ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଛଡାଇ ନେଲେ ମୋହନ ସରକାର: ବିଜେଡ଼ି

ଟଙ୍କା ନାହିଁ କହି ବନ୍ଦ କରିଦେଲେ ମୋ ଜଙ୍ଗଲ ଜମି ଯୋଜନା 

Deviprasad Mohanty Picture
Published On

ଭୁବନେଶ୍ୱର: ଜଙ୍ଗଲ ଜମି, ଆଦିବାସୀ ମାନଙ୍କ ସାମ୍ୱିଧାନିକ ଅଧିକାର । ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଜଙ୍ଗଲ ଜମି ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଓଡ଼ିଶାର ବିଜେପି ସରକାର ଏହାକୁ ବନ୍ଦ କରି ଦେଲେ । ଲକ୍ଷ ଲକ୍ଷ ଭୂମିହୀନ ଆଦିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିଛନ୍ତି । ଏହି ପ୍ରତାରଣା ପ୍ରତିବାଦରେ ୨୩ ଜିଲ୍ଲାର ଆଦିବାସୀ ମାନେ ବିଜେଡି ନେତୃତ୍ୱରେ ଆନେ୍ଦାଳନକୁ ଓହ୍ଲାଇବେ । 

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନ ଆରମ୍ଭ: ୫୦ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ଗଲେ ୪ ମହାକାଶଚାରୀ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ ସେମାନଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହେବ । ଜଳ, ଜଙ୍ଗଲ, ଜମି ହେଉଛି ଆଦିବାସୀ ମାନଙ୍କ ଐତିହାସିକ ଦାବି । ସେମାନଙ୍କ ନାର୍ଯ୍ୟ ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦୦୮ ମସିହାରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ସହ ଆଦିବାସୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ ଆରମ୍ଭ କରିଥିଲେ । ଏହା ଏକ ଐତିହାସିକ ନିଷ୍ପତି ଥିଲା । ସାରା ଦେଶରେ ଓଡିଶା ଏକ ମାଇଲ ଖୁଣ୍ଟ ସ୍ଥାପନ କଲା । ଏହି ଯୋଜନାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡି ସରକାର ୨୦୨୩ ବିଶ୍ୱ ଆଦିବାସୀ ଦିବସରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତି ତହସିଲ ଓ ଆଇଟିଡିଏ କାର୍ଯ୍ୟାଳୟରେ ଏଫଆରଏ ସେଲ୍ ଖୋଲି କାମକୁ ତ୍ୱରାନ୍ୱିତ କରାଯାଇ ଥିଲା । ଏଥିପାଇଁ ସେହି ବର୍ଷ ୩୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ବି କରିଥିଲେ । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।  ଇତି ମଧ୍ୟରେ ୪ ଲକ୍ଷ ୭୩ ହଜାର ୩୬୪ଟି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ କରାଯାଇଛି । ଦୁର୍ଗମ, ଅପହଞ୍ଚ ଇଲାକାରେ ରହୁଥିବା ଜଙ୍ଗଲ ଅଧିବାସୀ ନବୀନ ବାବୁଙ୍କ ଠାରୁ ଜମି ପଟ୍ଟା ପାଇଁ ନିଜକୁ ଧନ୍ୟ ମନେ କଲେ । କିନ୍ତୁ ଟଙ୍କା ନାହିଁ ବୋଲି କହି ବିଜେପି ସରକାର ଏହି ଯୋଜନାକୁ ଗତ ତିନିମାସ ହେଲା ବନ୍ଦ କରି ଦେଇଛନ୍ତି । ପଟ୍ଟା ନଥିବାରୁ ଆଦିବାସୀ ମାନେ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । 
ଡ. ପି୍ରୟବତ ମାଝୀ କହିଥିଲେ ଯେ, ଗତ ମେ ମାସରେ ମାନ୍ୟବର ରାଜ୍ୟପାଳ ଝଞ ଝଉ ବିଭାଗର ସମୀକ୍ଷା କରିବା ସମୟରେ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ତାଗିଦ୍ କଲେ । କିନ୍ତୁ ଏପରି ଏକ ଆଦିବାସୀ କଲ୍ୟାଣକାରୀ ଯୋଜନାକୁ ଆଗକୁ ନେବା ପରିବର୍ତ୍ତେ ବନ୍ଦ କରି ଦିଆଗଲା । ଯେତେବେଳେ ଉପ ନିର୍ବାଚନ ଆସେ ସେତେବେଳେ ମୋହନ ଚରଣ ମାଝିଙ୍କୁ ଆଦିବାସୀଙ୍କ କଥା ମନେ ପଡେ । ବିଜେପି ସରକାରର ଏହି ଆଦିବାସୀ ମାରଣ ନୀତି ବିରୁଦ୍ଧରେ ସାରା ରାଜ୍ୟର ଆଦିବାସୀ ଏକାଠି ହେବେ । ବିଜେଡି ନେତୃତ୍ୱରେ ସଂଗ୍ରାମ ଆରମ୍ଭ ହେବ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ଅପମାନର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ଚାହୁନାହାନ୍ତି ସରକାର: ବିଜେଡି

04 Dec 2025 By Deviprasad Mohanty

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର