IPL 2026 Auction: ଆଜି ମିନି ନିଲାମୀ; ୩୬୯ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଶାରୁ ରାଜେଶ ଓ ସ୍ୱସ୍ତିକ ସାମିଲ

Deviprasad Mohanty Picture
Published On

ଆବୁଧାବି: ଆଇପିଏଲ୍‌ର ଆଗାମୀ ୧୯ତମ ସଂସ୍କରଣ ଲାଗି ମଙ୍ଗଳବାର ମିନି ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆବୁ ଧାବିରେ ଅପରାହ୍ଣ ୨ଟା ୩୦ରୁ ଏହି ଦିନିକିଆ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଇପିଏଲ୍‌ର ୧୦ଟି ଯାକ ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୭୭ଟି ସ୍ଥାନ ବଳକା ରହିଛି। ଏହି ୭୭ଟି ସ୍ଥାନ ଲାଗି ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୨୫୪ଜଣ ଭାରତୀୟ ଓ ୧୧୫ଜଣ ବିଦେଶୀ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେବ। ସେହିଭଳି ଏହି ୩୬୯ଜଣ ଖେଳାଳିଙ୍କ ମଧ୍ୟରୁ ୨୩୮ଜଣ ଅନ୍ତର୍ଜାତୀୟ କ୍ରିିକେଟ ଖେଳିନାହାନ୍ତି ଅର୍ଥାତ୍‌ ଅନକ୍ୟାପଡ୍‌ ଖେଳାଳି।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

୨ କୋଟି ମୂଳଦର ତାଲିକାରେ ୪୦ ଖେଳାଳି
ଅପରପକ୍ଷରେ ୪୦ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଅର୍ଥାତ୍‌ ମୂଳଦର ୨ କୋଟି ଟଙ୍କା ରହିଛି। ଏହି ୨ କୋଟି ତାଲିକାରେ କାମେରନ ଗ୍ରୀନ, ଷ୍ଟିଭ ସ୍ମିଥ୍‌, ଡେଭିଡ ମିଲର, କ୍ୱିଣ୍ଟନ ଡି କକ୍‌, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ ପ୍ରମୁଖଙ୍କ ଭଳି ଖେଳାଳି ରହିଛନ୍ତି। ସେହିଭଳି ମୂଳଦର ୧.୫ କୋଟି ତାଲିକାରେ ୯ଜଣ, ୧.୨୫ କୋଟି ମୂଳଦରରେ ୪ଜଣ, ୧ କୋଟି ମୂଳଦରରେ ୧୭ଜଣ ଖେଳାଳିଙ୍କୁ ରଖାଯାଇଛି। ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ମୂଳଦର ଥିବା ତାଲିକାରେ ଯଥାକ୍ରମେ ୪୨ଜଣ, ୪ ଜଣ, ୭ଜଣ ଓ ୨୨୭ ଜଣ ଖେଳାଳି ରହିଛନ୍ତି। 

ଆହୁରି ପଢ଼ନ୍ତୁ: ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'

ନିଲାମରେ ଅଂଶଗ୍ରହଣ କରିବାକୁ ଥିବା ୧୦ ଗୋଟି ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୨୩୭.୫୫ କୋଟି ଟଙ୍କା ବଳକା ରହିଛି। ଫ୍ରାଞ୍ଚାଇଜ ଅନୁଯାୟୀ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି। ସେହିଭଳି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (୪୩.୪ କୋଟି), ସନରାଇଜର୍ସ ହାଇଦରାବାଦ୍‌ (୨୫.୫ କୋଟି), ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୨୨.୯୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୧.୮ କୋଟି) ପଛକୁ ପଛ ରହିଛନ୍ତି। ଚୂଡ଼ାନ୍ତ ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଫ୍ରାଞ୍ଚାଇଜ ନିକଟରେ କେତେ ଟଙ୍କା ବଳକା ରହିଥାଏ ତାହା ସ୍ପଷ୍ଟ ହୋଇଥାଏ। ଜଣାଣୁଣା ଅକ୍ସନର ମଲ୍ଲିକା ସାଗର ଆସନ୍ତାକାଲି ଏହି ନିଲାମୀକୁ ହୋଷ୍ଟ କରିବେ।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

ଓଡ଼ିଶାରୁ ଶେଷ ମୁହୂର୍ତ୍ତରେ ରାଜେଶ, ସ୍ୱସ୍ତିକ ସାମିଲ
ମଙ୍ଗଳବାର ହେବାକୁ ଥିବା ମିନି ନିଲାମୀର କେଇ ଘଣ୍ଟା ପୂର୍ବରୁ ୧୯ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ଭାରତୀୟ ଓ ୫ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବ୍ୟାଟର୍‌ ସ୍ୱସ୍ତିକ ସାମଲ ରହିଛନ୍ତି। ୧୯ଜଣ ଖେଳାଳି ସାମିଲ ହେବାପରେ ଏବେ ନିଲାମୀ ଲାଗି ମୋଟ୍‌ ୩୬୯ଜଣ ଖେଳାଳି ରହିଲେ। ପୂର୍ବରୁ ପ୍ରକାଶିତ ୩୫୦ ଜଣିଆ ତାଲିକାରେ ଓଡ଼ିଶାର ଜଣେ ହେଲେ ଖେଳାଳି ସ୍ଥାନ ପାଇ ନ ଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ଅନୁରୋଧକ୍ରମେ ସୋମବାର ରାତିରେ ଏହି ଖେଳାଳିଙ୍କୁ ନିଲାମୀ ତାଲିକାରେ ଯୋଡ଼ା ଯାଇଥିଲା।

ମକ୍‌ ନିଲାମୀରେ ଚମକିଲେ ଗ୍ରୀନ
ମିନିନିଲାମୀ ପୂର୍ବରୁ ସୋମବାର ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଏକ ମକ୍‌ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ସମସ୍ତଙ୍କୁ ଚକିତ କରି ୩୦.୫୦ କୋଟି ଟଙ୍କାରେ କୋଲକାତା ଫ୍ରାଞ୍ଚାଇଜ ଦ୍ୱାରା କ୍ରୟ ହୋଇଥିଲେ। ତେବେ ମକ୍‌ ନିଲାମୀରେ ଚମକିଥିବା ଗ୍ରୀନଙ୍କ ଭାଗ୍ୟ କ’ଣ ହେଉଛି ତାହା ମୁଖ୍ୟ ନିଲାମୀରେ ମଙ୍ଗଳବାର ଜଣାପଡ଼ିବ। ତେବେ ଏଥର ଗ୍ଲେନ ମ୍ୟାକ୍ସୱେଲ ଓ ଫାଫ୍‌ ଡୁ ପ୍ଲେସିସ ଆଇପିଏଲ୍‌ ବଦଳରେ ପାକିସ୍ତାନ ଲିଗ୍‌ ଖେଳିବାକୁ ନିଷ୍ପତ୍ତି ନେଇଥବବାରୁ ସେମାନଙ୍କୁ ନିଲାମୀରେ ଦେଖିବାକୁ ମିଳିବନି।

16 Dec 2025 By Deviprasad Mohanty

IPL 2026 Auction: ଆଜି ମିନି ନିଲାମୀ; ୩୬୯ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଶାରୁ ରାଜେଶ ଓ ସ୍ୱସ୍ତିକ ସାମିଲ

ଆବୁଧାବି: ଆଇପିଏଲ୍‌ର ଆଗାମୀ ୧୯ତମ ସଂସ୍କରଣ ଲାଗି ମଙ୍ଗଳବାର ମିନି ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆବୁ ଧାବିରେ ଅପରାହ୍ଣ ୨ଟା ୩୦ରୁ ଏହି ଦିନିକିଆ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଇପିଏଲ୍‌ର ୧୦ଟି ଯାକ ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୭୭ଟି ସ୍ଥାନ ବଳକା ରହିଛି। ଏହି ୭୭ଟି ସ୍ଥାନ ଲାଗି ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୨୫୪ଜଣ ଭାରତୀୟ ଓ ୧୧୫ଜଣ ବିଦେଶୀ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେବ। ସେହିଭଳି ଏହି ୩୬୯ଜଣ ଖେଳାଳିଙ୍କ ମଧ୍ୟରୁ ୨୩୮ଜଣ ଅନ୍ତର୍ଜାତୀୟ କ୍ରିିକେଟ ଖେଳିନାହାନ୍ତି ଅର୍ଥାତ୍‌ ଅନକ୍ୟାପଡ୍‌ ଖେଳାଳି।

୨ କୋଟି ମୂଳଦର ତାଲିକାରେ ୪୦ ଖେଳାଳି
ଅପରପକ୍ଷରେ ୪୦ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଅର୍ଥାତ୍‌ ମୂଳଦର ୨ କୋଟି ଟଙ୍କା ରହିଛି। ଏହି ୨ କୋଟି ତାଲିକାରେ କାମେରନ ଗ୍ରୀନ, ଷ୍ଟିଭ ସ୍ମିଥ୍‌, ଡେଭିଡ ମିଲର, କ୍ୱିଣ୍ଟନ ଡି କକ୍‌, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ ପ୍ରମୁଖଙ୍କ ଭଳି ଖେଳାଳି ରହିଛନ୍ତି। ସେହିଭଳି ମୂଳଦର ୧.୫ କୋଟି ତାଲିକାରେ ୯ଜଣ, ୧.୨୫ କୋଟି ମୂଳଦରରେ ୪ଜଣ, ୧ କୋଟି ମୂଳଦରରେ ୧୭ଜଣ ଖେଳାଳିଙ୍କୁ ରଖାଯାଇଛି। ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ମୂଳଦର ଥିବା ତାଲିକାରେ ଯଥାକ୍ରମେ ୪୨ଜଣ, ୪ ଜଣ, ୭ଜଣ ଓ ୨୨୭ ଜଣ ଖେଳାଳି ରହିଛନ୍ତି। 

ନିଲାମରେ ଅଂଶଗ୍ରହଣ କରିବାକୁ ଥିବା ୧୦ ଗୋଟି ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୨୩୭.୫୫ କୋଟି ଟଙ୍କା ବଳକା ରହିଛି। ଫ୍ରାଞ୍ଚାଇଜ ଅନୁଯାୟୀ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି। ସେହିଭଳି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (୪୩.୪ କୋଟି), ସନରାଇଜର୍ସ ହାଇଦରାବାଦ୍‌ (୨୫.୫ କୋଟି), ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୨୨.୯୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୧.୮ କୋଟି) ପଛକୁ ପଛ ରହିଛନ୍ତି। ଚୂଡ଼ାନ୍ତ ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଫ୍ରାଞ୍ଚାଇଜ ନିକଟରେ କେତେ ଟଙ୍କା ବଳକା ରହିଥାଏ ତାହା ସ୍ପଷ୍ଟ ହୋଇଥାଏ। ଜଣାଣୁଣା ଅକ୍ସନର ମଲ୍ଲିକା ସାଗର ଆସନ୍ତାକାଲି ଏହି ନିଲାମୀକୁ ହୋଷ୍ଟ କରିବେ।

ଓଡ଼ିଶାରୁ ଶେଷ ମୁହୂର୍ତ୍ତରେ ରାଜେଶ, ସ୍ୱସ୍ତିକ ସାମିଲ
ମଙ୍ଗଳବାର ହେବାକୁ ଥିବା ମିନି ନିଲାମୀର କେଇ ଘଣ୍ଟା ପୂର୍ବରୁ ୧୯ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ଭାରତୀୟ ଓ ୫ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବ୍ୟାଟର୍‌ ସ୍ୱସ୍ତିକ ସାମଲ ରହିଛନ୍ତି। ୧୯ଜଣ ଖେଳାଳି ସାମିଲ ହେବାପରେ ଏବେ ନିଲାମୀ ଲାଗି ମୋଟ୍‌ ୩୬୯ଜଣ ଖେଳାଳି ରହିଲେ। ପୂର୍ବରୁ ପ୍ରକାଶିତ ୩୫୦ ଜଣିଆ ତାଲିକାରେ ଓଡ଼ିଶାର ଜଣେ ହେଲେ ଖେଳାଳି ସ୍ଥାନ ପାଇ ନ ଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ଅନୁରୋଧକ୍ରମେ ସୋମବାର ରାତିରେ ଏହି ଖେଳାଳିଙ୍କୁ ନିଲାମୀ ତାଲିକାରେ ଯୋଡ଼ା ଯାଇଥିଲା।

ମକ୍‌ ନିଲାମୀରେ ଚମକିଲେ ଗ୍ରୀନ
ମିନିନିଲାମୀ ପୂର୍ବରୁ ସୋମବାର ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଏକ ମକ୍‌ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ସମସ୍ତଙ୍କୁ ଚକିତ କରି ୩୦.୫୦ କୋଟି ଟଙ୍କାରେ କୋଲକାତା ଫ୍ରାଞ୍ଚାଇଜ ଦ୍ୱାରା କ୍ରୟ ହୋଇଥିଲେ। ତେବେ ମକ୍‌ ନିଲାମୀରେ ଚମକିଥିବା ଗ୍ରୀନଙ୍କ ଭାଗ୍ୟ କ’ଣ ହେଉଛି ତାହା ମୁଖ୍ୟ ନିଲାମୀରେ ମଙ୍ଗଳବାର ଜଣାପଡ଼ିବ। ତେବେ ଏଥର ଗ୍ଲେନ ମ୍ୟାକ୍ସୱେଲ ଓ ଫାଫ୍‌ ଡୁ ପ୍ଲେସିସ ଆଇପିଏଲ୍‌ ବଦଳରେ ପାକିସ୍ତାନ ଲିଗ୍‌ ଖେଳିବାକୁ ନିଷ୍ପତ୍ତି ନେଇଥବବାରୁ ସେମାନଙ୍କୁ ନିଲାମୀରେ ଦେଖିବାକୁ ମିଳିବନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର