ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଖଟରେ ବୁହା ହେଲେ ପ୍ରସୂତୀ....

Deviprasad Mohanty Picture
Published On

ବାରିପଦା: ଖଟରେ ବୁହା ହେଲେ ପ୍ରସୂତୀ। ପଦ୍ମପୋଖରୀ ଗ୍ରାମ ପଞ୍ଚାୟତ ଧନା ସାହିର ସମା ମହାକୁଡ଼ଙ୍କ ସ୍ତ୍ରୀ ନାନ୍ଦୀ ମହାକୁଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆଜି ୮ ଘଟିକା ସମୟରେ ଏକ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଡକାଯାଇଥିଲା। ହେଲେ ଧନା ସାହିର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମକୁ ପହଞ୍ଚି ପାରି ନ ଥିଲା। ଫଳରେ ଗାଁଲୋକେ ତାଙ୍କୁ ୫ କି.ମି ରାସ୍ତା ଏକ ଖଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିକି ଆଣୁଥିଲେ। ହେଲେ ବୋହିଥିବା ଅବସ୍ଥାରେ ନବଜାତ ଶିଶୁଟି ଜନ୍ମ ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଆଶା କର୍ମି ଏବଂ ଅଙ୍ଗନୱାଡ଼ି କର୍ମିଙ୍କୁ ଏଥିନିମନ୍ତେ ଅବଗତ ନ ଥିବାରୁ ଉକ୍ତ ମହିଳାଙ୍କୁ କୌଣସି ସହଯୋଗ ମିଳିପାରି ନାହିଁ । କପ୍ତିପଦା ବି.ଡି.ଓ ଙ୍କୁ ଧନାସାହି ଗ୍ରାମର ରାସ୍ତା ମରାମତି ନିମନ୍ତେ ଅନେକବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରୁନାହିଁ ଯେଉଁ ଦ୍ଵାରା ଏକ ଆମ୍ବୁଲାନ୍ସ ମଧ୍ୟ ଏଠାକୁ ପହଞ୍ଚି ପାର ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

22 Nov 2025 By Deviprasad Mohanty

ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଖଟରେ ବୁହା ହେଲେ ପ୍ରସୂତୀ....

ବାରିପଦା: ଖଟରେ ବୁହା ହେଲେ ପ୍ରସୂତୀ। ପଦ୍ମପୋଖରୀ ଗ୍ରାମ ପଞ୍ଚାୟତ ଧନା ସାହିର ସମା ମହାକୁଡ଼ଙ୍କ ସ୍ତ୍ରୀ ନାନ୍ଦୀ ମହାକୁଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆଜି ୮ ଘଟିକା ସମୟରେ ଏକ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଡକାଯାଇଥିଲା। ହେଲେ ଧନା ସାହିର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମକୁ ପହଞ୍ଚି ପାରି ନ ଥିଲା। ଫଳରେ ଗାଁଲୋକେ ତାଙ୍କୁ ୫ କି.ମି ରାସ୍ତା ଏକ ଖଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିକି ଆଣୁଥିଲେ। ହେଲେ ବୋହିଥିବା ଅବସ୍ଥାରେ ନବଜାତ ଶିଶୁଟି ଜନ୍ମ ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଆଶା କର୍ମି ଏବଂ ଅଙ୍ଗନୱାଡ଼ି କର୍ମିଙ୍କୁ ଏଥିନିମନ୍ତେ ଅବଗତ ନ ଥିବାରୁ ଉକ୍ତ ମହିଳାଙ୍କୁ କୌଣସି ସହଯୋଗ ମିଳିପାରି ନାହିଁ । କପ୍ତିପଦା ବି.ଡି.ଓ ଙ୍କୁ ଧନାସାହି ଗ୍ରାମର ରାସ୍ତା ମରାମତି ନିମନ୍ତେ ଅନେକବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରୁନାହିଁ ଯେଉଁ ଦ୍ଵାରା ଏକ ଆମ୍ବୁଲାନ୍ସ ମଧ୍ୟ ଏଠାକୁ ପହଞ୍ଚି ପାର ନ ଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର