ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୟାନ, ସିନ୍ଧ୍ ପ୍ରଦେଶ ଭବିଷ୍ୟତରେ ଭାରତକୁ ଫେରିପାରେ...

ଦେଶର ସୀମା କେବେ ବଦଳିବ କହିହେବନି; ରାଜନାଥ

Deviprasad Mohanty Picture
Published On

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଏକ  ବଡ଼ ମନ୍ତବ୍ୟ ଦେଇଛନ୍ତି। ଭାରତର ସୀମା କେତେବେଳେ ବଦଳିବ ତାହା କହି ହେବ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନରେ ସାମିଲ ଥିବା ସିନ୍ଧ ଭାରତର ଅଂଶ ହୋଇ ନ ଥିଲେ ମଧ ସଭ୍ୟତା ଦୃଷ୍ଟିକୋଣରୁ ଭାରତର ଅଙ୍ଗ ହୋଇ ସର୍ବଦା ରହିବ। କାଲି ପୁଣି ସିନ୍ଧ ଭାରତକୁ ଫେରି ନ ଆସିବ ବୋଲି କେହି କହିପାରିବେ ନାହିଁ। ଦିଲ୍ଳୀରେ ଆୟୋଜିତ ସିନ୍ଧ ସମ୍ମିଳନୀରେ ଯୋଗ ଦେଇ ରବିବାର ସେ ଏହି କଥା କହିଛନ୍ତି। ଏହି କ୍ରମରେ ସେ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡୱାନୀଙ୍କ ଲିଖିତ ଏକ ବହିର ଲେଖା ଉଲ୍ଲେଖ କରିଥିଲେ। ସିନ୍ଧି ହିନ୍ଦୁ, ଖାସ୍‌ କରି ତାଙ୍କ ପିଢ଼ିର ଲୋକେ ସିନ୍ଧକୁ ଭାରତରୁ ଭିନ୍ନ ବୋଲି ମନେ କରନ୍ତି ନାହିଁ। ୧୯୪୭ରେ ଦେଶ ବିଭାଜନ ହେବା ପରେ ସିନ୍ଧ ପ୍ରଦେଶ ପାକିସ୍ତାନରେ ସାମିଲ ହୋଇଥିଲା। ଏହା ପାକିସ୍ତାନର ତୃତୀୟ ସର୍ବ ବୃହତ୍‌ ରାଜ୍ୟ। ଏହାର ରାଜଧାନୀ କରାଚି। ସିନ୍ଧ ପ୍ରଦେଶରେ ଊର୍ଦ୍ଧୁ, ସିନ୍ଧି ଓ ଇଂଲିଶ୍‌ କୁହାଯାଇଥାଏ।

ଆହୁରି ପଢ଼ନ୍ତୁ: Hormuz Access ପ୍ରଣାଳୀରେ ନିୟମ କୋହଳ କଲା ଇରାନ: ୨୦ଟି ଫସିଥିବା ଭାରତୀୟ ଜାହାଜ ପାଇଁ ଆଶ୍ୱସ୍ତି

24 Nov 2025 By Deviprasad Mohanty

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୟାନ, ସିନ୍ଧ୍ ପ୍ରଦେଶ ଭବିଷ୍ୟତରେ ଭାରତକୁ ଫେରିପାରେ...

ଦେଶର ସୀମା କେବେ ବଦଳିବ କହିହେବନି; ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଏକ  ବଡ଼ ମନ୍ତବ୍ୟ ଦେଇଛନ୍ତି। ଭାରତର ସୀମା କେତେବେଳେ ବଦଳିବ ତାହା କହି ହେବ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନରେ ସାମିଲ ଥିବା ସିନ୍ଧ ଭାରତର ଅଂଶ ହୋଇ ନ ଥିଲେ ମଧ ସଭ୍ୟତା ଦୃଷ୍ଟିକୋଣରୁ ଭାରତର ଅଙ୍ଗ ହୋଇ ସର୍ବଦା ରହିବ। କାଲି ପୁଣି ସିନ୍ଧ ଭାରତକୁ ଫେରି ନ ଆସିବ ବୋଲି କେହି କହିପାରିବେ ନାହିଁ। ଦିଲ୍ଳୀରେ ଆୟୋଜିତ ସିନ୍ଧ ସମ୍ମିଳନୀରେ ଯୋଗ ଦେଇ ରବିବାର ସେ ଏହି କଥା କହିଛନ୍ତି। ଏହି କ୍ରମରେ ସେ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡୱାନୀଙ୍କ ଲିଖିତ ଏକ ବହିର ଲେଖା ଉଲ୍ଲେଖ କରିଥିଲେ। ସିନ୍ଧି ହିନ୍ଦୁ, ଖାସ୍‌ କରି ତାଙ୍କ ପିଢ଼ିର ଲୋକେ ସିନ୍ଧକୁ ଭାରତରୁ ଭିନ୍ନ ବୋଲି ମନେ କରନ୍ତି ନାହିଁ। ୧୯୪୭ରେ ଦେଶ ବିଭାଜନ ହେବା ପରେ ସିନ୍ଧ ପ୍ରଦେଶ ପାକିସ୍ତାନରେ ସାମିଲ ହୋଇଥିଲା। ଏହା ପାକିସ୍ତାନର ତୃତୀୟ ସର୍ବ ବୃହତ୍‌ ରାଜ୍ୟ। ଏହାର ରାଜଧାନୀ କରାଚି। ସିନ୍ଧ ପ୍ରଦେଶରେ ଊର୍ଦ୍ଧୁ, ସିନ୍ଧି ଓ ଇଂଲିଶ୍‌ କୁହାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର