ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ, ୪ ଦିନ ପର୍ଯ୍ୟନ୍ତ ହାଲୁକା ଥଣ୍ଡା...

Deviprasad Mohanty Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟକୁ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ସହ ରାଜ୍ୟରେ ଥଣ୍ଡାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାପରେ ପୁଣି ତାପମାତ୍ରା ହ୍ରାସ ପାଇବ ବୋଲି  ଅନୁମାନ କରାଯାଇଛି। ତେବେ ତାପମାତ୍ରା କମିଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରବିବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଆଦିରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ବାତ୍ୟା ବର୍ତ୍ତମାନ ଆନ୍ଧ୍ର ମୁହାଁ ହେଉଛି। ଏହାଦ୍ୱାରା ଆନ୍ଧ୍ରରେ ବର୍ଷା ବଢ଼ିବା ସହ ସୋମବାର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଛାଡ଼ି ଦେଲେ ବାକି ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି। 

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

01 Dec 2025 By Deviprasad Mohanty

ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ, ୪ ଦିନ ପର୍ଯ୍ୟନ୍ତ ହାଲୁକା ଥଣ୍ଡା...

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟକୁ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ସହ ରାଜ୍ୟରେ ଥଣ୍ଡାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାପରେ ପୁଣି ତାପମାତ୍ରା ହ୍ରାସ ପାଇବ ବୋଲି  ଅନୁମାନ କରାଯାଇଛି। ତେବେ ତାପମାତ୍ରା କମିଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରବିବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଆଦିରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ବାତ୍ୟା ବର୍ତ୍ତମାନ ଆନ୍ଧ୍ର ମୁହାଁ ହେଉଛି। ଏହାଦ୍ୱାରା ଆନ୍ଧ୍ରରେ ବର୍ଷା ବଢ଼ିବା ସହ ସୋମବାର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଛାଡ଼ି ଦେଲେ ବାକି ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର