୨୬/୧୧ ଭଳି ବହୁ ସହରରେ ଆକ୍ରମଣ ଯୋଜନା ପଣ୍ଡ, ୨୦୦ ବୋମାରେ ହୋଇଥାନ୍ତା ସିରିଜ୍‌ ବିସ୍ଫୋରଣ....

Deviprasad Mohanty Picture
Published On

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣଠାରୁ ଅତି ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ। ଏହି ଫରିଦାବାଦ ମଡ୍ୟୁଲୋରେ ସାମିଲ ଆତଙ୍କବାଦୀମାନେ ୨୦୦ ବୋମା (ଆଇଇଡି)ରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ଫରିଦାବାଦରୁ ଗିରଫ ଡ. ସାହିନ ସାହିଦ ଦୁଇ ବର୍ଷ ହେଲା ବିସ୍ଫୋରକ ସଂଗ୍ରହ କରୁଥିଲା। ସାହିନ ଏବଂ ତାର ସହଯୋଗୀ ମିଶି ‘ହ୍ବାଇଟ କଲାର ଟେରର ମଡ୍ୟୁଲୋ’ ଗଠନ କରିଥିଲେ। କାହାକୁ ସନ୍ଦେହ ନ ହେବା ପାଇଁ ଏଥିରେ କେବଳ ବୃତ୍ତିଗତ ଲୋକଙ୍କୁ ସାମିଲ କରିଥିଲେ। ଏହି ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଏବଂ ଅନ୍‌ସାର ଗଜୱତ-ଉଲ-ହିନ୍ଦ ନାମକ ସଂଗଠନ ସହ ଜଡ଼ିତ ଥିଲେ। 

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ହରିୟାଣା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମଡ୍ୟୁଲୋ ୨୦୦ରୁ ଅଧିକ ଆଇଇଡି ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ୨୯୦୦ କେଜି ବିସ୍ଫୋରକ ସହିତ ଟାଇମର ଏବଂ ବୋମା ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଆଣି ଥିଲେ। ଏମାନେ ଏକାସଙ୍ଗେ ଅନେକ ସହରରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। କେବଳ ବିସ୍ଫୋରଣ ନୁହେଁ, ଏକେ-୫୬, ୪୭ ଭଳି ରାଇଫଲରୁ ସାର୍ବଜନୀନ ସ୍ଥାନରେ ଗୁଳିଗୋଳା ମାଡ଼ କରି ଲୋକଙ୍କ ଜୀବନ ନେବାକୁ ଚାହୁଁଥିଲେ। ଆଖପାଖରେ ଡାକ୍ତରଖାନା ନ ଥିବା ଅଞ୍ଚଳକୁ ନିଶାଣ କରିବାକୁ ଯୋଜନା କରିଥିଲେ। ଲୋକଙ୍କୁ ସହଜରେ ହସ୍ପିଟାଲରେ ପହଞ୍ଚିବାକୁ ନ ଦେବା ପାଇଁ ଏପରି କରିଥିଲେ। 

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦ ନିଶାଣରେ ଥିଲା। ଦିଲ୍ଲୀର ଲାଲକିଲ୍ଲା, ଇଣ୍ଡିଆ ଗେଟ୍‌, କନ୍‌ଷ୍ଟିଚ୍ୟୁସନ କ୍ଳବ ଏବଂ ଗୌରୀ ଶଙ୍କର ମନ୍ଦିର ଭଳି ପ୍ରମୁଖ ସ୍ଥାନକୁ ଆକ୍ରମଣ ପାଇଁ ଆତଙ୍କବାଦୀ ବାଛି ଥିଲେ। ଏହା ବ୍ୟତୀତ ସାରା ଦେଶର ରେଳ ଷ୍ଟେସନ ଏବଂ ବଡ଼ ମଲ୍‌ ମଧ୍ୟ ଟାର୍ଗେଟରେ ଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷଡ଼ଯନ୍ତ୍ର ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଜେଇଏମ ସହ ଏହି ଆତଙ୍କବାଦୀଙ୍କ ସମ୍ପର୍କ ଥିଲା। ଧାର୍ମିକ ସ୍ଥଳରେ ଆକ୍ରମଣ କରି ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଏଥିପାଇଁ କଶ୍ମୀରର ପୁଲୱାମା, ସୋପିଆନ ଏବଂ ଅନନ୍ତନାଗର କିଛି ଡାକ୍ତରଙ୍କୁ ବାଛି ଥିଲେ। ବିନା ସମସ୍ୟାରେ ଆକ୍ରମଣ ପାଇଁ ଏହି ପନ୍ଥା ଆପଣାଇ ଥିଲେ। ଆତଙ୍କବାଦୀମାନେ ଫରିଦାବାଦରେ ଦୁଇଟି ଘର ଭଡ଼ା ନେଇଥିଲେ। ପ୍ରଥମ ଠିକଣାଟି ଧୌଜ ଗ୍ରାମରେ ଥିଲା। ଏହା ଫଲାହ ବିଶ୍ବବିଦ୍ୟାଳୟରୁ ମାତ୍ର ୩୦୦ ମିଟର ଦୂରରେ ରହିଛି। କୋଠା ତିଆରି ପାଇଁ ସାମଗ୍ରୀ ଯୋଗାଣ କରୁଥିବା ଇକବାଲ ଏହି ଆତଙ୍କବାଦୀମାନଙ୍କୁ ଘର ଦେଇଥିଲା। ତା ଘରୁ ୩୬୦ କେଜି ଆମୋନିୟମ ନାଇଟ୍ରେଟ, ରାଇଫଲ୍ସ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଥିଲା। ଏଠାରେ ଏକ ସିମେଣ୍ଟ ଗୋଦାମ ଥିଲା। କାହାର ସନ୍ଦେହ ନ ହେବା ପାଇଁ ବିସ୍ଫୋରକ ଏଠାରେ ରଖା ଯାଇଥିଲା। ସେହିପରି ଅନ୍ୟ ଠିକଣାଟି ଫତେହପୁର ଗ୍ରାମରେ ଥିଲା। ଏହା ବିଶ୍ବବିଦ୍ୟାଳୟରୁ ତିନି କିମି ଦୂରରେ ରହିଥିଲା। ଏହା ନୁହ ବାସିନ୍ଦା ମୌଲବୀ ଇସ୍ତିୟାକର ଘର ଥିଲା। ଏଠାରୁ ୨୫୬୩ କେଜି ଆମୋନିୟମ ନାଇଟ୍ରେଟ ଜବତ କରାଯାଇଥିଲା। ଜାଣିଶୁଣି ମୁସଲିମ ବହୁଳ ଅଞ୍ଚଳରେ ଘର ଭଡ଼ା ନେଇ ଏହା ରଖାଯାଇଥିଲା। ଏହି ଘର ବାହାରେ ସିସିଟିଭି ଲାଗିଥିଲା। ମୌଲବୀର ଘର ହୋଇଥିବାରୁ ସନ୍ଦେହର କୌଣସି ଆଶଙ୍କା ନ ଥିଲା। କାରଣ ମୁସଲିମ ସମାଜ ମୌଲବୀଙ୍କ ଘରେ ଥିବା ଭଡ଼ାଟିଆଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ନ ଥାଏ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

13 Nov 2025 By Deviprasad Mohanty

୨୬/୧୧ ଭଳି ବହୁ ସହରରେ ଆକ୍ରମଣ ଯୋଜନା ପଣ୍ଡ, ୨୦୦ ବୋମାରେ ହୋଇଥାନ୍ତା ସିରିଜ୍‌ ବିସ୍ଫୋରଣ....

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣଠାରୁ ଅତି ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ। ଏହି ଫରିଦାବାଦ ମଡ୍ୟୁଲୋରେ ସାମିଲ ଆତଙ୍କବାଦୀମାନେ ୨୦୦ ବୋମା (ଆଇଇଡି)ରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ଫରିଦାବାଦରୁ ଗିରଫ ଡ. ସାହିନ ସାହିଦ ଦୁଇ ବର୍ଷ ହେଲା ବିସ୍ଫୋରକ ସଂଗ୍ରହ କରୁଥିଲା। ସାହିନ ଏବଂ ତାର ସହଯୋଗୀ ମିଶି ‘ହ୍ବାଇଟ କଲାର ଟେରର ମଡ୍ୟୁଲୋ’ ଗଠନ କରିଥିଲେ। କାହାକୁ ସନ୍ଦେହ ନ ହେବା ପାଇଁ ଏଥିରେ କେବଳ ବୃତ୍ତିଗତ ଲୋକଙ୍କୁ ସାମିଲ କରିଥିଲେ। ଏହି ଆତଙ୍କବାଦୀ ଜୈସ-ଇ-ମହମ୍ମଦ ଏବଂ ଅନ୍‌ସାର ଗଜୱତ-ଉଲ-ହିନ୍ଦ ନାମକ ସଂଗଠନ ସହ ଜଡ଼ିତ ଥିଲେ। 

ହରିୟାଣା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମଡ୍ୟୁଲୋ ୨୦୦ରୁ ଅଧିକ ଆଇଇଡି ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ୨୯୦୦ କେଜି ବିସ୍ଫୋରକ ସହିତ ଟାଇମର ଏବଂ ବୋମା ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଆଣି ଥିଲେ। ଏମାନେ ଏକାସଙ୍ଗେ ଅନେକ ସହରରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। କେବଳ ବିସ୍ଫୋରଣ ନୁହେଁ, ଏକେ-୫୬, ୪୭ ଭଳି ରାଇଫଲରୁ ସାର୍ବଜନୀନ ସ୍ଥାନରେ ଗୁଳିଗୋଳା ମାଡ଼ କରି ଲୋକଙ୍କ ଜୀବନ ନେବାକୁ ଚାହୁଁଥିଲେ। ଆଖପାଖରେ ଡାକ୍ତରଖାନା ନ ଥିବା ଅଞ୍ଚଳକୁ ନିଶାଣ କରିବାକୁ ଯୋଜନା କରିଥିଲେ। ଲୋକଙ୍କୁ ସହଜରେ ହସ୍ପିଟାଲରେ ପହଞ୍ଚିବାକୁ ନ ଦେବା ପାଇଁ ଏପରି କରିଥିଲେ। 

ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦ ନିଶାଣରେ ଥିଲା। ଦିଲ୍ଲୀର ଲାଲକିଲ୍ଲା, ଇଣ୍ଡିଆ ଗେଟ୍‌, କନ୍‌ଷ୍ଟିଚ୍ୟୁସନ କ୍ଳବ ଏବଂ ଗୌରୀ ଶଙ୍କର ମନ୍ଦିର ଭଳି ପ୍ରମୁଖ ସ୍ଥାନକୁ ଆକ୍ରମଣ ପାଇଁ ଆତଙ୍କବାଦୀ ବାଛି ଥିଲେ। ଏହା ବ୍ୟତୀତ ସାରା ଦେଶର ରେଳ ଷ୍ଟେସନ ଏବଂ ବଡ଼ ମଲ୍‌ ମଧ୍ୟ ଟାର୍ଗେଟରେ ଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷଡ଼ଯନ୍ତ୍ର ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଜେଇଏମ ସହ ଏହି ଆତଙ୍କବାଦୀଙ୍କ ସମ୍ପର୍କ ଥିଲା। ଧାର୍ମିକ ସ୍ଥଳରେ ଆକ୍ରମଣ କରି ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଏଥିପାଇଁ କଶ୍ମୀରର ପୁଲୱାମା, ସୋପିଆନ ଏବଂ ଅନନ୍ତନାଗର କିଛି ଡାକ୍ତରଙ୍କୁ ବାଛି ଥିଲେ। ବିନା ସମସ୍ୟାରେ ଆକ୍ରମଣ ପାଇଁ ଏହି ପନ୍ଥା ଆପଣାଇ ଥିଲେ। ଆତଙ୍କବାଦୀମାନେ ଫରିଦାବାଦରେ ଦୁଇଟି ଘର ଭଡ଼ା ନେଇଥିଲେ। ପ୍ରଥମ ଠିକଣାଟି ଧୌଜ ଗ୍ରାମରେ ଥିଲା। ଏହା ଫଲାହ ବିଶ୍ବବିଦ୍ୟାଳୟରୁ ମାତ୍ର ୩୦୦ ମିଟର ଦୂରରେ ରହିଛି। କୋଠା ତିଆରି ପାଇଁ ସାମଗ୍ରୀ ଯୋଗାଣ କରୁଥିବା ଇକବାଲ ଏହି ଆତଙ୍କବାଦୀମାନଙ୍କୁ ଘର ଦେଇଥିଲା। ତା ଘରୁ ୩୬୦ କେଜି ଆମୋନିୟମ ନାଇଟ୍ରେଟ, ରାଇଫଲ୍ସ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଥିଲା। ଏଠାରେ ଏକ ସିମେଣ୍ଟ ଗୋଦାମ ଥିଲା। କାହାର ସନ୍ଦେହ ନ ହେବା ପାଇଁ ବିସ୍ଫୋରକ ଏଠାରେ ରଖା ଯାଇଥିଲା। ସେହିପରି ଅନ୍ୟ ଠିକଣାଟି ଫତେହପୁର ଗ୍ରାମରେ ଥିଲା। ଏହା ବିଶ୍ବବିଦ୍ୟାଳୟରୁ ତିନି କିମି ଦୂରରେ ରହିଥିଲା। ଏହା ନୁହ ବାସିନ୍ଦା ମୌଲବୀ ଇସ୍ତିୟାକର ଘର ଥିଲା। ଏଠାରୁ ୨୫୬୩ କେଜି ଆମୋନିୟମ ନାଇଟ୍ରେଟ ଜବତ କରାଯାଇଥିଲା। ଜାଣିଶୁଣି ମୁସଲିମ ବହୁଳ ଅଞ୍ଚଳରେ ଘର ଭଡ଼ା ନେଇ ଏହା ରଖାଯାଇଥିଲା। ଏହି ଘର ବାହାରେ ସିସିଟିଭି ଲାଗିଥିଲା। ମୌଲବୀର ଘର ହୋଇଥିବାରୁ ସନ୍ଦେହର କୌଣସି ଆଶଙ୍କା ନ ଥିଲା। କାରଣ ମୁସଲିମ ସମାଜ ମୌଲବୀଙ୍କ ଘରେ ଥିବା ଭଡ଼ାଟିଆଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ନ ଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର