Ghooskhor Pandat Controversy: FIR ପରେ ନେଟଫ୍ଲିକ୍ସରୁ ହଟିଲା 'ଘୁଷଖୋର ପଣ୍ଡତ' ଟିଜର, ସଫେଇ ଦେଲେ ନୀରଜ ପାଣ୍ଡେ

Tapas Ranjan Nanda Picture
Published On

ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁଷଖୋର ପଣ୍ଡତ’ (Ghooskhor Pandat)ର ଟିଜର ରିଲିଜ୍ ହେବା ମାତ୍ରେ ଏହାକୁ ନେଇ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି। ଫିଲ୍ମର ଶୀର୍ଷକକୁ ନେଇ ବିରୋଧ ଏତେ ମାତ୍ରାରେ ବଢିଯାଇଥିଲା ଯେ, ନିକଟରେ ଲକ୍ଷ୍ନୌରେ ଏନେଇ ଏକ ଏଫଆଇଆର (FIR) ମଧ୍ୟ ରୁଜୁ ହୋଇଥିଲା। ବିବାଦକୁ ଦୃଷ୍ଟିରେ ରଖି ଏବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ (Netflix) ଏକ ବଡ଼ ପଦକ୍ଷେପ ନେଇଛି। ନେଟଫ୍ଲିକ୍ସ ନିଜର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଫିଲ୍ମର ଟିଜର ଏବଂ ଅନ୍ୟାନ୍ୟ ପ୍ରମୋସନାଲ କଣ୍ଟେଣ୍ଟକୁ ହଟାଇ ଦେଇଛି।

ଆହୁରି ପଢ଼ନ୍ତୁ: ଆସିଲା ଅନୁଷ୍କା ଶେଟ୍ଟୀ ଓ ଜୟସୂର୍ଯ୍ୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କଥାନାର: ଦି ୱାଇଲ୍ଡ ସର୍ସରର୍'ର ଟିଜର୍

କାହିଁକି ହେଉଛି ବିବାଦ?

ଫିଲ୍ମର ନାମ ‘ଘୁଷଖୋର ପଣ୍ଡତ’ ରଖାଯାଇଥିବାରୁ ବ୍ରାହ୍ମଣ ସମାଜ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଏହାକୁ ଦୃଢ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି ଯେ, ‘ପଣ୍ଡତ’ ବା ପଣ୍ଡିତ ଶବ୍ଦ ସହ ‘ଘୁଷଖୋର’ ଭଳି ଶବ୍ଦ ଯୋଡିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବନାକୁ ଆଘାତ ଲାଗିଛି ଏବଂ ଏହା ଅପମାନଜନକ ଅଟେ। ଏହି ମାମଲାରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ନିର୍ମାତା ଓ ଡିଷ୍ଟ୍ରିବ୍ୟୁଟରମାନେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପିତୃତ୍ୱ ଅବକାଶକୁ ନେଇ ସଂସଦରେ ସ୍ୱର ଉଠାଇଲେ ରାଘବ ଚଢ଼ା: ସ୍ୱାମୀଙ୍କୁ ପ୍ରଶଂସା କଲେ ପରିଣୀତି ଚୋପ୍ରା

ନିର୍ମାତା ନୀରଜ ପାଣ୍ଡେଙ୍କ ସ୍ପଷ୍ଟୀକରଣ

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଫିଲ୍ମର ଲେଖକ ତଥା ନିର୍ମାତା ନୀରଜ ପାଣ୍ଡେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ରୂପେ ଏକ କାଳ୍ପନିକ କପ୍ ଡ୍ରାମା। ଏଥିରେ ବ୍ୟବହୃତ ‘ପଣ୍ଡତ’ ଶବ୍ଦ କୌଣସି ଜାତିକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ନିଆଯାଇ ନାହିଁ, ବରଂ ଏକ କାଳ୍ପନିକ ଚରିତ୍ର ପାଇଁ ବ୍ୟବହାର କରାଯାଇଛି। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୁଁ ଦାୟିତ୍ୱବାନ ଏବଂ କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଆମେ ଏହି ପଦକ୍ଷେପ ନେଇଛୁ।”

ମନୋଜ ବାଜପେୟୀ କ’ଣ କହିଲେ?

ମୁଖ୍ୟ ଅଭିନେତା ମନୋଜ ବାଜପେୟୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ସେ ସର୍ବସାଧାରଣଙ୍କ ଭାବନା ଓ ଚିନ୍ତାଧାରାକୁ ସମ୍ମାନ କରନ୍ତି। ଯଦି କୌଣସି ବିଷୟବସ୍ତୁ କାହାକୁ ଆଘାତ ଦେଉଛି, ତେବେ ତାହା ବିଚାରଯୋଗ୍ୟ। ଏହା କେବଳ ଜଣେ ଭୁଲ୍ ବ୍ୟକ୍ତିର ଆତ୍ମ-ଉପଲବ୍ଧିର ଯାତ୍ରା ଥିଲା, କୌଣସି ସମ୍ପ୍ରଦାୟ ଉପରେ ଟିପ୍ପଣୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

06 Feb 2026 By Tapas Ranjan Nanda

Ghooskhor Pandat Controversy: FIR ପରେ ନେଟଫ୍ଲିକ୍ସରୁ ହଟିଲା 'ଘୁଷଖୋର ପଣ୍ଡତ' ଟିଜର, ସଫେଇ ଦେଲେ ନୀରଜ ପାଣ୍ଡେ

ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁଷଖୋର ପଣ୍ଡତ’ (Ghooskhor Pandat)ର ଟିଜର ରିଲିଜ୍ ହେବା ମାତ୍ରେ ଏହାକୁ ନେଇ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି। ଫିଲ୍ମର ଶୀର୍ଷକକୁ ନେଇ ବିରୋଧ ଏତେ ମାତ୍ରାରେ ବଢିଯାଇଥିଲା ଯେ, ନିକଟରେ ଲକ୍ଷ୍ନୌରେ ଏନେଇ ଏକ ଏଫଆଇଆର (FIR) ମଧ୍ୟ ରୁଜୁ ହୋଇଥିଲା। ବିବାଦକୁ ଦୃଷ୍ଟିରେ ରଖି ଏବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ (Netflix) ଏକ ବଡ଼ ପଦକ୍ଷେପ ନେଇଛି। ନେଟଫ୍ଲିକ୍ସ ନିଜର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଫିଲ୍ମର ଟିଜର ଏବଂ ଅନ୍ୟାନ୍ୟ ପ୍ରମୋସନାଲ କଣ୍ଟେଣ୍ଟକୁ ହଟାଇ ଦେଇଛି।

କାହିଁକି ହେଉଛି ବିବାଦ?

ଫିଲ୍ମର ନାମ ‘ଘୁଷଖୋର ପଣ୍ଡତ’ ରଖାଯାଇଥିବାରୁ ବ୍ରାହ୍ମଣ ସମାଜ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଏହାକୁ ଦୃଢ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି ଯେ, ‘ପଣ୍ଡତ’ ବା ପଣ୍ଡିତ ଶବ୍ଦ ସହ ‘ଘୁଷଖୋର’ ଭଳି ଶବ୍ଦ ଯୋଡିବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବନାକୁ ଆଘାତ ଲାଗିଛି ଏବଂ ଏହା ଅପମାନଜନକ ଅଟେ। ଏହି ମାମଲାରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ନିର୍ମାତା ଓ ଡିଷ୍ଟ୍ରିବ୍ୟୁଟରମାନେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି।

ନିର୍ମାତା ନୀରଜ ପାଣ୍ଡେଙ୍କ ସ୍ପଷ୍ଟୀକରଣ

ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ଫିଲ୍ମର ଲେଖକ ତଥା ନିର୍ମାତା ନୀରଜ ପାଣ୍ଡେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ରୂପେ ଏକ କାଳ୍ପନିକ କପ୍ ଡ୍ରାମା। ଏଥିରେ ବ୍ୟବହୃତ ‘ପଣ୍ଡତ’ ଶବ୍ଦ କୌଣସି ଜାତିକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ନିଆଯାଇ ନାହିଁ, ବରଂ ଏକ କାଳ୍ପନିକ ଚରିତ୍ର ପାଇଁ ବ୍ୟବହାର କରାଯାଇଛି। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୁଁ ଦାୟିତ୍ୱବାନ ଏବଂ କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଆମେ ଏହି ପଦକ୍ଷେପ ନେଇଛୁ।”

ମନୋଜ ବାଜପେୟୀ କ’ଣ କହିଲେ?

ମୁଖ୍ୟ ଅଭିନେତା ମନୋଜ ବାଜପେୟୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ସେ ସର୍ବସାଧାରଣଙ୍କ ଭାବନା ଓ ଚିନ୍ତାଧାରାକୁ ସମ୍ମାନ କରନ୍ତି। ଯଦି କୌଣସି ବିଷୟବସ୍ତୁ କାହାକୁ ଆଘାତ ଦେଉଛି, ତେବେ ତାହା ବିଚାରଯୋଗ୍ୟ। ଏହା କେବଳ ଜଣେ ଭୁଲ୍ ବ୍ୟକ୍ତିର ଆତ୍ମ-ଉପଲବ୍ଧିର ଯାତ୍ରା ଥିଲା, କୌଣସି ସମ୍ପ୍ରଦାୟ ଉପରେ ଟିପ୍ପଣୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp