ପ୍ରେମିକ ସହ ପଳାଇଯାଇଥିଲେ ସ୍ତ୍ରୀ, ଥାନା ଭିତରେ ଗୁଳିକରି ହତ୍ୟା କଲେ ସ୍ୱାମୀ

Madhusudan Das Picture
Published On

ହରଦୋଇ: ଉତ୍ତରପ୍ରଦେଶର ହରଦୋଇରେ ଜଣେ ସ୍ୱାମୀ ଥାନା ଭିତରେ ହିଁ ନିଜ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ପତ୍ନୀ ୫ ଦିନପୂର୍ବେ ନିଜ ପ୍ରେମିକଙ୍କ ସହ ପଳାଇଯାଇଥିଲେ। ପୁଲିସ ରବିବାର ମହିଳା ଓ ତାଙ୍କ ପ୍ରେମିକଙ୍କୁ ଥାନାକୁ ଆଣିଥିଲେ ଓ ପତିଙ୍କୁ ଫୋନ କରି ସୂଚନା ଦେଇଥିଲେ। ସୋମବାର ସକାଳେ ୩୦ ବର୍ଷୀୟ ସୋନୀ ଜଳଖିଆ କରି ଥାନା ମେସ୍‌‌ରୁ ବାହରୁଥିବା ସମୟରେ ସ୍ୱାମୀ ଅନୁପ (୩୮) ସେଠାରେ ପହଞ୍ଚିଥିଲେ। ହଠାତ ସେ ପିସ୍ତଲ ବାହାର କରି ସୋନୀଙ୍କୁ ଗୁଳି କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ଗୁଳି ତାଙ୍କ ଛାତିର ଏପଟରୁ ସେପଟକୁ ବାହରି ଯାଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଅନୁପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ପୁଲିସ କର୍ମୀ ଧରି ପକାଇଥିଲେ। 

ଆହୁରି ପଢ଼ନ୍ତୁ: ଗୁଜରାଟର ଭାବନଗରରେ ଚାଞ୍ଚଲ୍ୟ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ହୃଦଘାତର ରଚିଥିଲା ମିଛ କାହାଣୀ

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ପୁଲିସ ଅଧିକକ୍ଷ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। ସହର ମୁଖ୍ୟାଳୟଠାରୁ ୫୦ କିମି ଦୂରରେ ଥିବା ପାଲି ଥାନାରେ ଏହି ଘଟଣା ଘଟିଛି। ସୋନୀ ଓ ଅନୁପ ୧୭ ବର୍ଷ ତଳେ ବିବାହ କରିଥିଲେ। ହରିୟାଣାର ଗୁରୁଗ୍ରାମର ଏକ କମ୍ପାନୀରେ ଚାକିରି କରୁଥିବା ବେଳେ ଅନୁପଙ୍କ ସହ ସୁରଜିତଙ୍କ ପରିଚୟ ହୋଇଥିଲା ଓ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। କିନ୍ତୁ ସୁରଜିତଙ୍କ ସହ ସୋନୀ ସମ୍ପର୍କ ସ୍ଥାପନ କରିଥିଲେ। ପୁଲିସଠାରୁ ସୂଚନା ପାଇବା ପରେ ରାତିସାରା ଶୋଇ ନଥିଲି ବୋଲି ଅନୁପ କହିଛନ୍ତି। ଶେଷରେ ସକାଳ ୪ଟାରେ ସୋନୀଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

13 Jan 2026 By Madhusudan Das

ପ୍ରେମିକ ସହ ପଳାଇଯାଇଥିଲେ ସ୍ତ୍ରୀ, ଥାନା ଭିତରେ ଗୁଳିକରି ହତ୍ୟା କଲେ ସ୍ୱାମୀ

ହରଦୋଇ: ଉତ୍ତରପ୍ରଦେଶର ହରଦୋଇରେ ଜଣେ ସ୍ୱାମୀ ଥାନା ଭିତରେ ହିଁ ନିଜ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ପତ୍ନୀ ୫ ଦିନପୂର୍ବେ ନିଜ ପ୍ରେମିକଙ୍କ ସହ ପଳାଇଯାଇଥିଲେ। ପୁଲିସ ରବିବାର ମହିଳା ଓ ତାଙ୍କ ପ୍ରେମିକଙ୍କୁ ଥାନାକୁ ଆଣିଥିଲେ ଓ ପତିଙ୍କୁ ଫୋନ କରି ସୂଚନା ଦେଇଥିଲେ। ସୋମବାର ସକାଳେ ୩୦ ବର୍ଷୀୟ ସୋନୀ ଜଳଖିଆ କରି ଥାନା ମେସ୍‌‌ରୁ ବାହରୁଥିବା ସମୟରେ ସ୍ୱାମୀ ଅନୁପ (୩୮) ସେଠାରେ ପହଞ୍ଚିଥିଲେ। ହଠାତ ସେ ପିସ୍ତଲ ବାହାର କରି ସୋନୀଙ୍କୁ ଗୁଳି କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ଗୁଳି ତାଙ୍କ ଛାତିର ଏପଟରୁ ସେପଟକୁ ବାହରି ଯାଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଅନୁପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ପୁଲିସ କର୍ମୀ ଧରି ପକାଇଥିଲେ। 

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ପୁଲିସ ଅଧିକକ୍ଷ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। ସହର ମୁଖ୍ୟାଳୟଠାରୁ ୫୦ କିମି ଦୂରରେ ଥିବା ପାଲି ଥାନାରେ ଏହି ଘଟଣା ଘଟିଛି। ସୋନୀ ଓ ଅନୁପ ୧୭ ବର୍ଷ ତଳେ ବିବାହ କରିଥିଲେ। ହରିୟାଣାର ଗୁରୁଗ୍ରାମର ଏକ କମ୍ପାନୀରେ ଚାକିରି କରୁଥିବା ବେଳେ ଅନୁପଙ୍କ ସହ ସୁରଜିତଙ୍କ ପରିଚୟ ହୋଇଥିଲା ଓ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। କିନ୍ତୁ ସୁରଜିତଙ୍କ ସହ ସୋନୀ ସମ୍ପର୍କ ସ୍ଥାପନ କରିଥିଲେ। ପୁଲିସଠାରୁ ସୂଚନା ପାଇବା ପରେ ରାତିସାରା ଶୋଇ ନଥିଲି ବୋଲି ଅନୁପ କହିଛନ୍ତି। ଶେଷରେ ସକାଳ ୪ଟାରେ ସୋନୀଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର