ସ୍ୱାମୀ କହିଲେ 'ମାଙ୍କେଡି', ଆତ୍ମହତ୍ୟା କଲେ ମଡେଲିଂ ସ୍ୱପ୍ନ ଦେଖୁଥିବା ସ୍ତ୍ରୀ

Tapas Ranjan Nanda Picture
Published On

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅତ୍ୟନ୍ତ ଦୁଃଖଦାୟକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ମଜାରେ "ମାଙ୍କେଡି" (Monkey) ବୋଲି କହିବା ପରେ, ଏଥିରେ ମର୍ମାହତ ହୋଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ତନୁ ସିଂ ବୋଲି ଜଣାପଡିଛି, ଯିଏ ମଡେଲିଂ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଆଗ୍ରହୀ ଥିଲେ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର, ବିଲ୍‌ରେ ମୋହର ମାରିଲେ ଗଭର୍ଣ୍ଣର

ସୂଚନା ଅନୁଯାୟୀ, ମୃତକ ତନୁ ସିଂ ତାଙ୍କ ସ୍ୱାମୀ ରାହୁଲ ଶ୍ରୀବାସ୍ତବଙ୍କ ସହ ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ରହୁଥିଲେ। ତନୁଙ୍କ ଭଉଣୀ ଅଞ୍ଜଳିଙ୍କ ସୂଚନା ମୁତାବକ, ପରିବାର ଲୋକେ ବୁଧବାର ସନ୍ଧ୍ୟାରେ ସୀତାପୁରରୁ ଏକ ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସମସ୍ତେ ଏକାଠି ବସି ହସଖୁସିରେ କଥା ହେଉଥିଲେ। ଏହି ସମୟରେ ରାହୁଲ ମଜାରେ ତନୁଙ୍କୁ "ମାଙ୍କେଡି" ବୋଲି ସମ୍ବୋଧନ କରିଥିଲେ। ଏହି କଥାରେ ତନୁ ଖୁବ୍ ରାଗିଯାଇଥିଲେ ଏବଂ ଅନ୍ୟ ଏକ ରୁମକୁ ଚାଲିଯାଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷଣ ପରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର

ବନ୍ଦ କୋଠରୀରୁ ମିଳିଲା ମୃତଦେହ

ପେଶାରେ ଜଣେ ଅଟୋ ଚାଳକ ଥିବା ରାହୁଲ କିଛି ସମୟ ପରେ ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ତନୁଙ୍କୁ ଡାକିବାକୁ ଅଞ୍ଜଳିଙ୍କୁ କହିଥିଲେ। କିନ୍ତୁ ରୁମ୍‌ର କବାଟ ଭିତରୁ ବନ୍ଦ ଥିଲା। ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ନ ମିଳିବାରୁ ଅଞ୍ଜଳି ଝରକା ଦେଇ ଦେଖିଥିଲେ ଯେ ତନୁ ଏକ କପଡା ସାହାଯ୍ୟରେ ଫାଶୀ ଲଗାଇ ଝୁଲୁଛନ୍ତି। ପଡୋଶୀ ଏବଂ ରାହୁଲ ତୁରନ୍ତ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିଆ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଇରାନରେ ସ୍ଥଳପଥ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି: ଲିଣ୍ଡସେ ଗ୍ରାହାମଙ୍କ 'ଇୱୋ ଜିମା' ବୟାନକୁ ନେଇ ବିବାଦ

୪ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ

ପରିବାର ଲୋକଙ୍କ କହିବାନୁସାରେ, ତନୁ ଏବଂ ରାହୁଲ ପ୍ରାୟ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଯାହାକୁ ପରେ ଉଭୟ ପରିବାର ଗ୍ରହଣ କରିନେଇଥିଲେ। ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ ଏବଂ ତନୁଙ୍କର ମଡେଲିଂ ପ୍ରତି ବହୁତ ଦୁର୍ବଳତା ଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

30 Jan 2026 By Tapas Ranjan Nanda

ସ୍ୱାମୀ କହିଲେ 'ମାଙ୍କେଡି', ଆତ୍ମହତ୍ୟା କଲେ ମଡେଲିଂ ସ୍ୱପ୍ନ ଦେଖୁଥିବା ସ୍ତ୍ରୀ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅତ୍ୟନ୍ତ ଦୁଃଖଦାୟକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ମଜାରେ "ମାଙ୍କେଡି" (Monkey) ବୋଲି କହିବା ପରେ, ଏଥିରେ ମର୍ମାହତ ହୋଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ତନୁ ସିଂ ବୋଲି ଜଣାପଡିଛି, ଯିଏ ମଡେଲିଂ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଆଗ୍ରହୀ ଥିଲେ।

ସୂଚନା ଅନୁଯାୟୀ, ମୃତକ ତନୁ ସିଂ ତାଙ୍କ ସ୍ୱାମୀ ରାହୁଲ ଶ୍ରୀବାସ୍ତବଙ୍କ ସହ ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ରହୁଥିଲେ। ତନୁଙ୍କ ଭଉଣୀ ଅଞ୍ଜଳିଙ୍କ ସୂଚନା ମୁତାବକ, ପରିବାର ଲୋକେ ବୁଧବାର ସନ୍ଧ୍ୟାରେ ସୀତାପୁରରୁ ଏକ ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସମସ୍ତେ ଏକାଠି ବସି ହସଖୁସିରେ କଥା ହେଉଥିଲେ। ଏହି ସମୟରେ ରାହୁଲ ମଜାରେ ତନୁଙ୍କୁ "ମାଙ୍କେଡି" ବୋଲି ସମ୍ବୋଧନ କରିଥିଲେ। ଏହି କଥାରେ ତନୁ ଖୁବ୍ ରାଗିଯାଇଥିଲେ ଏବଂ ଅନ୍ୟ ଏକ ରୁମକୁ ଚାଲିଯାଇଥିଲେ।

ବନ୍ଦ କୋଠରୀରୁ ମିଳିଲା ମୃତଦେହ

ପେଶାରେ ଜଣେ ଅଟୋ ଚାଳକ ଥିବା ରାହୁଲ କିଛି ସମୟ ପରେ ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ତନୁଙ୍କୁ ଡାକିବାକୁ ଅଞ୍ଜଳିଙ୍କୁ କହିଥିଲେ। କିନ୍ତୁ ରୁମ୍‌ର କବାଟ ଭିତରୁ ବନ୍ଦ ଥିଲା। ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ନ ମିଳିବାରୁ ଅଞ୍ଜଳି ଝରକା ଦେଇ ଦେଖିଥିଲେ ଯେ ତନୁ ଏକ କପଡା ସାହାଯ୍ୟରେ ଫାଶୀ ଲଗାଇ ଝୁଲୁଛନ୍ତି। ପଡୋଶୀ ଏବଂ ରାହୁଲ ତୁରନ୍ତ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିଆ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୪ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ

ପରିବାର ଲୋକଙ୍କ କହିବାନୁସାରେ, ତନୁ ଏବଂ ରାହୁଲ ପ୍ରାୟ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଯାହାକୁ ପରେ ଉଭୟ ପରିବାର ଗ୍ରହଣ କରିନେଇଥିଲେ। ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ ଏବଂ ତନୁଙ୍କର ମଡେଲିଂ ପ୍ରତି ବହୁତ ଦୁର୍ବଳତା ଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର