ଝାନ୍ସିରେ ଲୋମହର୍ଷଣକାରୀ ଘଟଣା: ବଡ଼ ଭାଇକୁ ହତ୍ୟା କରି ଅଗଣାରେ ପୋତିଦେଲା ସାନ ଭାଇ, ୯ ଦିନ ଧରି ଲାସ ଉପରେ ଶୋଉଥିଲା

Suryakanta Picture
Published On

ଉତ୍ତରପ୍ରଦେଶର ଝାନ୍ସିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ଲୋଭ ଏବଂ ସାମାନ୍ୟ କଳହରୁ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟା ପରେ ମୃତଦେହକୁ ଘରର ଅଗଣାରେ ଗାତ ଖୋଳି ପୋତି ଦେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ଜୟପୁରରେ ଚାଞ୍ଚଲ୍ୟକର ଘଟଣା: ଜନ୍ମଦିନରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

୯ ଦିନ ଧରି ମୃତଦେହ ସହ ରହୁଥିଲା ଅଭିଯୁକ୍ତ

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁସାରିବ ବେଗ୍ (Masarik Beg) ନିଜ ବଡ଼ ଭାଇ ତାରିକ୍ ବେଗ୍‌ଙ୍କୁ (Tariq Beg) କୁରାଢ଼ୀରେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ସେ ଘରର ପଛପଟ ଅଗଣାରେ ୬ ଫୁଟ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ପ୍ରାୟ ୯ ଦିନ ଧରି ସେହି ଘରେ ରହୁଥିଲା ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ନିଜେ ଥାନାରେ ଭାଇର ନିଖୋଜ ଅଭିଯୋଗ ମଧ୍ୟ କରିଥିଲା।

ଆହୁରି ପଢ଼ନ୍ତୁ: ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି: ସିସିଟିଭି ତାର କାଟିଲା, ପୋଷା କୁକୁରକୁ ମାରିଲା ବିଶ୍ୱସ୍ତ ଚାକର

ଚା’ ପାଇଁ ଝଗଡ଼ା ଓ ସମ୍ପତ୍ତି ବିବାଦ

ତଦନ୍ତରୁ ଜଣାପଡ଼ିଛି ଯେ, ଘଟଣା ଦିନ ସକାଳେ ଚା’ ବନାଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାରିକ୍ ଶୋଇଥିବା ବେଳେ ମୁସାରିବ ତାଙ୍କୁ ଉଠାଇବାରୁ କଳହ ଆରମ୍ଭ ହୋଇଥିଲା। ଏହା ଉଗ୍ର ରୂପ ନେବାରୁ ମୁସାରିବ ଏକ କୁରାଢ଼ୀରେ ତାରିକ୍‌ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ପୋଲିସ ସନ୍ଦେହ କରୁଛି ଯେ ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ କାରଣ ସମ୍ପତ୍ତି ବିବାଦ ଥିଲା। ତାରିକ୍ ଅବିବାହିତ ଥିବାରୁ ମୁସାରିବ ଭାବିଥିଲା ଯେ ଭାଇର ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ତା’ ନାମରେ ହୋଇଯିବ।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି: ପୁଅର ରୋଗ ଭଲ କରିବା ପାଇଁ ନିଜ ଝିଅକୁ ବଳି ଦେଲା ମା'

ମାମୁଁଙ୍କ ସନ୍ଦେହରୁ ଖୋଲିଲା ଗୁମର

ତାରିକ୍ ନିଖୋଜ ହେବା ପରେ ତାଙ୍କ ମାମୁଁ ମହମ୍ମଦ ସଲିମଙ୍କର ମୁସାରିବ ଉପରେ ସନ୍ଦେହ ହୋଇଥିଲା। ସେ ପୋଲିସକୁ ଏ ବିଷୟରେ ଜଣାଇବା ପରେ ପୋଲିସ ମୁସାରିବକୁ ଅଟକ ରଖି ପଚରାଉଚରା କରିଥିଲା। ଶେଷରେ ସେ ନିଜର ଦୋଷ ସ୍ୱୀକାର କରିଥିଲା। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ଅଗଣା ଖୋଳି ମୃତଦେହ ଜବତ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି।

21 Feb 2026 By Suryakanta

ଝାନ୍ସିରେ ଲୋମହର୍ଷଣକାରୀ ଘଟଣା: ବଡ଼ ଭାଇକୁ ହତ୍ୟା କରି ଅଗଣାରେ ପୋତିଦେଲା ସାନ ଭାଇ, ୯ ଦିନ ଧରି ଲାସ ଉପରେ ଶୋଉଥିଲା

ଉତ୍ତରପ୍ରଦେଶର ଝାନ୍ସିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ଲୋଭ ଏବଂ ସାମାନ୍ୟ କଳହରୁ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟା ପରେ ମୃତଦେହକୁ ଘରର ଅଗଣାରେ ଗାତ ଖୋଳି ପୋତି ଦେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

୯ ଦିନ ଧରି ମୃତଦେହ ସହ ରହୁଥିଲା ଅଭିଯୁକ୍ତ

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁସାରିବ ବେଗ୍ (Masarik Beg) ନିଜ ବଡ଼ ଭାଇ ତାରିକ୍ ବେଗ୍‌ଙ୍କୁ (Tariq Beg) କୁରାଢ଼ୀରେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ସେ ଘରର ପଛପଟ ଅଗଣାରେ ୬ ଫୁଟ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ପ୍ରାୟ ୯ ଦିନ ଧରି ସେହି ଘରେ ରହୁଥିଲା ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ନିଜେ ଥାନାରେ ଭାଇର ନିଖୋଜ ଅଭିଯୋଗ ମଧ୍ୟ କରିଥିଲା।

ଚା’ ପାଇଁ ଝଗଡ଼ା ଓ ସମ୍ପତ୍ତି ବିବାଦ

ତଦନ୍ତରୁ ଜଣାପଡ଼ିଛି ଯେ, ଘଟଣା ଦିନ ସକାଳେ ଚା’ ବନାଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାରିକ୍ ଶୋଇଥିବା ବେଳେ ମୁସାରିବ ତାଙ୍କୁ ଉଠାଇବାରୁ କଳହ ଆରମ୍ଭ ହୋଇଥିଲା। ଏହା ଉଗ୍ର ରୂପ ନେବାରୁ ମୁସାରିବ ଏକ କୁରାଢ଼ୀରେ ତାରିକ୍‌ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ପୋଲିସ ସନ୍ଦେହ କରୁଛି ଯେ ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ କାରଣ ସମ୍ପତ୍ତି ବିବାଦ ଥିଲା। ତାରିକ୍ ଅବିବାହିତ ଥିବାରୁ ମୁସାରିବ ଭାବିଥିଲା ଯେ ଭାଇର ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ତା’ ନାମରେ ହୋଇଯିବ।

ମାମୁଁଙ୍କ ସନ୍ଦେହରୁ ଖୋଲିଲା ଗୁମର

ତାରିକ୍ ନିଖୋଜ ହେବା ପରେ ତାଙ୍କ ମାମୁଁ ମହମ୍ମଦ ସଲିମଙ୍କର ମୁସାରିବ ଉପରେ ସନ୍ଦେହ ହୋଇଥିଲା। ସେ ପୋଲିସକୁ ଏ ବିଷୟରେ ଜଣାଇବା ପରେ ପୋଲିସ ମୁସାରିବକୁ ଅଟକ ରଖି ପଚରାଉଚରା କରିଥିଲା। ଶେଷରେ ସେ ନିଜର ଦୋଷ ସ୍ୱୀକାର କରିଥିଲା। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ଅଗଣା ଖୋଳି ମୃତଦେହ ଜବତ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp