ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଆକଳନ: ୨୦୨୬ରେ ଦୁଇ ଲକ୍ଷ ଛୁଇଁବ ସୁନା ଦର

Madhusudan Das Picture
Published On

ନୂଆଦିଲ୍ଲୀ: ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି। ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନାଁ ଧରୁନାହିଁ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମା ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି।  ବୃଦ୍ଧି ପାଇସାରିଛି। ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି। କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ। ସେହିପରି ବର୍ଷ ୨୦୨୬ରେ ମଧ୍ୟ ରୁପା ମୂଲ୍ୟ ଅଢ଼େଇ ଲକ୍ଷ ସ୍ତ ଛୁଇଁପାରେ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ, ରେଡ୍ ବେଳେ ଘରୁ ମିଳିଥିଲା କେଜିଏରୁ ଉର୍ଦ୍ଧ୍ୱ ସୁନା, ନଗଦ ୪୮ ଲକ୍ଷ ଟଙ୍କା

୨୦୨୫ ଭଳି ୨୦୨୬ରେ ସୁନା ମୂଲ୍ୟରେ  ବୃଦ୍ଧି କ୍ଷେତ୍ରରେ ବର୍ତ୍ତମାନର ଧାରା ଜାରି ରହିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ। ଅନେକ ଲୋକ ଏ ନେଇ ଭବିଷ୍ୟବାଣୀ କରୁଛନ୍ତି, କିନ୍ତୁ ଏଥର ଭବିଷ୍ୟବାଣୀ ବହୁତ ଭୟଙ୍କର। ଯଦି ବିଶ୍ୱ ସ୍ୱର୍ଣ୍ଣ ପରିଷଦର ସିଇଓ ଡେଭିଡ୍ ଟେଟ୍‌ଙ୍କ ଆକଳନ ସତ  ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୬,୦୦୦ ଡଲାର ଅତିକ୍ରମ କରିଯିବ। ଭାରତୀୟ ଟଙ୍କାରେ, ସୁନାର ମୂଲ୍ୟ ୧,୯୦,୦୦୦ରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ସେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ମୂଲ୍ୟ ୨୦୨୬ରେ ମଧ୍ୟ ଉଚ୍ଚରେ ରହିବ।  ଟେଟ୍ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ପାଇଁ ଅନେକ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛିସୁନା ଏକ  ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିବା  ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରୟ  ଓ  ଇଟିଏଫ୍‌ରେ ନିବେଶ।  ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୩୪,୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୨୩,୩୦୦ ଟଙ୍କା ହୋଇଛି।

ଆହୁରି ପଢ଼ନ୍ତୁ: ରନ୍ଧନ ଗ୍ୟାସ ସଙ୍କଟ: ରାଜ୍ୟରେ କଳାବଜାରୀଙ୍କ ରାଜୁତି, ଉପଭୋକ୍ତା ହତାଶ

ଅପରପକ୍ଷେ ଗୁରୁବାର (ଗକ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ରୁପା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭୁବନେଶ୍ବରରେ ଆଜି ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୨,୦୦୦ ଟଙ୍କା ବୃଦ୍ଧି ପାଇ  ୨,୨୧,୦୦୦ ରେ ବନ୍ଦ ହୋଇଛି। ଗତକାଲି, ରୁପା ମୂଲ୍ୟ କିଲୋ ପିଛା ୨,୧୯,୦୦୦ ଟଙ୍କା ଥିଲା।  ଚଳିତବର୍ଷ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧,୧୫,୨୩୩ ଟଙ୍କା ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ବୃଦ୍ଧିର ୪ ପ୍ରମୁଖ କାରଣ। ଶିଳ୍ପ ଚାହିଦାରେ ବୃଦ୍ଧି । ଯଥା ସୌର, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ବ୍ୟାପକ ବ୍ୟବହାର ଯୋଗୁ, ରୂପା ଆଉ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ନାହିଁ।
ଟ୍ରମ୍ପଙ୍କ ସମ୍ଭାବ୍ୟ ଶୁଳ୍କ ନୀତିର ଭୟ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ଷ୍ଟକ୍ ସଂଗ୍ରହ କରୁଛନ୍ତି। ଏହା ବିଶ୍ୱ ଯୋଗାଣ ଉପରେ ଚାପ ପକାଇଛି। ୩ୟ ଟି ହେଉଛି, ଉତ୍ପାଦନ ବନ୍ଦ ହେବାର ଭୟ ଯୋଗୁଁ ନିର୍ମାତାମାନେ ଆଗୁଆ କ୍ରୟ କରୁଛନ୍ତି, ଯାହା ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି କରିବ। ଚତୁର୍ଥ କାରଣ ହେଉଛି,  ନିବେଶକମାନେ ରୁପା ଇଟିଏଫ୍‌  ମାଧ୍ୟମରେ ରୁପାରେ ସେମାନଙ୍କର ନିବେଶ ବୃଦ୍ଧି କରୁଛନ୍ତି, ଯାହା ଚାହିଦାକୁ ଆହୁରି ମଜବୁତ କରୁଛି। 

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

19 Dec 2025 By Madhusudan Das

ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଆକଳନ: ୨୦୨୬ରେ ଦୁଇ ଲକ୍ଷ ଛୁଇଁବ ସୁନା ଦର

ନୂଆଦିଲ୍ଲୀ: ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି। ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନାଁ ଧରୁନାହିଁ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମା ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି।  ବୃଦ୍ଧି ପାଇସାରିଛି। ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି। କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ। ସେହିପରି ବର୍ଷ ୨୦୨୬ରେ ମଧ୍ୟ ରୁପା ମୂଲ୍ୟ ଅଢ଼େଇ ଲକ୍ଷ ସ୍ତ ଛୁଇଁପାରେ।

୨୦୨୫ ଭଳି ୨୦୨୬ରେ ସୁନା ମୂଲ୍ୟରେ  ବୃଦ୍ଧି କ୍ଷେତ୍ରରେ ବର୍ତ୍ତମାନର ଧାରା ଜାରି ରହିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ। ଅନେକ ଲୋକ ଏ ନେଇ ଭବିଷ୍ୟବାଣୀ କରୁଛନ୍ତି, କିନ୍ତୁ ଏଥର ଭବିଷ୍ୟବାଣୀ ବହୁତ ଭୟଙ୍କର। ଯଦି ବିଶ୍ୱ ସ୍ୱର୍ଣ୍ଣ ପରିଷଦର ସିଇଓ ଡେଭିଡ୍ ଟେଟ୍‌ଙ୍କ ଆକଳନ ସତ  ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୬,୦୦୦ ଡଲାର ଅତିକ୍ରମ କରିଯିବ। ଭାରତୀୟ ଟଙ୍କାରେ, ସୁନାର ମୂଲ୍ୟ ୧,୯୦,୦୦୦ରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ସେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ମୂଲ୍ୟ ୨୦୨୬ରେ ମଧ୍ୟ ଉଚ୍ଚରେ ରହିବ।  ଟେଟ୍ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ପାଇଁ ଅନେକ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛିସୁନା ଏକ  ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିବା  ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରୟ  ଓ  ଇଟିଏଫ୍‌ରେ ନିବେଶ।  ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୩୪,୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୨୩,୩୦୦ ଟଙ୍କା ହୋଇଛି।

ଅପରପକ୍ଷେ ଗୁରୁବାର (ଗକ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ରୁପା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭୁବନେଶ୍ବରରେ ଆଜି ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୨,୦୦୦ ଟଙ୍କା ବୃଦ୍ଧି ପାଇ  ୨,୨୧,୦୦୦ ରେ ବନ୍ଦ ହୋଇଛି। ଗତକାଲି, ରୁପା ମୂଲ୍ୟ କିଲୋ ପିଛା ୨,୧୯,୦୦୦ ଟଙ୍କା ଥିଲା।  ଚଳିତବର୍ଷ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧,୧୫,୨୩୩ ଟଙ୍କା ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ବୃଦ୍ଧିର ୪ ପ୍ରମୁଖ କାରଣ। ଶିଳ୍ପ ଚାହିଦାରେ ବୃଦ୍ଧି । ଯଥା ସୌର, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ବ୍ୟାପକ ବ୍ୟବହାର ଯୋଗୁ, ରୂପା ଆଉ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ନାହିଁ।
ଟ୍ରମ୍ପଙ୍କ ସମ୍ଭାବ୍ୟ ଶୁଳ୍କ ନୀତିର ଭୟ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ଷ୍ଟକ୍ ସଂଗ୍ରହ କରୁଛନ୍ତି। ଏହା ବିଶ୍ୱ ଯୋଗାଣ ଉପରେ ଚାପ ପକାଇଛି। ୩ୟ ଟି ହେଉଛି, ଉତ୍ପାଦନ ବନ୍ଦ ହେବାର ଭୟ ଯୋଗୁଁ ନିର୍ମାତାମାନେ ଆଗୁଆ କ୍ରୟ କରୁଛନ୍ତି, ଯାହା ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି କରିବ। ଚତୁର୍ଥ କାରଣ ହେଉଛି,  ନିବେଶକମାନେ ରୁପା ଇଟିଏଫ୍‌  ମାଧ୍ୟମରେ ରୁପାରେ ସେମାନଙ୍କର ନିବେଶ ବୃଦ୍ଧି କରୁଛନ୍ତି, ଯାହା ଚାହିଦାକୁ ଆହୁରି ମଜବୁତ କରୁଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର