ଆରପାରିରେ 'ମହାଭାରତର' କର୍ଣ୍ଣ

ନୂଆଦିଲ୍ଲୀ: ଆରପାରିରେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର୍। ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ବି.ଆର. ଚୋପ୍ରାଙ୍କ ‘ମହାଭାରତ'ରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି କ୍ୟାନସର୍ରେ ପୀଡିତ ଥିଲେ। କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।
୧୯୮୮ ମସିହାର ଐତିହାସିକ ନାଟକ ‘ମହାଭାରତ’ରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ଅମର କରିଦେଇଥିଲା। ତାଙ୍କ ଚରିତ୍ର ଏତେ ଲୋକପ୍ରିୟତା ହାସଲ କରିଥିଲା ଯେ ଦେଶର ଅନେକ ସ୍ଥାନରେ ତାଙ୍କର ଫଟୋ ପୂଜା କରାଯାଉଥିଲା। ସେ ‘ସଡକ’, ‘ସୈନିକ’ ଏବଂ ‘ବାଦଶାହା’ ଭଳି ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜନରେ ସକ୍ରିୟ ରହିଥିଲେ। ତାଙ୍କ ପୁଅ ନିକିତିନ ଧୀର ମଧ୍ୟ ଜଣେ ଜଣାଶୁଣା ଅଭିନେତା।ପଙ୍କଜ ଧୀରଙ୍କ ପରଲୋକ ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ ଘଟାଇଛି।