ନୂଆବର୍ଷରୁ ନୂଆ ନିୟମ: ଆଧାର-ପାନ୍‌ଠାରୁ ଗାଡ଼ି ମୂଲ୍ୟ ଯାଏ ହେବ ପରିବର୍ତ୍ତନ

Madhusudan Das Picture
Published On

ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ନୂତନ ବର୍ଷ ଆରମ୍ଭ ହେବା ସହିତ, ଦେଶରେ କିଛି ନୂତନ ନିୟମ ଏବଂ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନଗୁଡ଼ିକ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏହି ନୂତନ ନିୟମ ଏବଂ ପରିବର୍ତ୍ତନଗୁଡିକ ହେଉଛି…

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ
୨୦୨୬ ଜାନୁଆରୀ ପହିଲାରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।  ଶେଷ ଥର ପାଇଁ, ଡିସେମ୍ବର ପହିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା। ହେଲେ ଏଥର ଏଳ୍‌ପିଜି ଦରରେ କ’ଣ ହେଉଛି ତାହା ଦେଖÒବାକୁ ବାକି ଅଛି। ଏଲ୍‌ପିଜି ସିଲିଣ୍ଡର ପରି ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ (ବିମାନ ଟର୍ବାଇନ୍‌ ଇନ୍ଧନ) ମୂଲ୍ୟ ସଂଶୋଧନ କରିଥାନ୍ତି।  ତେଣ ଜାନୁଆରୀ ପହିଲାରୁ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ। 

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ଆଧାର-ପାନ୍ ଲିଙ୍କ୍‌
ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ଆଧାର-ପାନ୍ ଲିଙ୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର-ପାନ୍ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଛି।    ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆଧାର ଏବଂ ପାନ୍ ଲିଙ୍କ୍ କରିବେ ନାହିଁ ସେମାନଙ୍କର ପାନ୍ କାର୍ଡ ଜାନୁଆରୀ ପହିଲାରୁ ନିଷ୍କ୍ରିୟ ହୋଇଯିବ। ଜାନୁଆରୀ ୧ ପରେ ଲୋକମାନଙ୍କୁ ସେମାନଙ୍କର ପ୍ୟାପାନ୍ ଏବଂ ଆଧାର ଲିଙ୍କ୍ କରିବା ପାଇଁ ଜରିମାନା ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଯାନବାହାନ ମୂଲ୍ୟ ବଢ଼ିବ
ନୂତନ ବର୍ଷ ଆରମ୍ଭରୁ, ଅର୍ଥାତ୍ ଜାନୁଆରୀ ପହିଲାରୁ ଅନେକ ଅଟୋମୋବାଇଲ କମ୍ପାନୀ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ନିସାନ୍‌, ବିଏମ୍‌ଡବ୍ଲ୍ୟୁ, ଜେଏସଡ୍‌ବ୍ଲ୍ୟୁ ଏମ୍‌ଜି ମୋଟର ଏବଂ ରେନୋ ଭଳି କମ୍ପାନୀ ରହିଛନ୍ତି। ଅନ୍ୟାନ୍ୟ କାର୍ ନିର୍ମାତାମାନେ ମଧ୍ୟ ନୂଆ ବର୍ଷରୁ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିପାରନ୍ତି।

30 Dec 2025 By Madhusudan Das

ନୂଆବର୍ଷରୁ ନୂଆ ନିୟମ: ଆଧାର-ପାନ୍‌ଠାରୁ ଗାଡ଼ି ମୂଲ୍ୟ ଯାଏ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ନୂତନ ବର୍ଷ ଆରମ୍ଭ ହେବା ସହିତ, ଦେଶରେ କିଛି ନୂତନ ନିୟମ ଏବଂ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନଗୁଡ଼ିକ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏହି ନୂତନ ନିୟମ ଏବଂ ପରିବର୍ତ୍ତନଗୁଡିକ ହେଉଛି…

ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ
୨୦୨୬ ଜାନୁଆରୀ ପହିଲାରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି।  ଶେଷ ଥର ପାଇଁ, ଡିସେମ୍ବର ପହିଲା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା। ହେଲେ ଏଥର ଏଳ୍‌ପିଜି ଦରରେ କ’ଣ ହେଉଛି ତାହା ଦେଖÒବାକୁ ବାକି ଅଛି। ଏଲ୍‌ପିଜି ସିଲିଣ୍ଡର ପରି ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ (ବିମାନ ଟର୍ବାଇନ୍‌ ଇନ୍ଧନ) ମୂଲ୍ୟ ସଂଶୋଧନ କରିଥାନ୍ତି।  ତେଣ ଜାନୁଆରୀ ପହିଲାରୁ ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ। 

ଆଧାର-ପାନ୍ ଲିଙ୍କ୍‌
ସରକାର ସମସ୍ତ ବ୍ୟକ୍ତିଙ୍କ ପାଇଁ ଆଧାର-ପାନ୍ ଲିଙ୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର-ପାନ୍ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଛି।    ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କର ଆଧାର ଏବଂ ପାନ୍ ଲିଙ୍କ୍ କରିବେ ନାହିଁ ସେମାନଙ୍କର ପାନ୍ କାର୍ଡ ଜାନୁଆରୀ ପହିଲାରୁ ନିଷ୍କ୍ରିୟ ହୋଇଯିବ। ଜାନୁଆରୀ ୧ ପରେ ଲୋକମାନଙ୍କୁ ସେମାନଙ୍କର ପ୍ୟାପାନ୍ ଏବଂ ଆଧାର ଲିଙ୍କ୍ କରିବା ପାଇଁ ଜରିମାନା ଦେବାକୁ ପଡିବ।

ଯାନବାହାନ ମୂଲ୍ୟ ବଢ଼ିବ
ନୂତନ ବର୍ଷ ଆରମ୍ଭରୁ, ଅର୍ଥାତ୍ ଜାନୁଆରୀ ପହିଲାରୁ ଅନେକ ଅଟୋମୋବାଇଲ କମ୍ପାନୀ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ନିସାନ୍‌, ବିଏମ୍‌ଡବ୍ଲ୍ୟୁ, ଜେଏସଡ୍‌ବ୍ଲ୍ୟୁ ଏମ୍‌ଜି ମୋଟର ଏବଂ ରେନୋ ଭଳି କମ୍ପାନୀ ରହିଛନ୍ତି। ଅନ୍ୟାନ୍ୟ କାର୍ ନିର୍ମାତାମାନେ ମଧ୍ୟ ନୂଆ ବର୍ଷରୁ ସେମାନଙ୍କ ଯାନର ମୂଲ୍ୟ ବୃଦ୍ଧି କରିପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର