ମିଶନ ଶକ୍ତିକୁ ନେଇ ଗୃହରେ ମୁଲତବୀ ଆଲୋଚନା ବେଳେ ବର୍ଷିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ

Deviprasad Mohanty Picture
Published On

ଭୁବନେଶ୍ବର: ମିଶନ ଶକ୍ତି ନେଇ ଗୃହରେ ମୁଲତବୀ ଆଲୋଚନାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ। କହିଲେ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମହାଦ୍ରୁମରେ ପରିଣତ ହୋଇଥିବା ବେଳେ ଏହାର ଡ଼ାଳକୁ କାଟୁଛନ୍ତି ସରକାର। ଭଦ୍ରକ ଏସଏସଜି ମହିଳାଙ୍କୁ ମାଡ଼ମରା ଘଟଣାକୁ ରାଜ୍ୟ ସରକାର ହାଲକା ଭାବେ ନେବା ବିଭାଗୀୟ ମନ୍ତ୍ରୀଙ୍କ ଅମାନବୀୟତାର ପରିଚୟ ବୋଲି ବିଜେଡି କହିଛି। ମିଶନ ଶକ୍ତି ଆନ୍ଦୋଳନକୁ ଭୂଷୁଡେଇ ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରିଛି। ଯାହା ଫଳରେ ଗାଁ ଗାଁ ଏସଏସଜିରେ ଏପରି ଘଟଣା ଘଟୁଛି।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ମିଶନ ଶକ୍ତି ଦୌଉଡିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ, ହେଲେ ଆଜି ଭୁବନେଶ୍ଵରର ଗାନ୍ଧି ମାର୍ଗରେ ମିଶନ ଶକ୍ତି ଆଣ୍ଠେଇଛି।  ମିଶନ ଶକ୍ତିର ଏମବିକେ, ସିଆରପିସି ମାନଙ୍କୁ ଆଜି ଯାଏ ଦରମା ଦେଇନାହାନ୍ତି ସରକାର। କାମ କରୁଛି ମାଆ,ବିଜେପି ସରକାର ଦରମା ଦେଉନାହିଁ। ମିଶନ ଶକ୍ତି ଆଜି ସୁଭଦ୍ରା ଶକ୍ତି କରିଛନ୍ତି। ମିଶନ ଶକ୍ତିକୁ ରାଜନୈତିକ ଆନ୍ଦୋଳନରେ ପରିଣତ କରାଯାଇଛି। ଫଳରେ ବିଜେପି ସରକାରରେ ମିଶନ ଶକ୍ତି ବାଟମଣା ହୋଇଛି। ୮୨୫ ଟଙ୍କାରେ ମହିଳା ମାନେ କିପରି ସ୍ଵାଭାଲମ୍ବି ହେବେ ବୋଲି ବିଜେଡି ପ୍ରଶ୍ନ କରିଛି। ସୁଭଦ୍ରା ଯୋଜନାରେ ମାତ୍ର ୫ହଜାର ଟଙ୍କା ଦେଇ ମହିଳା ମାନଙ୍କୁ ଲକ୍ଷ ପତି ଦିଦି କରିବାକୁ ସରକାର ଯୋଜନା କରିଛନ୍ତି। ନବୀନ ପଟ୍ଟନାୟକ ସରକାରରେ ମିଶନ ଶକ୍ତି ବିଶ୍ଵର ରୋଲ ମଡେଲ ସାଜିଥିଲା ସାରା ଭାରତ ବର୍ଷରେ। ତେଣୁ ବର୍ତ୍ତମାନ ସରକାର ଏହାକୁ ଗୁରୁତ୍ଵ ଦେବାକୁ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଦାବି କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

01 Dec 2025 By Deviprasad Mohanty

ମିଶନ ଶକ୍ତିକୁ ନେଇ ଗୃହରେ ମୁଲତବୀ ଆଲୋଚନା ବେଳେ ବର୍ଷିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ

ଭୁବନେଶ୍ବର: ମିଶନ ଶକ୍ତି ନେଇ ଗୃହରେ ମୁଲତବୀ ଆଲୋଚନାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ। କହିଲେ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମହାଦ୍ରୁମରେ ପରିଣତ ହୋଇଥିବା ବେଳେ ଏହାର ଡ଼ାଳକୁ କାଟୁଛନ୍ତି ସରକାର। ଭଦ୍ରକ ଏସଏସଜି ମହିଳାଙ୍କୁ ମାଡ଼ମରା ଘଟଣାକୁ ରାଜ୍ୟ ସରକାର ହାଲକା ଭାବେ ନେବା ବିଭାଗୀୟ ମନ୍ତ୍ରୀଙ୍କ ଅମାନବୀୟତାର ପରିଚୟ ବୋଲି ବିଜେଡି କହିଛି। ମିଶନ ଶକ୍ତି ଆନ୍ଦୋଳନକୁ ଭୂଷୁଡେଇ ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରିଛି। ଯାହା ଫଳରେ ଗାଁ ଗାଁ ଏସଏସଜିରେ ଏପରି ଘଟଣା ଘଟୁଛି।

ମିଶନ ଶକ୍ତି ଦୌଉଡିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ, ହେଲେ ଆଜି ଭୁବନେଶ୍ଵରର ଗାନ୍ଧି ମାର୍ଗରେ ମିଶନ ଶକ୍ତି ଆଣ୍ଠେଇଛି।  ମିଶନ ଶକ୍ତିର ଏମବିକେ, ସିଆରପିସି ମାନଙ୍କୁ ଆଜି ଯାଏ ଦରମା ଦେଇନାହାନ୍ତି ସରକାର। କାମ କରୁଛି ମାଆ,ବିଜେପି ସରକାର ଦରମା ଦେଉନାହିଁ। ମିଶନ ଶକ୍ତି ଆଜି ସୁଭଦ୍ରା ଶକ୍ତି କରିଛନ୍ତି। ମିଶନ ଶକ୍ତିକୁ ରାଜନୈତିକ ଆନ୍ଦୋଳନରେ ପରିଣତ କରାଯାଇଛି। ଫଳରେ ବିଜେପି ସରକାରରେ ମିଶନ ଶକ୍ତି ବାଟମଣା ହୋଇଛି। ୮୨୫ ଟଙ୍କାରେ ମହିଳା ମାନେ କିପରି ସ୍ଵାଭାଲମ୍ବି ହେବେ ବୋଲି ବିଜେଡି ପ୍ରଶ୍ନ କରିଛି। ସୁଭଦ୍ରା ଯୋଜନାରେ ମାତ୍ର ୫ହଜାର ଟଙ୍କା ଦେଇ ମହିଳା ମାନଙ୍କୁ ଲକ୍ଷ ପତି ଦିଦି କରିବାକୁ ସରକାର ଯୋଜନା କରିଛନ୍ତି। ନବୀନ ପଟ୍ଟନାୟକ ସରକାରରେ ମିଶନ ଶକ୍ତି ବିଶ୍ଵର ରୋଲ ମଡେଲ ସାଜିଥିଲା ସାରା ଭାରତ ବର୍ଷରେ। ତେଣୁ ବର୍ତ୍ତମାନ ସରକାର ଏହାକୁ ଗୁରୁତ୍ଵ ଦେବାକୁ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଦାବି କରିଛି ବିଜେଡି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର