ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫’ ଉଦଯାପିତ

Sakala Desk Picture
Published On

ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଚଳିତ ବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ 'ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫' ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସର ଓ ଖେଳ ପଡ଼ିଆକୁ ସୁସଜ୍ଜିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପତାକା ଉତ୍ତୋଳନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ମାର୍ଚ୍ଚପାଷ୍ଟ ଓ ମଶାଲ ପ୍ରଜ୍ଜ୍ୱଳନ ସହ କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା। ଏହା ସହିତ ଏରୋବିକ୍ସ, ଅମ୍ବ୍ରେଲା ଡ୍ୟାନ୍ସ, ମାସ୍ ଡ୍ରିଲ୍ ଓ ଟେଡି ବିୟର ଡ୍ୟାନ୍ସ ଭଳି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଭାଇସ୍ ଚେୟାରମ୍ୟାନ୍ ଶ୍ରୀମତୀ ଜ୍ୟୋତ୍ସ୍ନା ଦାସ ଏବଂ ପ୍ରିନ୍ସିପାଲ୍ ଶ୍ରୀମତୀ ବଲବିର କୌର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଛାତ୍ରମଣ୍ଡଳୀକୁ କ୍ରୀଡ଼ା ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସେକ୍ରେଟାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

Manjari Devi Public School Successfully Organizes Annual Sports Carnival 2025 (2)

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଓ ଶୃଙ୍ଖଳାର ଗୁରୁତ୍ୱ ସମ୍ପର୍କରେ ଉପଦେଶ ଦେଇଥିଲେ। ଏହି ଅବସରରେ ଦୌଡ଼, ଚକୋଲେଟ୍ ରେସ୍, ବାଲାନ୍ସ ରେସ୍, ମ୍ୟୁଜିକାଲ୍ ଚେୟାର, ମାଳି ଗୁନ୍ଥା, ମ୍ୟାଥ୍ ରେସ୍ ଓ ରିଲେ ରେସ୍ ଭଳି ମୋଟ ୨୮ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କ୍ରୀଡ଼ାର ଦ୍ୱିତୀୟ ଦିବସଟି ଉଦଯାପନୀ ଦିବସ ରୂପେ ପାଳିତ ହୋଇଥିଲା। ଏହି ଦିନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିକେଟ୍ ଓ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଦଳ ବିଜୟୀ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା। ଏହି କ୍ରୀଡ଼ା ଉତ୍ସବ ସମସ୍ତଙ୍କ ମନରେ ଆନନ୍ଦ ଓ ଉଦ୍ଦୀପନା ଭରିବା ସହ ଏକ ଅମର ସ୍ମୃତି ହୋଇ ରହିଥିଲା।

Manjari Devi Public School Successfully Organizes Annual Sports Carnival 2025 (3)

20 Dec 2025 By Sakala Desk

ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫’ ଉଦଯାପିତ

ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଚଳିତ ବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ 'ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫' ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସର ଓ ଖେଳ ପଡ଼ିଆକୁ ସୁସଜ୍ଜିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପତାକା ଉତ୍ତୋଳନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ମାର୍ଚ୍ଚପାଷ୍ଟ ଓ ମଶାଲ ପ୍ରଜ୍ଜ୍ୱଳନ ସହ କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା। ଏହା ସହିତ ଏରୋବିକ୍ସ, ଅମ୍ବ୍ରେଲା ଡ୍ୟାନ୍ସ, ମାସ୍ ଡ୍ରିଲ୍ ଓ ଟେଡି ବିୟର ଡ୍ୟାନ୍ସ ଭଳି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଭାଇସ୍ ଚେୟାରମ୍ୟାନ୍ ଶ୍ରୀମତୀ ଜ୍ୟୋତ୍ସ୍ନା ଦାସ ଏବଂ ପ୍ରିନ୍ସିପାଲ୍ ଶ୍ରୀମତୀ ବଲବିର କୌର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଛାତ୍ରମଣ୍ଡଳୀକୁ କ୍ରୀଡ଼ା ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସେକ୍ରେଟାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

Manjari Devi Public School Successfully Organizes Annual Sports Carnival 2025 (2)

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଓ ଶୃଙ୍ଖଳାର ଗୁରୁତ୍ୱ ସମ୍ପର୍କରେ ଉପଦେଶ ଦେଇଥିଲେ। ଏହି ଅବସରରେ ଦୌଡ଼, ଚକୋଲେଟ୍ ରେସ୍, ବାଲାନ୍ସ ରେସ୍, ମ୍ୟୁଜିକାଲ୍ ଚେୟାର, ମାଳି ଗୁନ୍ଥା, ମ୍ୟାଥ୍ ରେସ୍ ଓ ରିଲେ ରେସ୍ ଭଳି ମୋଟ ୨୮ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କ୍ରୀଡ଼ାର ଦ୍ୱିତୀୟ ଦିବସଟି ଉଦଯାପନୀ ଦିବସ ରୂପେ ପାଳିତ ହୋଇଥିଲା। ଏହି ଦିନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିକେଟ୍ ଓ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଦଳ ବିଜୟୀ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା। ଏହି କ୍ରୀଡ଼ା ଉତ୍ସବ ସମସ୍ତଙ୍କ ମନରେ ଆନନ୍ଦ ଓ ଉଦ୍ଦୀପନା ଭରିବା ସହ ଏକ ଅମର ସ୍ମୃତି ହୋଇ ରହିଥିଲା।

Manjari Devi Public School Successfully Organizes Annual Sports Carnival 2025 (3)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର