହାର ସୁଯୋଗ ନେଇ ନିଜର ସୁନା ଦୋକାନରେ କାମ କରୁଥିବା ୩ କର୍ମଚାରୀଙ୍କ ନାମରେ ୧୪ଗୋଟି ନକଲି ସୁନା ଅଳଙ୍କାର ବନ୍ଧକ ରଖି ୮୫ ଲକ୍ଷ ୮୬ ହଜାର ଟଙ୍କା ଋଣ ନେଇଥିଲେ। 
କର୍ମଚାରୀମାନେ ଜାଣିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇଯାଉଥିଲା। ଟଙ୍କା ନ ସୁଝିବାରୁ ୨୦୨୪ରେ ନିଲାମ ପାଇଁ ଯାଞ୍ଚ ହେବାରୁ ଏହା ନକଲି ସୁନା ବୋଲି ଜଣାପଡ଼ିଥିଲା। ଗତ ମେ’ ୨୧ ଦିନ ବାଲିଗୁଡା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଂଜନ ନାୟକ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ରଖି ଋଣ ନେଇଥିବା ନେଇ ଏତଲା ଦେଇଥିଲେ। ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଖବର ପାଇ ଅଭିଯୁକ୍ତ ଆଚାରୀ ଫେରାର ହୋଇଯାଇଥିଲା। ସେ ବ୍ରହ୍ମପୁରରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ବାଲିଗୁଡାର କିଛି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେ ଲକ୍ଷାଧିକ ଟଙ୍କା ଧାର ନେଇଥିବା ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ

୨୦୨୪ ସେପ୍ଟେମ୍ୱର ମାସରେ ଫୁଲବାଣୀ ୟୁକୋ ବ୍ୟାଙ୍କର ସହକାରୀ ପରିଚାଳକ ଓ ଭଞ୍ଜନଗର ଜଣେ ସୁନାରି ବାଲିଗୁଡା ୟୁକୋ ବ୍ୟାଙ୍କରେ ପହଞ୍ଚି ପୁନର୍ବାର ସୁନାର ଯାଞ୍ଚ କରିଥିଲେ। କିନ୍ତୁ ଏହି ଘଟଣାରେ ବ୍ୟାଙ୍କର କିଛି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ମଧ୍ୟ କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

08 Nov 2025 By Madhusudan Das

ବ୍ୟାଙ୍କରେ ନକଲି ସୁନା ରଖି ୮୫ଲକ୍ଷ ଋଣ, ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: ଲୋକେ ବନ୍ଧକ ରଖୁଥିବା ସୁନା ଅସଲି ନା ନକଲି, ତାହା ଯାଞ୍ଚ କରିବା ପାଇଁ ବ୍ୟାଙ୍କ ଆପ୍ରାଇଜର୍‌ ଭାବେ ନିୟୋଜିତ ହୋଇଥିଲେ। ମାତ୍ର ନିଜେ ତଞ୍ଚକତା କରି ବ୍ୟାଙ୍କକୁ ୮୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ମାରିଦେଲେ। ଏପରି ଜଣେ ଧୂର୍ତ୍ତ ବଣିଆକୁ ବାଲିଗୁଡ଼ା ପୁଲିସ ଆଜି ବ୍ରହ୍ମପୁରରୁ ଗିରଫ କରିଛି। ସେ ହେଲା ପି. ସତ୍ୟରାମ ଆଚାରୀ। ୩ ଜଣଙ୍କ ନାମରେ ନକଲି ସୁନା ରଖି ସେ ଏପରି ଠକେଇ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବାଲିଗୁଡ଼ାରେ ସତ୍ୟରାମଙ୍କ ଏକ ସୁନା ଅଳଙ୍କାର ଦୋକାନ ଥିଲା। ସେ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ କିଛି ବର୍ଷ ଧରି ଆପ୍ରାଇଜର୍‌ ଥିଲେ। ଏହାର ସୁଯୋଗ ନେଇ ନିଜର ସୁନା ଦୋକାନରେ କାମ କରୁଥିବା ୩ କର୍ମଚାରୀଙ୍କ ନାମରେ ୧୪ଗୋଟି ନକଲି ସୁନା ଅଳଙ୍କାର ବନ୍ଧକ ରଖି ୮୫ ଲକ୍ଷ ୮୬ ହଜାର ଟଙ୍କା ଋଣ ନେଇଥିଲେ। 
କର୍ମଚାରୀମାନେ ଜାଣିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇଯାଉଥିଲା। ଟଙ୍କା ନ ସୁଝିବାରୁ ୨୦୨୪ରେ ନିଲାମ ପାଇଁ ଯାଞ୍ଚ ହେବାରୁ ଏହା ନକଲି ସୁନା ବୋଲି ଜଣାପଡ଼ିଥିଲା। ଗତ ମେ’ ୨୧ ଦିନ ବାଲିଗୁଡା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଂଜନ ନାୟକ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ରଖି ଋଣ ନେଇଥିବା ନେଇ ଏତଲା ଦେଇଥିଲେ। ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଖବର ପାଇ ଅଭିଯୁକ୍ତ ଆଚାରୀ ଫେରାର ହୋଇଯାଇଥିଲା। ସେ ବ୍ରହ୍ମପୁରରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ବାଲିଗୁଡାର କିଛି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେ ଲକ୍ଷାଧିକ ଟଙ୍କା ଧାର ନେଇଥିବା ପୁଲିସ ସୂଚନା ଦେଇଛି।

୨୦୨୪ ସେପ୍ଟେମ୍ୱର ମାସରେ ଫୁଲବାଣୀ ୟୁକୋ ବ୍ୟାଙ୍କର ସହକାରୀ ପରିଚାଳକ ଓ ଭଞ୍ଜନଗର ଜଣେ ସୁନାରି ବାଲିଗୁଡା ୟୁକୋ ବ୍ୟାଙ୍କରେ ପହଞ୍ଚି ପୁନର୍ବାର ସୁନାର ଯାଞ୍ଚ କରିଥିଲେ। କିନ୍ତୁ ଏହି ଘଟଣାରେ ବ୍ୟାଙ୍କର କିଛି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ମଧ୍ୟ କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର