ମୁମ୍ବାଇରେ ଏମଡିଏସ ଛାତ୍ରୀଙ୍କ ଆତ୍ମହତ୍ୟା: ୬ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେ ପ୍ରେମିକ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

Tapas Ranjan Nanda Picture
Published On

ମୁମ୍ବାଇ: ମୁମ୍ବାଇରେ ଜଣେ ୨୪ ବର୍ଷୀୟା ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି, ଯେଉଁଥିରେ ସେ ନିଜ ପ୍ରେମିକଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ସମ୍ପର୍କକୁ ନେଇ ଅପମାନିତ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ରୀଙ୍କ ନାମ ସ୍ତୁତି ସୋନାୱାନେ ବୋଲି ଜଣାପଡିଛି। ଗତ ସୋମବାର ଆଣ୍ଟୋପ୍ ହିଲ୍ ଅଞ୍ଚଳରେ ଥିବା ନିଜ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ତାଙ୍କ ପ୍ରେମିକ ଫଜଲ ମହମ୍ମଦ ଖାନଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଜୟପୁରରେ ଚାଞ୍ଚଲ୍ୟକର ଘଟଣା: ଜନ୍ମଦିନରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

ପୋଲିସର ସୂଚନା ଅନୁଯାୟୀ, ସ୍ତୁତି ଲେଖିଥିବା ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ଏହି ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିରେ ସେ ସମ୍ପର୍କରେ ଥିବା ସମୟରେ ସେ ସମ୍ମୁଖୀନ ହୋଇଥିବା ମାନସିକ ଯନ୍ତ୍ରଣାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରେମିକଙ୍କ ଦ୍ୱାରା ବାରମ୍ବାର ଅପମାନ ଏବଂ ତାତ୍ସଲ୍ୟ ଯୋଗୁଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା ଉଲ୍ଲେଖ କରିଛନ୍ତି। ସ୍ତୁତି ଏବଂ ଫଜଲଙ୍କ ସାକ୍ଷାତ ଏକ ଡେଟିଂ ଆପ୍ ମାଧ୍ୟମରେ ହୋଇଥିଲା ଏବଂ ସେମାନେ ପ୍ରାୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ। ପରବର୍ତ୍ତୀ ସମୟରେ ସମ୍ପର୍କ ଆଗକୁ ବଢିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ସେମାନେ କେବଳ ବନ୍ଧୁ ଭାବେ ରହିବାକୁ ସ୍ଥିର କରିଥିଲେ।

ଆହୁରି ପଢ଼ନ୍ତୁ: ଜୟପୁରରେ ପତ୍ନୀଙ୍କ ବର୍ବରତା: ସ୍ୱାମୀଙ୍କୁ ହତ୍ୟା କରିବା ପରେ କଚରା ଗାଡ଼ିରେ ଫୋପାଡ଼ିଲେ ମୃତଦେହ, ପରିଚୟ ଲୁଚାଇବାକୁ ଲଗାଇଦେଲେ ନିଆଁ

ତଦନ୍ତରୁ ଜଣାପଡିଛି ଯେ, ଫଜଲଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସ୍ତୁତିଙ୍କ ଜୀବନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରବେଶ ହୋଇଥିଲା। ଏହି କଥାକୁ ନେଇ ଫଜଲ ଅସନ୍ତୁଷ୍ଟ ଥିଲେ ଏବଂ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଫଜଲ ସ୍ତୁତିଙ୍କ ବିରୋଧରେ କିଛି ଅଶାଳୀନ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ, ଯାହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ଏହି ସବୁ ବିଷୟକୁ ସେ ନିଜ ସୁଇସାଇଡ୍ ନୋଟ୍‌ରେ ସ୍ଥାନ ଦେଇଛନ୍ତି।

'ଫ୍ରିଜ୍' ମନ୍ତବ୍ୟକୁ ନେଇ ସାଙ୍ଗମାନଙ୍କ ଥଟ୍ଟା

ଚିଠିରେ ସ୍ତୁତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସାଙ୍ଗମାନେ ମଧ୍ୟ ଏହି ଅଶାନ୍ତ ସମ୍ପର୍କ ବିଷୟରେ ଜାଣିଥିଲେ। ଅନେକ ସମୟରେ ତାଙ୍କ ସାଙ୍ଗମାନେ ତାଙ୍କୁ ଥଟ୍ଟା କରି କହୁଥିଲେ ଯେ, ଆମେ ତୁମକୁ ଫ୍ରିଜ୍ ଭିତରେ ଦେଖିବାକୁ ଚାହୁଁନାହୁଁ। ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଘଟଣାକୁ ସୂଚାଇ ସାଙ୍ଗମାନେ ଏଭଳି କହୁଥିବା ବେଳେ ଏହା ସ୍ତୁତିଙ୍କ ମନରେ କେତେ ଭୟ ଓ ଦୁଃଖ ସୃଷ୍ଟି କରିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ସକାଳେ ଯେତେବେଳେ ସ୍ତୁତି ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲିନଥିଲେ, ତାଙ୍କ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ସେଠାରେ ସେ ଫାଶୀ ଲଗାଇଥିବା ଅବସ୍ଥାରେ ମିଳିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଣ୍ଟୋପ୍ ହିଲ୍ ପୋଲିସ ଫଜଲଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

11 Mar 2026 By Tapas Ranjan Nanda

ମୁମ୍ବାଇରେ ଏମଡିଏସ ଛାତ୍ରୀଙ୍କ ଆତ୍ମହତ୍ୟା: ୬ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେ ପ୍ରେମିକ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ମୁମ୍ବାଇରେ ଜଣେ ୨୪ ବର୍ଷୀୟା ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି, ଯେଉଁଥିରେ ସେ ନିଜ ପ୍ରେମିକଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ସମ୍ପର୍କକୁ ନେଇ ଅପମାନିତ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ରୀଙ୍କ ନାମ ସ୍ତୁତି ସୋନାୱାନେ ବୋଲି ଜଣାପଡିଛି। ଗତ ସୋମବାର ଆଣ୍ଟୋପ୍ ହିଲ୍ ଅଞ୍ଚଳରେ ଥିବା ନିଜ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ତାଙ୍କ ପ୍ରେମିକ ଫଜଲ ମହମ୍ମଦ ଖାନଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ସ୍ତୁତି ଲେଖିଥିବା ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ଏହି ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିରେ ସେ ସମ୍ପର୍କରେ ଥିବା ସମୟରେ ସେ ସମ୍ମୁଖୀନ ହୋଇଥିବା ମାନସିକ ଯନ୍ତ୍ରଣାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରେମିକଙ୍କ ଦ୍ୱାରା ବାରମ୍ବାର ଅପମାନ ଏବଂ ତାତ୍ସଲ୍ୟ ଯୋଗୁଁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା ଉଲ୍ଲେଖ କରିଛନ୍ତି। ସ୍ତୁତି ଏବଂ ଫଜଲଙ୍କ ସାକ୍ଷାତ ଏକ ଡେଟିଂ ଆପ୍ ମାଧ୍ୟମରେ ହୋଇଥିଲା ଏବଂ ସେମାନେ ପ୍ରାୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ। ପରବର୍ତ୍ତୀ ସମୟରେ ସମ୍ପର୍କ ଆଗକୁ ବଢିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ସେମାନେ କେବଳ ବନ୍ଧୁ ଭାବେ ରହିବାକୁ ସ୍ଥିର କରିଥିଲେ।

ତଦନ୍ତରୁ ଜଣାପଡିଛି ଯେ, ଫଜଲଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସ୍ତୁତିଙ୍କ ଜୀବନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରବେଶ ହୋଇଥିଲା। ଏହି କଥାକୁ ନେଇ ଫଜଲ ଅସନ୍ତୁଷ୍ଟ ଥିଲେ ଏବଂ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଫଜଲ ସ୍ତୁତିଙ୍କ ବିରୋଧରେ କିଛି ଅଶାଳୀନ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ, ଯାହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ଏହି ସବୁ ବିଷୟକୁ ସେ ନିଜ ସୁଇସାଇଡ୍ ନୋଟ୍‌ରେ ସ୍ଥାନ ଦେଇଛନ୍ତି।

'ଫ୍ରିଜ୍' ମନ୍ତବ୍ୟକୁ ନେଇ ସାଙ୍ଗମାନଙ୍କ ଥଟ୍ଟା

ଚିଠିରେ ସ୍ତୁତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସାଙ୍ଗମାନେ ମଧ୍ୟ ଏହି ଅଶାନ୍ତ ସମ୍ପର୍କ ବିଷୟରେ ଜାଣିଥିଲେ। ଅନେକ ସମୟରେ ତାଙ୍କ ସାଙ୍ଗମାନେ ତାଙ୍କୁ ଥଟ୍ଟା କରି କହୁଥିଲେ ଯେ, ଆମେ ତୁମକୁ ଫ୍ରିଜ୍ ଭିତରେ ଦେଖିବାକୁ ଚାହୁଁନାହୁଁ। ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଘଟଣାକୁ ସୂଚାଇ ସାଙ୍ଗମାନେ ଏଭଳି କହୁଥିବା ବେଳେ ଏହା ସ୍ତୁତିଙ୍କ ମନରେ କେତେ ଭୟ ଓ ଦୁଃଖ ସୃଷ୍ଟି କରିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ସକାଳେ ଯେତେବେଳେ ସ୍ତୁତି ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲିନଥିଲେ, ତାଙ୍କ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ସେଠାରେ ସେ ଫାଶୀ ଲଗାଇଥିବା ଅବସ୍ଥାରେ ମିଳିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଣ୍ଟୋପ୍ ହିଲ୍ ପୋଲିସ ଫଜଲଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp