ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟି ଓ ଶିଶୁଙ୍କୁ ପ୍ରଚାରରେ ନିୟୋଜିତ କରି ବିଜେପି ଆଚରଣ ବିଧି ଉଲ୍ଲଂଘନ କରିଛି: ବିଜେଡି

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ଶାସକ ବିଜେପି ଦଳ ନିର୍ବାଚନ ପ୍ରଚାରରେ ଶିଶୁମାନଙ୍କୁ ନିୟୋଜିତ କରିବା ଓ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବାଣ୍ଟିବା ଯାହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ବିଜେଡିର ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଶିଶୁମାନଙ୍କୁ କିଭଳି ଭାବରେ ନିର୍ବାଚନ ପ୍ରଚାରରେ ନିୟୋଜିତ କରାଯାଇଛି, ତାହା ସଂପର୍କିତ ତଥ୍ୟ ପ୍ରମାଣ ଯଥା ଭିଡିଓ, ଫଟୋ ସହ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ନୂଆପଡା ବ୍ଲକ ଅନ୍ତର୍ଗତ ଖୁଟାବନ ଭେରା ଗ୍ରାମପଞ୍ଚାୟତରେ ବିଜେପିର ନିର୍ବାଚନ ପ୍ରଚାର ବେଳେ  ଶିଶୁମାନଙ୍କୁ ବିଜେପି ପତାକା ଧରି ଜୟ ଢୋଲକିଆଙ୍କ ସପକ୍ଷରେ ନାରା ଦେଉଥିଲେ । ଏହା ଭାରତୀୟ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି । ନିର୍ବାଚନରେ ଶିଶୁମାନଙ୍କୁ ବ୍ୟବହାର କରିବା ଶିଶୁ ଶ୍ରମିକ ବିରୋଧୀ ଆଇନ-୨୦୧୬ର ଖୋଲା ଉଲ୍ଲଂଘନ କରୁଛି । ମହିଳା ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ଓ ଟଙ୍କା ପ୍ରଶାସନର ସହଯୋଗରେ ବିଜେପିର ମହିଳା କର୍ମକର୍ତ୍ତାମାନେ ଖୋଲାଖୋଲି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି ପତ୍ର ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମିହିର ରାୟ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ସୋଫିଆ ଆଲାମ, ସଂଗ୍ରାମ ମହାପାତ୍ର, ରୀତାଞ୍ଜଳୀ ପ୍ରଧାନ, ଜ୍ୟୋତ୍ସ୍ନା ପରିଡା, ସିଦ୍ଧାର୍ଥ ସାମଲ, ପ୍ରଦୀପ ପଣ୍ଡା ପ୍ରମୁଖ ସାମିଲ ଥିଲେ 

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

05 Nov 2025 By Deviprasad Mohanty

ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟି ଓ ଶିଶୁଙ୍କୁ ପ୍ରଚାରରେ ନିୟୋଜିତ କରି ବିଜେପି ଆଚରଣ ବିଧି ଉଲ୍ଲଂଘନ କରିଛି: ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ଶାସକ ବିଜେପି ଦଳ ନିର୍ବାଚନ ପ୍ରଚାରରେ ଶିଶୁମାନଙ୍କୁ ନିୟୋଜିତ କରିବା ଓ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବାଣ୍ଟିବା ଯାହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ବିଜେଡିର ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । 

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଶିଶୁମାନଙ୍କୁ କିଭଳି ଭାବରେ ନିର୍ବାଚନ ପ୍ରଚାରରେ ନିୟୋଜିତ କରାଯାଇଛି, ତାହା ସଂପର୍କିତ ତଥ୍ୟ ପ୍ରମାଣ ଯଥା ଭିଡିଓ, ଫଟୋ ସହ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ନୂଆପଡା ବ୍ଲକ ଅନ୍ତର୍ଗତ ଖୁଟାବନ ଭେରା ଗ୍ରାମପଞ୍ଚାୟତରେ ବିଜେପିର ନିର୍ବାଚନ ପ୍ରଚାର ବେଳେ  ଶିଶୁମାନଙ୍କୁ ବିଜେପି ପତାକା ଧରି ଜୟ ଢୋଲକିଆଙ୍କ ସପକ୍ଷରେ ନାରା ଦେଉଥିଲେ । ଏହା ଭାରତୀୟ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି । ନିର୍ବାଚନରେ ଶିଶୁମାନଙ୍କୁ ବ୍ୟବହାର କରିବା ଶିଶୁ ଶ୍ରମିକ ବିରୋଧୀ ଆଇନ-୨୦୧୬ର ଖୋଲା ଉଲ୍ଲଂଘନ କରୁଛି । ମହିଳା ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ଓ ଟଙ୍କା ପ୍ରଶାସନର ସହଯୋଗରେ ବିଜେପିର ମହିଳା କର୍ମକର୍ତ୍ତାମାନେ ଖୋଲାଖୋଲି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି ପତ୍ର ପ୍ରଦାନ କରିଥିଲେ ।

ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମିହିର ରାୟ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ସୋଫିଆ ଆଲାମ, ସଂଗ୍ରାମ ମହାପାତ୍ର, ରୀତାଞ୍ଜଳୀ ପ୍ରଧାନ, ଜ୍ୟୋତ୍ସ୍ନା ପରିଡା, ସିଦ୍ଧାର୍ଥ ସାମଲ, ପ୍ରଦୀପ ପଣ୍ଡା ପ୍ରମୁଖ ସାମିଲ ଥିଲେ 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର