+୨ ଇଣ୍ଟରନାଲ୍‌ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି, ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ ପାସ୍‌

Deviprasad Mohanty Picture
Published On

ଭୁବନେଶ୍ୱର: ଡିସେମ୍ବର ୨୨ତାରିଖରୁ ଯୁୁକ୍ତ ଦୁଇ ଇଣ୍ଟରନାଲ୍‌ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପ୍ରସ୍ତୁତି ଆରମ୍ଭ କରିଛି। ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷାକୁ ସୁଚାରୁଭାବେ କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ। ମୋଟ୍‌ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ଏକ୍ସ-ରେଗୁଲାର୍‌ ପିଲାଙ୍କୁ ଏହି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ୍‌ ଭାବେ ଘୋଷଣା କରାଯିବ। ପରୀକ୍ଷାର ପ୍ରଶ୍ନପତ୍ର ପାଟର୍ଣ୍ଣ ମଧ୍ୟ ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ଫେବୃଆରୀ ତୃତୀୟ ସପ୍ତାହରୁ ବାର୍ଷିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଫେବୃଆରୀ ୧୪ ତାରିଖ ସୁଦ୍ଧା ପିଲାଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯିବ। ଚଳିତ ବର୍ଷ ନୂତନ ଭାବେ ୮୯ କେନ୍ଦ୍ରରେ ପରୀକ୍ଷା ହେବ। ସମୁଦାୟ ୧୩୪୯ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

14 Nov 2025 By Deviprasad Mohanty

+୨ ଇଣ୍ଟରନାଲ୍‌ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି, ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ ପାସ୍‌

ଭୁବନେଶ୍ୱର: ଡିସେମ୍ବର ୨୨ତାରିଖରୁ ଯୁୁକ୍ତ ଦୁଇ ଇଣ୍ଟରନାଲ୍‌ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପ୍ରସ୍ତୁତି ଆରମ୍ଭ କରିଛି। ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷାକୁ ସୁଚାରୁଭାବେ କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ। ମୋଟ୍‌ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ।

ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ଏକ୍ସ-ରେଗୁଲାର୍‌ ପିଲାଙ୍କୁ ଏହି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ୍‌ ଭାବେ ଘୋଷଣା କରାଯିବ। ପରୀକ୍ଷାର ପ୍ରଶ୍ନପତ୍ର ପାଟର୍ଣ୍ଣ ମଧ୍ୟ ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ଫେବୃଆରୀ ତୃତୀୟ ସପ୍ତାହରୁ ବାର୍ଷିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଫେବୃଆରୀ ୧୪ ତାରିଖ ସୁଦ୍ଧା ପିଲାଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯିବ। ଚଳିତ ବର୍ଷ ନୂତନ ଭାବେ ୮୯ କେନ୍ଦ୍ରରେ ପରୀକ୍ଷା ହେବ। ସମୁଦାୟ ୧୩୪୯ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର