ଦ୍ୱିତୀୟ ପତ୍ନୀଙ୍କୁ ମିଳିବନି ସରକାରୀ ପେନସନ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Sakala Desk Picture
Published On

କଟକ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ କୌଣସି ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଆଇନତଃ ଗ୍ରହଣୀୟ ନୁହେଁ ଏବଂ ଏଭଳି ସ୍ଥିତିରେ ଦ୍ବିତୀୟ ସ୍ତ୍ରୀ ପେନସନ ଦାବି କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

କୋର୍ଟ ଦର୍ଶାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ। ଯେଉଁ ବିବାହ ଆରମ୍ଭରୁ ହିଁ ବେଆଇନ ବା ଅସିଦ୍ଧ, ତାହା ପରବର୍ତ୍ତୀ ସମୟରେ କିମ୍ବା ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ଦ୍ୱିତୀୟ ପତ୍ନୀଙ୍କ ପେନସନ ଦାବିକୁ କୋର୍ଟ ଖାରଜ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୭୨ଘଣ୍ଟା କାଳବୈଶାଖୀ ବର୍ଷା! ପାଣିପାଗ ବିଭାଗ ତରଫରୁ ୱାର୍ଣ୍ଣିଂ ଜାରି

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଓଡ଼ିଶା ସିଭିଲ ସର୍ଭିସେସ (ପେନସନ) ନିୟମାବଳୀ-୧୯୯୨ର ଉଲ୍ଲେଖ କରିଛନ୍ତି। ନିୟମାବଳୀ ଅନୁଯାୟୀ, ପେନସନ ପାଇବା ପାଇଁ ଜଣେ ‘ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ। ଦ୍ୱିତୀୟ ପତ୍ନୀଙ୍କୁ ପେନସନ ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି କୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

17 Jan 2026 By Sakala Desk

ଦ୍ୱିତୀୟ ପତ୍ନୀଙ୍କୁ ମିଳିବନି ସରକାରୀ ପେନସନ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବା ସମୟରେ କୌଣସି ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଆଇନତଃ ଗ୍ରହଣୀୟ ନୁହେଁ ଏବଂ ଏଭଳି ସ୍ଥିତିରେ ଦ୍ବିତୀୟ ସ୍ତ୍ରୀ ପେନସନ ଦାବି କରିପାରିବେ ନାହିଁ।

କୋର୍ଟ ଦର୍ଶାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ। ଯେଉଁ ବିବାହ ଆରମ୍ଭରୁ ହିଁ ବେଆଇନ ବା ଅସିଦ୍ଧ, ତାହା ପରବର୍ତ୍ତୀ ସମୟରେ କିମ୍ବା ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ଦ୍ୱିତୀୟ ପତ୍ନୀଙ୍କ ପେନସନ ଦାବିକୁ କୋର୍ଟ ଖାରଜ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଓଡ଼ିଶା ସିଭିଲ ସର୍ଭିସେସ (ପେନସନ) ନିୟମାବଳୀ-୧୯୯୨ର ଉଲ୍ଲେଖ କରିଛନ୍ତି। ନିୟମାବଳୀ ଅନୁଯାୟୀ, ପେନସନ ପାଇବା ପାଇଁ ଜଣେ ‘ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ। ଦ୍ୱିତୀୟ ପତ୍ନୀଙ୍କୁ ପେନସନ ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ ବୋଲି କୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର