Bihar Election Results 2025 : ବିହାରରେ ଫେଲ୍ ମାରିଲା ପିକେ'ଙ୍କ ରଣନୀତି, ଅସ୍ତ ହୋଇଗଲା ‘ଜନ ସୂରାଜ ପାର୍ଟି’ !

ବିହାର ରଣକ୍ଷେତ୍ରରେ ଚିତପଟାଙ୍ଗ ମାରିଛନ୍ତି ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର

Deviprasad Mohanty Picture
Published On

ପାଟନା: ଆରମ୍ଭରୁ ଅସ୍ତ ହୋଇଗଲା ପ୍ରଶାନ୍ତଙ୍କ ଜନ ସୂରାଜ ପାର୍ଟିର ଭବିଷ୍ୟତ। ବିହାର ରଣକ୍ଷେତ୍ରରେ ଚିତପଟାଙ୍ଗ ମାରିଛନ୍ତି ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର। ବିହାର ବିଧାନସଭା ନିର୍ବାଚନର ଫଳାଫଳ ପିକେଙ୍କୁ ଏକ ଶକ୍ତ ଝଟକା ଦେଇଛି। ପିକେଙ୍କ ଦଳ ଜନ ସୁରାଜ ପାର୍ଟି ବିହାରରେ କୌଣସି ଆସନ ଜିତିବାରେ ସଫଳ ହୋଇ ନାହିଁ। ଦଳର ଖାତା ଶୂନ ରହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ: ଇରାନ-ଆମେରିକା ଯୁଦ୍ଧକୁ ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦୀ

ପିକେ ନିଜେ ପୂର୍ବରୁ କହିଥିଲେ ଯେ ତାଙ୍କ ଦଳ "ଅର୍ଶ ପର୍‌ ୟା ଫର୍ଶ ପର୍‌" (ଆକାଶରେ କିମ୍ବା ମାଟିରେ) ରହିବ। ଆଉ ସେଇୟା ହିଁ ହୋଇଛି, ଫଳାଫଳ ଦର୍ଶାଇଛି ଯେ, ଜନ ସୂରାଜ ଦଳ ମାଟିରେ ପଡିଛି। ପ୍ରଶାନ୍ତ ଜେଏସପିକୁ ରାଜ୍ୟ ରାଜନୀତିରେ ତୃତୀୟ ବିକଳ୍ପ ଭାବରେ ଉପସ୍ଥାନ କରିଥିଲେ, କିନ୍ତୁ ବିହାରର ଜାତିଗତ ଭୋଟିଂ ଢାଂଚାକୁ ଭେଦ କରିବାରେ ଦଳ ସଫଳ ହୋଇପାରିଲା ନାହିଁ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ପ୍ରଶାନ୍ତ କିଶୋର ଏବଂ ଆସାଦୁଦ୍ଦିନ୍‌ ଓୱେସୀଙ୍କ ଇଓଗଓଗ ଦଳ ମହାଗଠବନ୍ଧନରୁ ବଡ଼ ସଂଖ୍ୟକ ଭୋଟ୍‌ କାଟିବାରେ ସଫଳ ହୋଇଛନ୍ତି। ୨୩୮ ଆସନରେ ପିକେଙ୍କ ଜନ ସୂରାଜ ପାର୍ଟି ପ୍ରାର୍ଥୀ ଦେଇଥିଲେ ସୁଦ୍ଧା କୌଣସି ଆସନରେ ଦଳ ଜିତିପାରିନାହିଁ। 

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ହେଲେ ବିହାରରେ କ୍ଷମତାସୀନ ମେଣ୍ଟ ଏନଡିଏ ଏଥର ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି। ୨୦୨ସିଟ ଆଗରେ ରହିଛି ଏନଡିଏ। ଏକାକି ବିଜେପି ୯୧ ଆସନ ଆସନରେ ଆଗରେ ରହିଥିବା ବେଳେ ଜେଡିୟୁକୁ ୮୩ ସିଟରେ ଆଗରେ ରହିଛି। ଏଲଜେପି ୧୯ଆସନରେ ଆଗରେ ରହିଛି। ଅନ୍ୟପଟେ ମହାଗଠବନ୍ଧନକୁ ମାତ୍ର ୩୫ ସିଟ ଆଗରେ ରହିଛି। ଆରଜେଡି ୨୭ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସକୁ ମାତ୍ର ୫ଟି ଆସନରେ ଆଗରେ ରହିଛି। ହେଲେ ନୂଆ କରି ଆରମ୍ଭ ହୋଇଥିବା ପିକେଙ୍କ ଦଳ ନିଜ ସତ୍ତା ରଖିବାରେ ବି ସଫଳ ହୋଇପାରିନି।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ

14 Nov 2025 By Deviprasad Mohanty

Bihar Election Results 2025 : ବିହାରରେ ଫେଲ୍ ମାରିଲା ପିକେ'ଙ୍କ ରଣନୀତି, ଅସ୍ତ ହୋଇଗଲା ‘ଜନ ସୂରାଜ ପାର୍ଟି’ !

ବିହାର ରଣକ୍ଷେତ୍ରରେ ଚିତପଟାଙ୍ଗ ମାରିଛନ୍ତି ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର

ପାଟନା: ଆରମ୍ଭରୁ ଅସ୍ତ ହୋଇଗଲା ପ୍ରଶାନ୍ତଙ୍କ ଜନ ସୂରାଜ ପାର୍ଟିର ଭବିଷ୍ୟତ। ବିହାର ରଣକ୍ଷେତ୍ରରେ ଚିତପଟାଙ୍ଗ ମାରିଛନ୍ତି ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର। ବିହାର ବିଧାନସଭା ନିର୍ବାଚନର ଫଳାଫଳ ପିକେଙ୍କୁ ଏକ ଶକ୍ତ ଝଟକା ଦେଇଛି। ପିକେଙ୍କ ଦଳ ଜନ ସୁରାଜ ପାର୍ଟି ବିହାରରେ କୌଣସି ଆସନ ଜିତିବାରେ ସଫଳ ହୋଇ ନାହିଁ। ଦଳର ଖାତା ଶୂନ ରହିଛି।

ପିକେ ନିଜେ ପୂର୍ବରୁ କହିଥିଲେ ଯେ ତାଙ୍କ ଦଳ "ଅର୍ଶ ପର୍‌ ୟା ଫର୍ଶ ପର୍‌" (ଆକାଶରେ କିମ୍ବା ମାଟିରେ) ରହିବ। ଆଉ ସେଇୟା ହିଁ ହୋଇଛି, ଫଳାଫଳ ଦର୍ଶାଇଛି ଯେ, ଜନ ସୂରାଜ ଦଳ ମାଟିରେ ପଡିଛି। ପ୍ରଶାନ୍ତ ଜେଏସପିକୁ ରାଜ୍ୟ ରାଜନୀତିରେ ତୃତୀୟ ବିକଳ୍ପ ଭାବରେ ଉପସ୍ଥାନ କରିଥିଲେ, କିନ୍ତୁ ବିହାରର ଜାତିଗତ ଭୋଟିଂ ଢାଂଚାକୁ ଭେଦ କରିବାରେ ଦଳ ସଫଳ ହୋଇପାରିଲା ନାହିଁ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ପ୍ରଶାନ୍ତ କିଶୋର ଏବଂ ଆସାଦୁଦ୍ଦିନ୍‌ ଓୱେସୀଙ୍କ ଇଓଗଓଗ ଦଳ ମହାଗଠବନ୍ଧନରୁ ବଡ଼ ସଂଖ୍ୟକ ଭୋଟ୍‌ କାଟିବାରେ ସଫଳ ହୋଇଛନ୍ତି। ୨୩୮ ଆସନରେ ପିକେଙ୍କ ଜନ ସୂରାଜ ପାର୍ଟି ପ୍ରାର୍ଥୀ ଦେଇଥିଲେ ସୁଦ୍ଧା କୌଣସି ଆସନରେ ଦଳ ଜିତିପାରିନାହିଁ। 

ହେଲେ ବିହାରରେ କ୍ଷମତାସୀନ ମେଣ୍ଟ ଏନଡିଏ ଏଥର ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି। ୨୦୨ସିଟ ଆଗରେ ରହିଛି ଏନଡିଏ। ଏକାକି ବିଜେପି ୯୧ ଆସନ ଆସନରେ ଆଗରେ ରହିଥିବା ବେଳେ ଜେଡିୟୁକୁ ୮୩ ସିଟରେ ଆଗରେ ରହିଛି। ଏଲଜେପି ୧୯ଆସନରେ ଆଗରେ ରହିଛି। ଅନ୍ୟପଟେ ମହାଗଠବନ୍ଧନକୁ ମାତ୍ର ୩୫ ସିଟ ଆଗରେ ରହିଛି। ଆରଜେଡି ୨୭ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସକୁ ମାତ୍ର ୫ଟି ଆସନରେ ଆଗରେ ରହିଛି। ହେଲେ ନୂଆ କରି ଆରମ୍ଭ ହୋଇଥିବା ପିକେଙ୍କ ଦଳ ନିଜ ସତ୍ତା ରଖିବାରେ ବି ସଫଳ ହୋଇପାରିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର