ଇଜିପ୍ଟରେ ଖୋଲିଲା ବିଶ୍ୱର ସର୍ବବୃହତ୍‌ ମ୍ୟୁଜିୟମ, ପ୍ରତିବର୍ଷ ଆସିବେ ୮୦ ଲକ୍ଷ ଲୋକ...

Deviprasad Mohanty Picture
Published On

କାଏରୋ: ଉତ୍ତର ଆଫ୍ରିକୀୟ ଦେଶ ଇଜିପ୍ଟର ଗିଜାର ପିରାମିଡ୍‌ ନିକଟରେ ବିଶ୍ୱର ସର୍ବବୃହତ୍‌ ମ୍ୟୁଜିୟମ୍‌ ‘ଗ୍ରାଣ୍ଡ ଇଜିପ୍ଟିଆନ୍‌ ମ୍ୟୁଜିୟମ’   (ଜିଇଏମ୍‌) ଖୋଲାଯାଇଛି। ଶନିବାର ସର୍ବସାଧାରଣଙ୍କ ପାଇଁ ମ୍ୟୁଜୟମକୁ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ମ୍ୟୁଜିୟମର ଉଦ୍‌ଘାଟନୀ ଉତ୍ସବକୁ ଭବ୍ୟ କରାଯିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ଏଥିରେ ଇଜିପ୍ଟ ରାଷ୍ଟ୍ରପତି ଅବଡେଲ ଫତା ଏଲ-ସିସିଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ।  ଏକ ବିଲିଅନ ଆମେରିକୀୟ ଡଲାର ଅର୍ଥାତ ୮୮, ୭୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ମ୍ୟୁଜିୟମ ନିର୍ମାଣ କରାଯାଇଛି। ଏହି ମ୍ୟୁଜିୟମର ସ୍ୱତନ୍ତ୍ରତା ହେଉଛି ଯେ, ଏଠାରେ ବାଳକ ରାଜା ଟୁଟାନଖାମୁନଙ୍କ ସମାଧି ରହିଛି। ବ୍ରିଟିସ୍‌ ପ୍ରତ୍ନତତ୍ତ୍ୱବିତ୍‌ ହାୱାର୍ଡ କାର୍ଟର ୧୯୨୨ରେ ଏହି ସମାଧିକୁ ଆବିଷ୍କାର କରିଥିଲେ। ଟୁଟାନଖାମୁନ ମାତ୍ର ୯ ବର୍ଷରେ ଇଜିପ୍ଟର ସିଂହାସନ ଆରୋହଣ କରିଥିଲେ ଓ ୧୮-୧୯ ବର୍ଷରେ ମୃତ୍ୟୁବରଣ କରିଥିଲେ। ଖ୍ରୀଷ୍ଟପୂର୍ବ ୧୩୩୨ରୁ -୧୩୨୩ ପର୍ଯ୍ୟନ୍ତ ସେ ଶାସନ କରିଥିଲେ। ତାଙ୍କର ଏହି କବର ୩,୦୦୦ ପର୍ଯ୍ୟନ୍ତ ଦବି ରହିଥିଲା। ପଥର ଓ ଅବର୍ଜନା କାରଣରୁ ଏହି ସମାଧି ଲୁଚି ରହିଥିଲା। ଏବେ ଏହି ମ୍ୟୁଜିୟମରେ ୫୦ ହଜାରରୁ ଊର୍ଦ୍ଧ୍ବ ଐତିହାସିକ ବସ୍ତୁ ପ୍ରଦର୍ଶିତ ହୋଇଛି। ଏଠାରେ ୪୫୦୦ ବର୍ଷ ପୁରୁଣା ଖୁପୁଙ୍କ ନୌକା, ୩୨୦୦ ବର୍ଷ ପୁରୁଣା ରାମେସେସ-୨ଙ୍କ ମୁର୍ତ୍ତି ଦେଖିବାକୁ ମିଳିବ। ଏଥିରେ ୫୫୦୦ରୁ ଅଧିକ କଳାକୃତି ମିଳିଥିଲା। ଏବେ ପ୍ରଥମଥର ପାଇଁ ଏସବୁ ସାଧାରଣ ଦର୍ଶକଙ୍କ ପାଇଁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ ହେଉଛି। ଏଠାରେ ଏକ ଲକ୍ଷ ପ୍ରାଚୀନ କଳାକୃତି ରହିଛି। ଏହା ଇଜିପ୍ଟର ୭,୦୦୦ ବର୍ଷ ପୁରୁଣା ଇତିହାସକୁ ପ୍ରଦର୍ଶିତ କରୁଛି। ଏହାକୁ ଆଧୁନିକ ଯୁଗର ସର୍ବବୃହତ ସାଂସ୍କୃତିକ ଓ ଗବେଷଣା କେନ୍ଦ୍ର ଭାବେ ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ସାବଧାନ! ‘କ୍ୱାଣ୍ଟମ ଏଆଇ’ ନାମରେ ଚାଲିଛି ବଡ଼ ଠକେଇ: ସଚିନ ତେନ୍ଦୁଲକର, ଅର୍ଥମନ୍ତ୍ରୀ ଓ ନାରାୟଣ ମୂର୍ତ୍ତିଙ୍କ ଡିପଫେକ୍ ଭିଡିଓ ବ୍ୟବହାର କରି ଲୁଟୁଛନ୍ତି ସାଇବର ଅପରାଧୀ

03 Nov 2025 By Deviprasad Mohanty

ଇଜିପ୍ଟରେ ଖୋଲିଲା ବିଶ୍ୱର ସର୍ବବୃହତ୍‌ ମ୍ୟୁଜିୟମ, ପ୍ରତିବର୍ଷ ଆସିବେ ୮୦ ଲକ୍ଷ ଲୋକ...

କାଏରୋ: ଉତ୍ତର ଆଫ୍ରିକୀୟ ଦେଶ ଇଜିପ୍ଟର ଗିଜାର ପିରାମିଡ୍‌ ନିକଟରେ ବିଶ୍ୱର ସର୍ବବୃହତ୍‌ ମ୍ୟୁଜିୟମ୍‌ ‘ଗ୍ରାଣ୍ଡ ଇଜିପ୍ଟିଆନ୍‌ ମ୍ୟୁଜିୟମ’   (ଜିଇଏମ୍‌) ଖୋଲାଯାଇଛି। ଶନିବାର ସର୍ବସାଧାରଣଙ୍କ ପାଇଁ ମ୍ୟୁଜୟମକୁ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ମ୍ୟୁଜିୟମର ଉଦ୍‌ଘାଟନୀ ଉତ୍ସବକୁ ଭବ୍ୟ କରାଯିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ଏଥିରେ ଇଜିପ୍ଟ ରାଷ୍ଟ୍ରପତି ଅବଡେଲ ଫତା ଏଲ-ସିସିଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ।  ଏକ ବିଲିଅନ ଆମେରିକୀୟ ଡଲାର ଅର୍ଥାତ ୮୮, ୭୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ମ୍ୟୁଜିୟମ ନିର୍ମାଣ କରାଯାଇଛି। ଏହି ମ୍ୟୁଜିୟମର ସ୍ୱତନ୍ତ୍ରତା ହେଉଛି ଯେ, ଏଠାରେ ବାଳକ ରାଜା ଟୁଟାନଖାମୁନଙ୍କ ସମାଧି ରହିଛି। ବ୍ରିଟିସ୍‌ ପ୍ରତ୍ନତତ୍ତ୍ୱବିତ୍‌ ହାୱାର୍ଡ କାର୍ଟର ୧୯୨୨ରେ ଏହି ସମାଧିକୁ ଆବିଷ୍କାର କରିଥିଲେ। ଟୁଟାନଖାମୁନ ମାତ୍ର ୯ ବର୍ଷରେ ଇଜିପ୍ଟର ସିଂହାସନ ଆରୋହଣ କରିଥିଲେ ଓ ୧୮-୧୯ ବର୍ଷରେ ମୃତ୍ୟୁବରଣ କରିଥିଲେ। ଖ୍ରୀଷ୍ଟପୂର୍ବ ୧୩୩୨ରୁ -୧୩୨୩ ପର୍ଯ୍ୟନ୍ତ ସେ ଶାସନ କରିଥିଲେ। ତାଙ୍କର ଏହି କବର ୩,୦୦୦ ପର୍ଯ୍ୟନ୍ତ ଦବି ରହିଥିଲା। ପଥର ଓ ଅବର୍ଜନା କାରଣରୁ ଏହି ସମାଧି ଲୁଚି ରହିଥିଲା। ଏବେ ଏହି ମ୍ୟୁଜିୟମରେ ୫୦ ହଜାରରୁ ଊର୍ଦ୍ଧ୍ବ ଐତିହାସିକ ବସ୍ତୁ ପ୍ରଦର୍ଶିତ ହୋଇଛି। ଏଠାରେ ୪୫୦୦ ବର୍ଷ ପୁରୁଣା ଖୁପୁଙ୍କ ନୌକା, ୩୨୦୦ ବର୍ଷ ପୁରୁଣା ରାମେସେସ-୨ଙ୍କ ମୁର୍ତ୍ତି ଦେଖିବାକୁ ମିଳିବ। ଏଥିରେ ୫୫୦୦ରୁ ଅଧିକ କଳାକୃତି ମିଳିଥିଲା। ଏବେ ପ୍ରଥମଥର ପାଇଁ ଏସବୁ ସାଧାରଣ ଦର୍ଶକଙ୍କ ପାଇଁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ ହେଉଛି। ଏଠାରେ ଏକ ଲକ୍ଷ ପ୍ରାଚୀନ କଳାକୃତି ରହିଛି। ଏହା ଇଜିପ୍ଟର ୭,୦୦୦ ବର୍ଷ ପୁରୁଣା ଇତିହାସକୁ ପ୍ରଦର୍ଶିତ କରୁଛି। ଏହାକୁ ଆଧୁନିକ ଯୁଗର ସର୍ବବୃହତ ସାଂସ୍କୃତିକ ଓ ଗବେଷଣା କେନ୍ଦ୍ର ଭାବେ ବିବେଚନା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର