ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ ହୋଇଛି। ୨ ଜଣ ନବଳିକା ଓ ୨ଜଣ ଯୁବକ ଜିଲ୍ଲାର ତଣ୍ଡାପାଲି ନିକଟରେ ଥିବା ଏକ ଜଙ୍ଗଲକୁ ଯାଇଥିଲେ। ତେବେ ସେଠାରେ ଜଣେ ନବଳିକାକୁ ମଦ ପିଆଇ ତାଙ୍କ ସହ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।





