ମନ୍ତ୍ରୀ ଆମ ନିଜ ଲୋକ କିନ୍ତୁ ଆମକୁ ଅବହେଳା କରୁଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

ହସି ହସି ପୂର୍ତ୍ତ ମନ୍ତ୍ରୀଙ୍କୁ କଟାକ୍ଷ

Deviprasad Mohanty Picture
Published On

ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବି ଚାଲିଛି ଗୃହ କାର୍ଯ୍ୟ। ପୂର୍ତ୍ତ ମନ୍ତ୍ରୀଙ୍କୁ ହସି ହସି କଟାକ୍ଷ। ପୂର୍ତ୍ତ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ବାଲେଶ୍ଵର ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ଗୃହରେ ନିଜର ଉଦବେଗ ପ୍ରକାଶ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାୟକ କହିଥିଲେ ୫୦ ଥର ମନ୍ତ୍ରୀଙ୍କୁ ଭେଟିଥିଲେ ବି କାମ ହେଉନି। ରାସ୍ତା ଖାଲଖମା ବି ମରାମତି ହେଉନି। ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦେଖା ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ବିଧାୟକ। ଯାହାକୁ ନେଇ ବିଧାନସଭାରେ ହାସ୍ୟ ରୋଳ ଦେଖାଦେଇଥିଲା। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

ସେପଟେ ଗୃହରେ ହସି ହସି ଉତ୍ତର ରଖି ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ, ବିଧାୟକ ଗୃହ ବାହାରେ ଏକଥା ୨୫ ଥର ଜଣାଇଛନ୍ତି। ରାସ୍ତାର କାମ ପାଇଁ ଟେଣ୍ଡର ସରିଛି, ଏଗ୍ରି ମେଣ୍ଟ ଷ୍ଟେଜରେ ଅଛି। ରାସ୍ତା ମରାମତି ତୁରନ୍ତ ହେବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

29 Nov 2025 By Deviprasad Mohanty

ମନ୍ତ୍ରୀ ଆମ ନିଜ ଲୋକ କିନ୍ତୁ ଆମକୁ ଅବହେଳା କରୁଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

ହସି ହସି ପୂର୍ତ୍ତ ମନ୍ତ୍ରୀଙ୍କୁ କଟାକ୍ଷ

ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବି ଚାଲିଛି ଗୃହ କାର୍ଯ୍ୟ। ପୂର୍ତ୍ତ ମନ୍ତ୍ରୀଙ୍କୁ ହସି ହସି କଟାକ୍ଷ। ପୂର୍ତ୍ତ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ବାଲେଶ୍ଵର ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ଗୃହରେ ନିଜର ଉଦବେଗ ପ୍ରକାଶ କରିଥିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାୟକ କହିଥିଲେ ୫୦ ଥର ମନ୍ତ୍ରୀଙ୍କୁ ଭେଟିଥିଲେ ବି କାମ ହେଉନି। ରାସ୍ତା ଖାଲଖମା ବି ମରାମତି ହେଉନି। ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦେଖା ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ବିଧାୟକ। ଯାହାକୁ ନେଇ ବିଧାନସଭାରେ ହାସ୍ୟ ରୋଳ ଦେଖାଦେଇଥିଲା। 

ସେପଟେ ଗୃହରେ ହସି ହସି ଉତ୍ତର ରଖି ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ, ବିଧାୟକ ଗୃହ ବାହାରେ ଏକଥା ୨୫ ଥର ଜଣାଇଛନ୍ତି। ରାସ୍ତାର କାମ ପାଇଁ ଟେଣ୍ଡର ସରିଛି, ଏଗ୍ରି ମେଣ୍ଟ ଷ୍ଟେଜରେ ଅଛି। ରାସ୍ତା ମରାମତି ତୁରନ୍ତ ହେବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର