୬ ଡିଗ୍ରୀକୁ ଖସିଲା ପାରଦ, ‌‌ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଥଣ୍ଡା ...

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଜାରି ରହିଛି। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପ୍ରଭାବରେ ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। ଲଗାତାର ଦୁଇ ଦିନ ହେବ, ଭୁବନେଶ୍ୱର ଓ ଫୁଲବାଣୀରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ଡିଗ୍ରୀ ତଳେ ରହିଥିବା ହେତୁ ଏଠାରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାବ୍ୟତୀତ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। କୋରାପୁଟର ସେମିଳିଗୁଡ଼ାଠାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ କିଛି କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ।

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

15 Nov 2025 By Deviprasad Mohanty

୬ ଡିଗ୍ରୀକୁ ଖସିଲା ପାରଦ, ‌‌ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଥଣ୍ଡା ...

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଜାରି ରହିଛି। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପ୍ରଭାବରେ ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। ଲଗାତାର ଦୁଇ ଦିନ ହେବ, ଭୁବନେଶ୍ୱର ଓ ଫୁଲବାଣୀରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ଡିଗ୍ରୀ ତଳେ ରହିଥିବା ହେତୁ ଏଠାରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାବ୍ୟତୀତ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। କୋରାପୁଟର ସେମିଳିଗୁଡ଼ାଠାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ କିଛି କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର