ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ହରାଇ ସିରିଜ୍‌ରେ ଆଗୁଆ...

Deviprasad Mohanty Picture
Published On

ଗୋଲ୍ଡ କୋଷ୍ଟ: ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭର ଖେଳି ମାତ୍ର ୧୧୯ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍ ମାର୍ଶ ଓ ମାଥ୍ୟୁ ସର୍ଟ ୩୭ ରନ ଯୋଡ଼ିଥିଲେ। ସର୍ଟ(୨୫ ରନ)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମିଚେଲ ମାର୍ଶ ବଡ଼ ଶଟ୍ ଖେଳି ରନ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଶିବମ ଦୁବେଙ୍କ ବଲ୍‌ରେ ମିଚେଲ ମାର୍ଶ(୩୦) ୱିକେଟ୍ ଯାଇଥିଲା। ଏହାପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟର ୨୦ ରନ୍ ବି କରିପାରି ନଥିଲେ। ଦଳ ପକ୍ଷରୁ ଜସ ଇଂଲିସ ୧୨ ରନ୍, ଟିମ ଡେଭିଡ୍ ୧୪, ଜସ ଫିଲିପ ୧୦,ମାର୍କସ ଷ୍ଟୋଇନିସ ୧୭ ରନ୍ କରିଥିଲେ। ମାକ୍ସୱେଲ୍ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ,ଅକ୍ଷର ପଟେଲ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।  

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

06 Nov 2025 By Deviprasad Mohanty

ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ହରାଇ ସିରିଜ୍‌ରେ ଆଗୁଆ...

ଗୋଲ୍ଡ କୋଷ୍ଟ: ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭର ଖେଳି ମାତ୍ର ୧୧୯ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଛି।

୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍ ମାର୍ଶ ଓ ମାଥ୍ୟୁ ସର୍ଟ ୩୭ ରନ ଯୋଡ଼ିଥିଲେ। ସର୍ଟ(୨୫ ରନ)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମିଚେଲ ମାର୍ଶ ବଡ଼ ଶଟ୍ ଖେଳି ରନ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଶିବମ ଦୁବେଙ୍କ ବଲ୍‌ରେ ମିଚେଲ ମାର୍ଶ(୩୦) ୱିକେଟ୍ ଯାଇଥିଲା। ଏହାପରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟର ୨୦ ରନ୍ ବି କରିପାରି ନଥିଲେ। ଦଳ ପକ୍ଷରୁ ଜସ ଇଂଲିସ ୧୨ ରନ୍, ଟିମ ଡେଭିଡ୍ ୧୪, ଜସ ଫିଲିପ ୧୦,ମାର୍କସ ଷ୍ଟୋଇନିସ ୧୭ ରନ୍ କରିଥିଲେ। ମାକ୍ସୱେଲ୍ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ,ଅକ୍ଷର ପଟେଲ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର