ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ

Sakala Desk Picture
Published On

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ

09 Jan 2026 By Sakala Desk

ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।

ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।

ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର