୧୨ ବର୍ଷ ପରେ ଜିଇଁ ଉଠିଲେ 'ମୃତ' ଅଭିଯୁକ୍ତ! କୋର୍ଟରେ ନିଜକୁ ମୃତ ଘୋଷଣା କରି ସହରରେ ଚଳାଉଥିଲେ ସ୍କୁଟି

Tapas Ranjan Nanda Picture
Published On

ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଅଭିଯୁକ୍ତ ଗିରଫଦାରୀରୁ ବଞ୍ଚିବା ପାଇଁ ନିଜକୁ ମୃତ ଘୋଷଣା କରି କୋର୍ଟ କେସ୍ ବନ୍ଦ କରାଇଥିଲେ। କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ସେହି ବ୍ୟକ୍ତି କେବଳ ଜୀବିତ ଥିବା ଜଣାପଡିନାହିଁ, ବରଂ ସହରର ରାସ୍ତାରେ ବିନ୍ଦାସ ସ୍କୁଟି ଚଳାଉଥିବା ବେଳେ ଧରାପଡିଛନ୍ତି। ଏହି ଘଟଣା ପୋଲିସ ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ଚକିତ କରିଦେଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି: ସିସିଟିଭି ତାର କାଟିଲା, ପୋଷା କୁକୁରକୁ ମାରିଲା ବିଶ୍ୱସ୍ତ ଚାକର

ମୂଳ ଘଟଣାଟି ୧୯୯୯ ମସିହାର। ହରିପର୍ବତ ଥାନାରେ ରାଜକୁମାର ବର୍ମା ବନାମ ବିଦ୍ୟା ଦେବୀ ଓ ଅନ୍ୟମାନଙ୍କ ବିରୋଧରେ ଜାଲିଆତି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ତାରା ଚନ୍ଦ୍ର ଶର୍ମା ନାମକ ଜଣେ ଅଭିଯୁକ୍ତ ଥିଲେ। ମାମଲାର ଶୁଣାଣି ସମୟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ୨୦୧୩ ମସିହାରେ କୋର୍ଟରେ ଏକ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ ୧୯୯୮ରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସର ରିପୋର୍ଟ ଆଧାରରେ କୋର୍ଟ ୨୦ ସେପ୍ଟେମ୍ବର ୨୦୧୩ରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଗଲ୍ ମ୍ୟାପ୍ ବ୍ୟବହାର କରି ମନ୍ଦିରରୁ ଚୋରି: ଗୁଜରାଟର କଚ୍ଛରୁ ୨ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ଏହି ମାମଲାରେ ନୂଆ ମୋଡ଼ ସେତେବେଳେ ଆସିଲା, ଯେତେବେଳେ ୫ ନଭେମ୍ବର ୨୦୨୫ରେ ଅଭିଯୋଗକାରୀ ରାଜକୁମାର ବର୍ମା, 'ମୃତ' ଅଭିଯୁକ୍ତ ତାରା ଚନ୍ଦ୍ର ଶର୍ମାଙ୍କୁ ଗାନ୍ଧୀ ନଗର ଅଞ୍ଚଳରେ ସ୍କୁଟି ଚଳାଉଥିବା ଦେଖିଲେ। ସନ୍ଦେହ ହେବାରୁ ସେ ତାଙ୍କର ଫଟୋ ଉଠାଇ RTO ଅଫିସରେ ଯାଞ୍ଚ କରାଇଥିଲେ। ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ବ୍ୟକ୍ତି ୧୯୯୮ରେ ମୃତ୍ୟୁବରଣ କରିଥିବା ଦାବି କରାଯାଇଥିଲା, ତାଙ୍କ ନାମରେ ଜୁଲାଇ ୨୦୧୬ରେ ସ୍କୁଟି ପଞ୍ଜୀକରଣ ହୋଇଥିଲା। ଏହା ବ୍ୟତୀତ ସେ ବ୍ୟାଙ୍କ ଖାତା ମଧ୍ୟ ସକ୍ରିୟ ଭାବେ ବ୍ୟବହାର କରୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି: ପୁଅର ରୋଗ ଭଲ କରିବା ପାଇଁ ନିଜ ଝିଅକୁ ବଳି ଦେଲା ମା'

ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ନ୍ୟୁ ଆଗ୍ରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ମଧୁର କୁଶୱାହା ଅଭିଯୁକ୍ତଙ୍କ ଘରେ ପହଞ୍ଚି ତାଙ୍କୁ ଜୀବିତ ଥିବା ପାଇଲେ। ଅଭିଯୁକ୍ତଙ୍କ ପୁଅ ଆଶୁତୋଷ ଶର୍ମା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ବାପା ବୃଦ୍ଧାବସ୍ଥା ଯୋଗୁଁ ଘରେ ରୁହନ୍ତି ଏବଂ ବେଳେବେଳେ ସ୍କୁଟି ଚଳାନ୍ତି। ବର୍ତ୍ତମାନ ଅଭିଯୋଗକାରୀ କୋର୍ଟକୁ ଗୁମରାହ କରିବା ଏବଂ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

07 Feb 2026 By Tapas Ranjan Nanda

୧୨ ବର୍ଷ ପରେ ଜିଇଁ ଉଠିଲେ 'ମୃତ' ଅଭିଯୁକ୍ତ! କୋର୍ଟରେ ନିଜକୁ ମୃତ ଘୋଷଣା କରି ସହରରେ ଚଳାଉଥିଲେ ସ୍କୁଟି

ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଅଭିଯୁକ୍ତ ଗିରଫଦାରୀରୁ ବଞ୍ଚିବା ପାଇଁ ନିଜକୁ ମୃତ ଘୋଷଣା କରି କୋର୍ଟ କେସ୍ ବନ୍ଦ କରାଇଥିଲେ। କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ସେହି ବ୍ୟକ୍ତି କେବଳ ଜୀବିତ ଥିବା ଜଣାପଡିନାହିଁ, ବରଂ ସହରର ରାସ୍ତାରେ ବିନ୍ଦାସ ସ୍କୁଟି ଚଳାଉଥିବା ବେଳେ ଧରାପଡିଛନ୍ତି। ଏହି ଘଟଣା ପୋଲିସ ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ଚକିତ କରିଦେଇଛି।

ମୂଳ ଘଟଣାଟି ୧୯୯୯ ମସିହାର। ହରିପର୍ବତ ଥାନାରେ ରାଜକୁମାର ବର୍ମା ବନାମ ବିଦ୍ୟା ଦେବୀ ଓ ଅନ୍ୟମାନଙ୍କ ବିରୋଧରେ ଜାଲିଆତି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ତାରା ଚନ୍ଦ୍ର ଶର୍ମା ନାମକ ଜଣେ ଅଭିଯୁକ୍ତ ଥିଲେ। ମାମଲାର ଶୁଣାଣି ସମୟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ୨୦୧୩ ମସିହାରେ କୋର୍ଟରେ ଏକ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ ୧୯୯୮ରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସର ରିପୋର୍ଟ ଆଧାରରେ କୋର୍ଟ ୨୦ ସେପ୍ଟେମ୍ବର ୨୦୧୩ରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଥିଲେ।

ଏହି ମାମଲାରେ ନୂଆ ମୋଡ଼ ସେତେବେଳେ ଆସିଲା, ଯେତେବେଳେ ୫ ନଭେମ୍ବର ୨୦୨୫ରେ ଅଭିଯୋଗକାରୀ ରାଜକୁମାର ବର୍ମା, 'ମୃତ' ଅଭିଯୁକ୍ତ ତାରା ଚନ୍ଦ୍ର ଶର୍ମାଙ୍କୁ ଗାନ୍ଧୀ ନଗର ଅଞ୍ଚଳରେ ସ୍କୁଟି ଚଳାଉଥିବା ଦେଖିଲେ। ସନ୍ଦେହ ହେବାରୁ ସେ ତାଙ୍କର ଫଟୋ ଉଠାଇ RTO ଅଫିସରେ ଯାଞ୍ଚ କରାଇଥିଲେ। ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ବ୍ୟକ୍ତି ୧୯୯୮ରେ ମୃତ୍ୟୁବରଣ କରିଥିବା ଦାବି କରାଯାଇଥିଲା, ତାଙ୍କ ନାମରେ ଜୁଲାଇ ୨୦୧୬ରେ ସ୍କୁଟି ପଞ୍ଜୀକରଣ ହୋଇଥିଲା। ଏହା ବ୍ୟତୀତ ସେ ବ୍ୟାଙ୍କ ଖାତା ମଧ୍ୟ ସକ୍ରିୟ ଭାବେ ବ୍ୟବହାର କରୁଥିବା ଜଣାପଡିଛି।

ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ନ୍ୟୁ ଆଗ୍ରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ମଧୁର କୁଶୱାହା ଅଭିଯୁକ୍ତଙ୍କ ଘରେ ପହଞ୍ଚି ତାଙ୍କୁ ଜୀବିତ ଥିବା ପାଇଲେ। ଅଭିଯୁକ୍ତଙ୍କ ପୁଅ ଆଶୁତୋଷ ଶର୍ମା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ବାପା ବୃଦ୍ଧାବସ୍ଥା ଯୋଗୁଁ ଘରେ ରୁହନ୍ତି ଏବଂ ବେଳେବେଳେ ସ୍କୁଟି ଚଳାନ୍ତି। ବର୍ତ୍ତମାନ ଅଭିଯୋଗକାରୀ କୋର୍ଟକୁ ଗୁମରାହ କରିବା ଏବଂ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp