ଓଡ଼ିଶା ଛାଡ଼ିଲା ମୌସୁମୀ; ଆଣିଥିଲା ୧୬ଟି ଲଘୁଚାପ, ୫ ଅବପାତ...

ସଅଳ ଆସିଲା, ସ୍ୱାଭାବିକ ସମୟରେ ଫେରିଲା

Deviprasad Mohanty Picture
Published On

ଭୁବନେଶ୍ୱର:  ସାଧରଣ ଭାବେ ଓଡ଼ିଶାରୁ ଅକ୍ଟୋବର ୧୦-୧୫ ମଧ୍ୟରେ ମୌସୁମୀ ଅପସାରଣ ହୋଇଥାଏ। ଚଳିତ ବର୍ଷ ରାଜ୍ୟକୁ ସ୍ୱମୌସୁମୀ ଯଥେଷ୍ଟ ଆଗୁଆ ଆସିଥିଲେ ମଧ୍ୟ ରାଜ୍ୟରୁ ସ୍ୱାଭାବିକ ସମୟରେ ପ୍ରତ୍ୟାବର୍ତ୍ତନ କରିଛି।  ପ୍ରଥମ ଦିନରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦିରୁ ସମ୍ପୂର୍ଣ୍ଣ ଅପସାରଣ ହୋଇଯାଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଅଧିକାଂଶ ଅଞ୍ଚଳ ଏବଂ ନୂଆପଡ଼ା, ସୋନପୁର, ବରଗଡ଼ ଓ ବାଲେଶ୍ୱରର କିଛି ଅଞ୍ଚଳରୁ ଅପସାରଣ ହୋଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଏହି ସବୁ ଅଞ୍ଚଳରେ ଦୁଇ ଦିନ ହେବ ବର୍ଷା କମିଯାଇଥିବା ବେଳେ ଆଗକୁ ମଧ୍ୟ ଏଠାରେ ଶୁଖିଲା ପାଗ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୨-୩ ଦିନ ମଧ୍ୟରେ ରାଜ୍ୟର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

ଆହୁରି ପଢ଼ନ୍ତୁ: ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା

ଅନ୍ୟପଟେ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ ଗଲା ୩ ବର୍ଷ ହେବ ରାଜ୍ୟରୁ ମୌସୁମୀ ୧୩ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ ହେଉଥିବା ଦେଖାଯାଇଛି। ୧୦ ବର୍ଷ ମଧ୍ୟରେ ୨୦୧୮ରେ ସବୁଠୁ ଆଗୁଆ ଅର୍ଥାତ ମୌସୁମୀ ୫ ଅକ୍ଟୋବରରେ ଓଡ଼ିଶା ଛାଡ଼ିଥିବା ବେଳେ ୨୦୨୦ରେ ସବୁଠୁ ବିଳମ୍ବ ଅର୍ଥାତ ୨୬ ଅକ୍ଟୋବରରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥିଲା। ସାଧାରଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ୨-୩ ଦିନ ମଧ୍ୟରେ ସାରା ଓଡ଼ିଶାରୁ ଅପସାରଣ ହୋଇଯାଉଥିବାରୁ ଚଳିତ ବର୍ଷ ମଧ୍ୟ ୧୫ ସୁଦ୍ଧା ମୌସୁମୀ ସାରା ଓଡ଼ିଶାରୁ ବିଦାୟ ନେଇ ଯିବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

ରାଜ୍ୟକୁ ଜୁନ୍‌ ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଗ୍ରସର ହୋଇଥାଏ। ହେଲେ ଚଳିତ ବର୍ଷ ସ୍ୱାଭାବିକ ସମୟର ଯଥେଷ୍ଟ ପୂର୍ବରୁ ଅର୍ଥାତ ମେ’ ୨୬ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା।  ଏଥର ମୌସୁମୀ ୪ ମାସ ଅର୍ଥାତ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ୧୧୫୦.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ରାଜ୍ୟରେ ସ୍ୱାଭାବିକ ବର୍ଷାକୁ ସୂଚାଉଛି। ମୌସୁମୀର ପ୍ରଭାବ ମଧ୍ୟରେ ବଙ୍ଗୋପସାଗର ଓଡ଼ିଶାକୁ ପ୍ରଭାବିତ କରିଥିବା ସ୍ଥଳଭାଗକୁ ମିଶାଇ ମୋଟ୍‌ ୧୬ ଟି ଲଘୁଚାପ ହୋଇଥିଲା। ଏଥି ମଧ୍ୟରୁ ୫ ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ/ଗଭୀର ଅବପାତରେ ମଧ୍ୟ ପରିଣତ ହୋଇଥିଲା। ଏହାଦ୍ୱାରା ଚଳିତ ବର୍ଷ ରାଜ୍ୟର ଉତ୍ତର ଓଡ଼ିଶାରେ ପ୍ରାୟ ୬ ଥର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହାନଦୀରେ ମଧ୍ୟ ଦୁଇ ଥର ଛୋଟ ଧରଣର ବନ୍ୟା ଆସିଥିଲା।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

14 Oct 2025 By Deviprasad Mohanty

ଓଡ଼ିଶା ଛାଡ଼ିଲା ମୌସୁମୀ; ଆଣିଥିଲା ୧୬ଟି ଲଘୁଚାପ, ୫ ଅବପାତ...

ସଅଳ ଆସିଲା, ସ୍ୱାଭାବିକ ସମୟରେ ଫେରିଲା

ଭୁବନେଶ୍ୱର:  ସାଧରଣ ଭାବେ ଓଡ଼ିଶାରୁ ଅକ୍ଟୋବର ୧୦-୧୫ ମଧ୍ୟରେ ମୌସୁମୀ ଅପସାରଣ ହୋଇଥାଏ। ଚଳିତ ବର୍ଷ ରାଜ୍ୟକୁ ସ୍ୱମୌସୁମୀ ଯଥେଷ୍ଟ ଆଗୁଆ ଆସିଥିଲେ ମଧ୍ୟ ରାଜ୍ୟରୁ ସ୍ୱାଭାବିକ ସମୟରେ ପ୍ରତ୍ୟାବର୍ତ୍ତନ କରିଛି।  ପ୍ରଥମ ଦିନରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦିରୁ ସମ୍ପୂର୍ଣ୍ଣ ଅପସାରଣ ହୋଇଯାଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଅଧିକାଂଶ ଅଞ୍ଚଳ ଏବଂ ନୂଆପଡ଼ା, ସୋନପୁର, ବରଗଡ଼ ଓ ବାଲେଶ୍ୱରର କିଛି ଅଞ୍ଚଳରୁ ଅପସାରଣ ହୋଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଏହି ସବୁ ଅଞ୍ଚଳରେ ଦୁଇ ଦିନ ହେବ ବର୍ଷା କମିଯାଇଥିବା ବେଳେ ଆଗକୁ ମଧ୍ୟ ଏଠାରେ ଶୁଖିଲା ପାଗ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୨-୩ ଦିନ ମଧ୍ୟରେ ରାଜ୍ୟର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

ଅନ୍ୟପଟେ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ ଗଲା ୩ ବର୍ଷ ହେବ ରାଜ୍ୟରୁ ମୌସୁମୀ ୧୩ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ ହେଉଥିବା ଦେଖାଯାଇଛି। ୧୦ ବର୍ଷ ମଧ୍ୟରେ ୨୦୧୮ରେ ସବୁଠୁ ଆଗୁଆ ଅର୍ଥାତ ମୌସୁମୀ ୫ ଅକ୍ଟୋବରରେ ଓଡ଼ିଶା ଛାଡ଼ିଥିବା ବେଳେ ୨୦୨୦ରେ ସବୁଠୁ ବିଳମ୍ବ ଅର୍ଥାତ ୨୬ ଅକ୍ଟୋବରରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥିଲା। ସାଧାରଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ୨-୩ ଦିନ ମଧ୍ୟରେ ସାରା ଓଡ଼ିଶାରୁ ଅପସାରଣ ହୋଇଯାଉଥିବାରୁ ଚଳିତ ବର୍ଷ ମଧ୍ୟ ୧୫ ସୁଦ୍ଧା ମୌସୁମୀ ସାରା ଓଡ଼ିଶାରୁ ବିଦାୟ ନେଇ ଯିବାର ସମ୍ଭାବନା ରହିଛି। 

ରାଜ୍ୟକୁ ଜୁନ୍‌ ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଗ୍ରସର ହୋଇଥାଏ। ହେଲେ ଚଳିତ ବର୍ଷ ସ୍ୱାଭାବିକ ସମୟର ଯଥେଷ୍ଟ ପୂର୍ବରୁ ଅର୍ଥାତ ମେ’ ୨୬ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା।  ଏଥର ମୌସୁମୀ ୪ ମାସ ଅର୍ଥାତ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ୧୧୫୦.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ରାଜ୍ୟରେ ସ୍ୱାଭାବିକ ବର୍ଷାକୁ ସୂଚାଉଛି। ମୌସୁମୀର ପ୍ରଭାବ ମଧ୍ୟରେ ବଙ୍ଗୋପସାଗର ଓଡ଼ିଶାକୁ ପ୍ରଭାବିତ କରିଥିବା ସ୍ଥଳଭାଗକୁ ମିଶାଇ ମୋଟ୍‌ ୧୬ ଟି ଲଘୁଚାପ ହୋଇଥିଲା। ଏଥି ମଧ୍ୟରୁ ୫ ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ/ଗଭୀର ଅବପାତରେ ମଧ୍ୟ ପରିଣତ ହୋଇଥିଲା। ଏହାଦ୍ୱାରା ଚଳିତ ବର୍ଷ ରାଜ୍ୟର ଉତ୍ତର ଓଡ଼ିଶାରେ ପ୍ରାୟ ୬ ଥର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହାନଦୀରେ ମଧ୍ୟ ଦୁଇ ଥର ଛୋଟ ଧରଣର ବନ୍ୟା ଆସିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର