ଓଡ଼ିଆ ପୁଅଙ୍କ ହାତ ଧରିଲେ ବିଦେଶିନୀ: ହିନ୍ଦୁ ରୀତିନୀତିରେ କ୍ରୋଏସିଆର ଯୁବତୀଙ୍କୁ ବିବାହ କଲେ ଭଦ୍ରକର ଶୁକଦେବ

Suryakanta Picture
Published On

ପ୍ରେମ ଶାଶ୍ଵତ ଏବଂ ଏହା ଦେଶ, ମହାଦେଶ ତଥା ସୀମାର ବନ୍ଧନ ମାନେ ନାହିଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ରାଜ୍ୟର ଜଣେ ଯୁବକ। ସୁଦୂର ୟୁରୋପର କ୍ରୋଏସିଆରୁ ଆସିଥିବା ଜଣେ ବିଦେଶିନୀ ଯୁବତୀଙ୍କ ସହ ଓଡ଼ିଆ ପୁଅର ୫ ବର୍ଷର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁରେ ଏହି ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି। ଓଡ଼ିଆ ପୁଅ ଶୁକଦେଵ ଏବଂ ବିଦେଶିନୀ ଯୁବତୀ ତମରା ହିନ୍ଦୁ ରୀତିନୀତି ଅନୁଯାୟୀ କଲ୍ୟାଣ ମଣ୍ଡପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ମାଲଦ୍ଵୀପରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ଉହାଡ଼ ଗାଁର ସନାତନକମଳା ସେଠୀଙ୍କ ପୁଅ ଶୁକଦେଵ ଜଣେ ଉଚ୍ଚ ଶିକ୍ଷିତ ଯୁବକ। ମ୍ୟାନେଜମେଣ୍ଟ ଶିକ୍ଷା ସମାପ୍ତ କରିବା ପରେ ସେ ଚାକିରି ପାଇଁ ମାଲଦ୍ଵୀପ ଯାଇଥିଲେ। ସେଠାରେ ହୋଟେଲ ଶିଳ୍ପରେ କାର୍ଯ୍ୟ କରୁଥିବା ବେଳେ ଟୁର୍‌ରେ ଆସିଥିବା ୟୁରୋପର କ୍ରୋଏସିଆର ଯୁବତୀ ତମରାଙ୍କ ସହ ତାଙ୍କର ଭେଟ ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ଶୁକଦେବ ନିଜ ବିଦେଶିନୀ ବାନ୍ଧବୀଙ୍କୁ ଭାରତୀୟ ସଂସ୍କୃତି ଏବଂ ଓଡ଼ିଶାର ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଏହି ସମ୍ପର୍କକୁ ସେମାନେ ଜୀବନସାଥୀର ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ

ଓଡ଼ିଆ ପରମ୍ପରାରେ ସମ୍ପନ୍ନ ହେଲା ବିବାହ

ବିବାହ ପୂର୍ବରୁ ଶୁକଦେବ ତାଙ୍କ ପ୍ରେମିକାଙ୍କୁ ନିଜ ଗାଁକୁ ବୁଲାଇ ଆଣିଥିଲେ ଏବଂ ତମରା ମଧ୍ୟ ଓଡ଼ିଆ ଚଳଣିକୁ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସମ୍ପର୍କକୁ ନେଇ ପରିବାର ଲୋକେ ଆଶଙ୍କାରେ ଥିଲେ ମଧ୍ୟ ତମରା ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ। ଶେଷରେ ଉଭୟ ପରିବାରର ସମ୍ମତି କ୍ରମେ ସୁଦୂର କ୍ରୋଏସିଆରୁ ତମରା ଏକାକୀ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ଶୁକଦେଵ ତାଙ୍କୁ ଧରି ଭାରତର ବିଭିନ୍ନ ସ୍ଥାନ ବୁଲାଇବା ପରେ ନିଜ ଘରକୁ ଆଣିଥିଲେ। ବିବାହର ଦିନ ଧାର୍ଯ୍ୟ ହେବା ପରେ ଗୁଡୁ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ବାଜା ଏବଂ ରୋଷଣୀ ସହ ବରଯାତ୍ରୀ ଯାଇ ବୈଦିକ ରୀତିନୀତିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ ସମ୍ପନ୍ନ ହୋଇଥିଲା। ହାତରେ ନାଲି ଚୁଡ଼ି ଏବଂ ଶାଢ଼ୀ ପିନ୍ଧି ଜଣେ ଆଦର୍ଶ ଓଡ଼ିଆ ବୋହୂ ବେଶରେ ତମରା ବେଦୀରେ ବସିଥିଲେ। ଏହି ନିଆରା ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଥିବା ବେଳେ, ବିଦେଶିନୀ ବୋହୂ ପାଇ ଶୁକଦେବଙ୍କ ପରିବାର ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା ୨୦୨୭: ଏବେ ଲିଭ୍-ଇନ୍ ଯୋଡ଼ି ବିବେଚିତ ହେବେ ବିବାହିତ, ଅନଲାଇନ୍ ସେଲ୍ଫ-ଏନୁମେରେସନ୍ ପାଇଁ ନୂଆ ନିୟମ

16 Mar 2026 By Suryakanta

ଓଡ଼ିଆ ପୁଅଙ୍କ ହାତ ଧରିଲେ ବିଦେଶିନୀ: ହିନ୍ଦୁ ରୀତିନୀତିରେ କ୍ରୋଏସିଆର ଯୁବତୀଙ୍କୁ ବିବାହ କଲେ ଭଦ୍ରକର ଶୁକଦେବ

ପ୍ରେମ ଶାଶ୍ଵତ ଏବଂ ଏହା ଦେଶ, ମହାଦେଶ ତଥା ସୀମାର ବନ୍ଧନ ମାନେ ନାହିଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ରାଜ୍ୟର ଜଣେ ଯୁବକ। ସୁଦୂର ୟୁରୋପର କ୍ରୋଏସିଆରୁ ଆସିଥିବା ଜଣେ ବିଦେଶିନୀ ଯୁବତୀଙ୍କ ସହ ଓଡ଼ିଆ ପୁଅର ୫ ବର୍ଷର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁରେ ଏହି ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି। ଓଡ଼ିଆ ପୁଅ ଶୁକଦେଵ ଏବଂ ବିଦେଶିନୀ ଯୁବତୀ ତମରା ହିନ୍ଦୁ ରୀତିନୀତି ଅନୁଯାୟୀ କଲ୍ୟାଣ ମଣ୍ଡପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ମାଲଦ୍ଵୀପରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ଉହାଡ଼ ଗାଁର ସନାତନକମଳା ସେଠୀଙ୍କ ପୁଅ ଶୁକଦେଵ ଜଣେ ଉଚ୍ଚ ଶିକ୍ଷିତ ଯୁବକ। ମ୍ୟାନେଜମେଣ୍ଟ ଶିକ୍ଷା ସମାପ୍ତ କରିବା ପରେ ସେ ଚାକିରି ପାଇଁ ମାଲଦ୍ଵୀପ ଯାଇଥିଲେ। ସେଠାରେ ହୋଟେଲ ଶିଳ୍ପରେ କାର୍ଯ୍ୟ କରୁଥିବା ବେଳେ ଟୁର୍‌ରେ ଆସିଥିବା ୟୁରୋପର କ୍ରୋଏସିଆର ଯୁବତୀ ତମରାଙ୍କ ସହ ତାଙ୍କର ଭେଟ ହୋଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ଶୁକଦେବ ନିଜ ବିଦେଶିନୀ ବାନ୍ଧବୀଙ୍କୁ ଭାରତୀୟ ସଂସ୍କୃତି ଏବଂ ଓଡ଼ିଶାର ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଏହି ସମ୍ପର୍କକୁ ସେମାନେ ଜୀବନସାଥୀର ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଓଡ଼ିଆ ପରମ୍ପରାରେ ସମ୍ପନ୍ନ ହେଲା ବିବାହ

ବିବାହ ପୂର୍ବରୁ ଶୁକଦେବ ତାଙ୍କ ପ୍ରେମିକାଙ୍କୁ ନିଜ ଗାଁକୁ ବୁଲାଇ ଆଣିଥିଲେ ଏବଂ ତମରା ମଧ୍ୟ ଓଡ଼ିଆ ଚଳଣିକୁ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସମ୍ପର୍କକୁ ନେଇ ପରିବାର ଲୋକେ ଆଶଙ୍କାରେ ଥିଲେ ମଧ୍ୟ ତମରା ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ। ଶେଷରେ ଉଭୟ ପରିବାରର ସମ୍ମତି କ୍ରମେ ସୁଦୂର କ୍ରୋଏସିଆରୁ ତମରା ଏକାକୀ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ଶୁକଦେଵ ତାଙ୍କୁ ଧରି ଭାରତର ବିଭିନ୍ନ ସ୍ଥାନ ବୁଲାଇବା ପରେ ନିଜ ଘରକୁ ଆଣିଥିଲେ। ବିବାହର ଦିନ ଧାର୍ଯ୍ୟ ହେବା ପରେ ଗୁଡୁ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ବାଜା ଏବଂ ରୋଷଣୀ ସହ ବରଯାତ୍ରୀ ଯାଇ ବୈଦିକ ରୀତିନୀତିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ ସମ୍ପନ୍ନ ହୋଇଥିଲା। ହାତରେ ନାଲି ଚୁଡ଼ି ଏବଂ ଶାଢ଼ୀ ପିନ୍ଧି ଜଣେ ଆଦର୍ଶ ଓଡ଼ିଆ ବୋହୂ ବେଶରେ ତମରା ବେଦୀରେ ବସିଥିଲେ। ଏହି ନିଆରା ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଥିବା ବେଳେ, ବିଦେଶିନୀ ବୋହୂ ପାଇ ଶୁକଦେବଙ୍କ ପରିବାର ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର