ଇପିଏଫ୍‌ଓ ୩.୦: ୨୫ ହଜାର ହେବ ବେତନ ସୀମା, ଅଧିକ ବେତନଧାରୀଙ୍କୁ ବି ମିଳିବ ପେନ୍‌ସନ୍‌ ଫାଇଦା

Madhusudan Das Picture
Published On

ନୂଆଦିଲ୍ଲୀ: ଆଗକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ପେନ୍‌ସନ୍‌ରେ ବଡ଼ ଫାଇଦା ପାଇବାକୁ ଯାଉଛନ୍ତି। ଏଣିକି ଅଧିକ ବେତନଧାରୀଙ୍କୁ ବି ମିଳିବ ଅଧିକ ପେନ୍‌ସନ୍‌ର ଫାଇଦା। କାରଣ ସରକାର ଇପିଏଫ୍‌ଓ ସଦସ୍ୟମାନଙ୍କର ବେତନସୀମାରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି। ସରକାର ସଦସ୍ୟଙ୍କ ବେତନ ସୀମା ୧୫,୦୦୦ ଟଙ୍କାରୁ ୨୫, ୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି।  ଶେଷ ଥର ପାଇଁ ୨୦୧୪ରେ କର୍ମଚାରୀ ପେନ୍‌ସନ୍‌ ଯୋଜନା (ଇପିଏସ୍‌) ଅନ୍ତର୍ଗତ ବେତନ ସୀମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ଏ ସମ୍ପର୍କିତ ଏକ ପ୍ରସ୍ତାବ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ହେବାକୁ ଥିବା ଇପିଏଫ୍ଓ ​​ବୋର୍ଡ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳେ ତେବେ କର୍ମଚାରୀଙ୍କ ମାସିକ ପେନସନ୍ ପାଣ୍ଠି ଜମା ୧୨୫୦ ଟଙ୍କାରୁ ୨୦୮୩ ଟଙ୍କାକୁ ବୃଦ୍ଧି ପାଇବ। ଏହାକୁ ଏବେ ଇପିଏଫ୍‌ଓ-୩.୦ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇପାରେ, ଯାହା ୬୫ ନିୟୁତରୁ ଅଧିକ ସଦସ୍ୟଙ୍କୁ ଲାଭ ଦେବ।  

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

ଭାରତରେ ପିଏଫ୍‌ ଆକାଉଣ୍ଟଗୁଡ଼ିକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଦ୍ୱାରା ପରିଚାଳିତ ହୁଏ। ଇପିଏଫ୍‌ଓ  ସଦସ୍ୟଙ୍କ ​​ବାଧ୍ୟତାମୂଳକ ବେତନ ସୀମା ୧୫,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିଲେ ଉଚ୍ଚ ବେତନପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଇପିଏସ୍‌ ଯୋଜନା ଅଧୀନରେ ସାମାଜିକ ସୁରକ୍ଷାର ଲାଭ ପାଇବେ। ଇପିଏଫ୍‌ ଏବଂ ଇପିଏସ୍‌ ଉଭୟ ପାଇଁ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତ୍ୟେକଙ୍କୁ ଦରମାର ୧୨% ଯୋଗଦାନ କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଶିଶୁ ଶୋଷଣ ମାମଲା: ମେଟା ଉପରେ ୩୭୫ ନିୟୁତ ଡଲାରର ଜୋରିମାନା ଲଗାଇଲେ ଆମେରିକା କୋର୍ଟ

କର୍ମଚାରୀଙ୍କ ସମ୍ପୂର୍ଣ୍ଣ ୧୨% ଇପିଏଫ୍‌କୁ ଯାଏ, ଯେତେବେଳେ କି ନିଯୁକ୍ତିଦାତାଙ୍କ ଯୋଗଦାନ ଦୁଇଟି ଭାଗରେ ବିଭକ୍ତ ହୋଇଛି। ନିଯୁକ୍ତି ଦାତା ୮.୩୩%ଇପିଏସ୍‌କୁ ଏବଂ ୩.୬୭%  ଇପିଏଫ୍‌କୁ ଯୋଗଦାନ ଦେଇଥାନ୍ତି। ସଦସ୍ୟଙ୍କ ବେତନ ସୀମାରେ  ବୃଦ୍ଧି ଇପିଏଫ୍‌- ଇପିଏସ୍‌ କର୍ପସକୁ ଦ୍ରୁତ ଗତିରେ ବୃଦ୍ଧି କରିବ, ଯାହା ଫଳରେ କର୍ମଚାରୀଙ୍କ ଅବସର ପେନସନ ଏବଂ ସୁଧ ଉଭୟ ବୃଦ୍ଧି ପାଇବ। ବର୍ତ୍ତମାନ ଇପିଏଫ୍‌​​ର ମୋଟ ପାଣ୍ଠି ପରିମାଣ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କା। ଏହାର ୭୬ ନିୟୁତ ସକ୍ରିୟ ସଦସ୍ୟ ଅଛନ୍ତି। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଇପିଏସ୍‌-୯୫  ଅନ୍ତର୍ଗତ ପେନସନ ପାଣ୍ଠିରେ ଯୋଗଦାନକୁ ମୂଳ ଦରମାର ସର୍ବାଧିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଦରମା ୩୦,୦୦୦ କିମ୍ବା ୪୦,୦୦୦ ଟଙ୍କା ହୋଇ ଥାଉ ନା କାହିଁକି, ଆପଣଙ୍କର  ପେନସନ କେବଳ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏଠାରେ ସୂଚନାଯୋଗ୍ୟ ଯେ, ଇପିଏସ୍‌ ସୀମା ଶେଷ ଥର ପାଇଁ ୨୦୧୪ ରେ ୬୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

14 Nov 2025 By Madhusudan Das

ଇପିଏଫ୍‌ଓ ୩.୦: ୨୫ ହଜାର ହେବ ବେତନ ସୀମା, ଅଧିକ ବେତନଧାରୀଙ୍କୁ ବି ମିଳିବ ପେନ୍‌ସନ୍‌ ଫାଇଦା

ନୂଆଦିଲ୍ଲୀ: ଆଗକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ପେନ୍‌ସନ୍‌ରେ ବଡ଼ ଫାଇଦା ପାଇବାକୁ ଯାଉଛନ୍ତି। ଏଣିକି ଅଧିକ ବେତନଧାରୀଙ୍କୁ ବି ମିଳିବ ଅଧିକ ପେନ୍‌ସନ୍‌ର ଫାଇଦା। କାରଣ ସରକାର ଇପିଏଫ୍‌ଓ ସଦସ୍ୟମାନଙ୍କର ବେତନସୀମାରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି। ସରକାର ସଦସ୍ୟଙ୍କ ବେତନ ସୀମା ୧୫,୦୦୦ ଟଙ୍କାରୁ ୨୫, ୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି।  ଶେଷ ଥର ପାଇଁ ୨୦୧୪ରେ କର୍ମଚାରୀ ପେନ୍‌ସନ୍‌ ଯୋଜନା (ଇପିଏସ୍‌) ଅନ୍ତର୍ଗତ ବେତନ ସୀମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ଏ ସମ୍ପର୍କିତ ଏକ ପ୍ରସ୍ତାବ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ହେବାକୁ ଥିବା ଇପିଏଫ୍ଓ ​​ବୋର୍ଡ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳେ ତେବେ କର୍ମଚାରୀଙ୍କ ମାସିକ ପେନସନ୍ ପାଣ୍ଠି ଜମା ୧୨୫୦ ଟଙ୍କାରୁ ୨୦୮୩ ଟଙ୍କାକୁ ବୃଦ୍ଧି ପାଇବ। ଏହାକୁ ଏବେ ଇପିଏଫ୍‌ଓ-୩.୦ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇପାରେ, ଯାହା ୬୫ ନିୟୁତରୁ ଅଧିକ ସଦସ୍ୟଙ୍କୁ ଲାଭ ଦେବ।  

ଭାରତରେ ପିଏଫ୍‌ ଆକାଉଣ୍ଟଗୁଡ଼ିକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଦ୍ୱାରା ପରିଚାଳିତ ହୁଏ। ଇପିଏଫ୍‌ଓ  ସଦସ୍ୟଙ୍କ ​​ବାଧ୍ୟତାମୂଳକ ବେତନ ସୀମା ୧୫,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିଲେ ଉଚ୍ଚ ବେତନପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଇପିଏସ୍‌ ଯୋଜନା ଅଧୀନରେ ସାମାଜିକ ସୁରକ୍ଷାର ଲାଭ ପାଇବେ। ଇପିଏଫ୍‌ ଏବଂ ଇପିଏସ୍‌ ଉଭୟ ପାଇଁ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତ୍ୟେକଙ୍କୁ ଦରମାର ୧୨% ଯୋଗଦାନ କରିବାକୁ ପଡିବ।

କର୍ମଚାରୀଙ୍କ ସମ୍ପୂର୍ଣ୍ଣ ୧୨% ଇପିଏଫ୍‌କୁ ଯାଏ, ଯେତେବେଳେ କି ନିଯୁକ୍ତିଦାତାଙ୍କ ଯୋଗଦାନ ଦୁଇଟି ଭାଗରେ ବିଭକ୍ତ ହୋଇଛି। ନିଯୁକ୍ତି ଦାତା ୮.୩୩%ଇପିଏସ୍‌କୁ ଏବଂ ୩.୬୭%  ଇପିଏଫ୍‌କୁ ଯୋଗଦାନ ଦେଇଥାନ୍ତି। ସଦସ୍ୟଙ୍କ ବେତନ ସୀମାରେ  ବୃଦ୍ଧି ଇପିଏଫ୍‌- ଇପିଏସ୍‌ କର୍ପସକୁ ଦ୍ରୁତ ଗତିରେ ବୃଦ୍ଧି କରିବ, ଯାହା ଫଳରେ କର୍ମଚାରୀଙ୍କ ଅବସର ପେନସନ ଏବଂ ସୁଧ ଉଭୟ ବୃଦ୍ଧି ପାଇବ। ବର୍ତ୍ତମାନ ଇପିଏଫ୍‌​​ର ମୋଟ ପାଣ୍ଠି ପରିମାଣ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କା। ଏହାର ୭୬ ନିୟୁତ ସକ୍ରିୟ ସଦସ୍ୟ ଅଛନ୍ତି। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଇପିଏସ୍‌-୯୫  ଅନ୍ତର୍ଗତ ପେନସନ ପାଣ୍ଠିରେ ଯୋଗଦାନକୁ ମୂଳ ଦରମାର ସର୍ବାଧିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଦରମା ୩୦,୦୦୦ କିମ୍ବା ୪୦,୦୦୦ ଟଙ୍କା ହୋଇ ଥାଉ ନା କାହିଁକି, ଆପଣଙ୍କର  ପେନସନ କେବଳ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏଠାରେ ସୂଚନାଯୋଗ୍ୟ ଯେ, ଇପିଏସ୍‌ ସୀମା ଶେଷ ଥର ପାଇଁ ୨୦୧୪ ରେ ୬୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp