ବକ୍ସ ଅଫିସରେ ‘ଧୁରନ୍ଧର’ର ଝଡ଼: ୬ ଦିନରେ ୧୮୦ କୋଟି ପାର୍, ଦର୍ଶକଙ୍କ ମନ ଜିଣୁଛନ୍ତି ରଣବୀର

Sakala Desk Picture
Published On

ମୁମ୍ବାଇ: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡର ଧମାକାଦାର କମ୍‌ବ୍ୟାକ୍। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବକ୍ସ ଅଫିସରେ ରାଜ୍ କରୁଛନ୍ତି ଅଭିନେତା ରଣବୀର ସିଂହ। ତାଙ୍କ ଅଭିନୀତ ସ୍ପାଏ-ଥ୍ରିଲର ଚଳଚ୍ଚିତ୍ର "ଧୁରନ୍ଧର" ମୁକ୍ତିଲାଭ କରିବାର ମାତ୍ର ୬ ଦିନ ମଧ୍ୟରେ ୧୮୦ କୋଟି ଟଙ୍କାର ବ୍ୟବସାୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ

ଚଳଚ୍ଚିତ୍ରର କାହାଣୀ, ଦମଦାର ଆକ୍ସନ୍ ଏବଂ ରଣବୀରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମର ଗୀତ ଗୁଡ଼ିକ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍

କେଉଁ ଦିନ କେତେ ଆୟ?

ଗତ ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ଦିନୱାରୀ ଆୟ ଏହିପରି ରହିଛି:

ଆହୁରି ପଢ଼ନ୍ତୁ: ରଣବୀର କପୁରଙ୍କ ଅଭିନୀତ ‘ରାମାୟଣ’ର ଟିଜର ରିଲିଜ୍: ହନୁମାନ ଜୟନ୍ତୀରେ ସାମ୍ନାକୁ ଆସିଲା ପ୍ରଭୁ ରାମଙ୍କ ପ୍ରଥମ ଝଲକ

  • ଶୁକ୍ରବାର (ଓପନିଂ ଡେ'): ୨୮ କୋଟି ଟଙ୍କା

  • ଶନିବାର: ୩୨ କୋଟି ଟଙ୍କା

  • ରବିବାର: ୪୩ କୋଟି ଟଙ୍କା

  • ସୋମବାର: ୨୩.୨୫ କୋଟି ଟଙ୍କା

  • ମଙ୍ଗଳବାର: ୨୭ କୋଟି ଟଙ୍କା

  • ବୁଧବାର: ୨୬.୫୦ କୋଟି ଟଙ୍କା

ମୋଟ ଉପରେ, ମାତ୍ର ୬ ଦିନରେ ଫିଲ୍ମଟି ୧୮୦ କୋଟି କ୍ଲବରେ ସାମିଲ ହୋଇପାରିଛି।

ମଲ୍ଟି-ଷ୍ଟାରର କାଷ୍ଟ୍ ଏବଂ ରଣବୀରଙ୍କ କମ୍‌ବ୍ୟାକ୍

କିଛି ଲଗାତାର ଫ୍ଲପ୍ ଫିଲ୍ମ ପରେ "ଧୁରନ୍ଧର" ରଣବୀର ସିଂହଙ୍କ କ୍ୟାରିୟର ପାଇଁ ଏକ ବଡ଼ ସଫଳତା ଆଣିଦେଇଛି। କେବଳ ରଣବୀର ନୁହଁନ୍ତି, ଏହି ସ୍ପାଏ-ଥ୍ରିଲରରେ ଅର୍ଜୁନ ରାମପାଲ, ଅକ୍ଷୟ ଖାନ୍ନା, ଆର୍. ମାଧବନ, ସଞ୍ଜୟ ଦତ୍ତ ଏବଂ ସାରା ଅର୍ଜୁନଙ୍କ ଭଳି ଦକ୍ଷ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ହଲ୍ ମୁହାଁ କରିବାରେ ସଫଳ ହୋଇଛି।

11 Dec 2025 By Sakala Desk

ବକ୍ସ ଅଫିସରେ ‘ଧୁରନ୍ଧର’ର ଝଡ଼: ୬ ଦିନରେ ୧୮୦ କୋଟି ପାର୍, ଦର୍ଶକଙ୍କ ମନ ଜିଣୁଛନ୍ତି ରଣବୀର

ମୁମ୍ବାଇ: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡର ଧମାକାଦାର କମ୍‌ବ୍ୟାକ୍। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବକ୍ସ ଅଫିସରେ ରାଜ୍ କରୁଛନ୍ତି ଅଭିନେତା ରଣବୀର ସିଂହ। ତାଙ୍କ ଅଭିନୀତ ସ୍ପାଏ-ଥ୍ରିଲର ଚଳଚ୍ଚିତ୍ର "ଧୁରନ୍ଧର" ମୁକ୍ତିଲାଭ କରିବାର ମାତ୍ର ୬ ଦିନ ମଧ୍ୟରେ ୧୮୦ କୋଟି ଟଙ୍କାର ବ୍ୟବସାୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଚଳଚ୍ଚିତ୍ରର କାହାଣୀ, ଦମଦାର ଆକ୍ସନ୍ ଏବଂ ରଣବୀରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମର ଗୀତ ଗୁଡ଼ିକ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଛି।

କେଉଁ ଦିନ କେତେ ଆୟ?

ଗତ ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ଦିନୱାରୀ ଆୟ ଏହିପରି ରହିଛି:

  • ଶୁକ୍ରବାର (ଓପନିଂ ଡେ'): ୨୮ କୋଟି ଟଙ୍କା

  • ଶନିବାର: ୩୨ କୋଟି ଟଙ୍କା

  • ରବିବାର: ୪୩ କୋଟି ଟଙ୍କା

  • ସୋମବାର: ୨୩.୨୫ କୋଟି ଟଙ୍କା

  • ମଙ୍ଗଳବାର: ୨୭ କୋଟି ଟଙ୍କା

  • ବୁଧବାର: ୨୬.୫୦ କୋଟି ଟଙ୍କା

ମୋଟ ଉପରେ, ମାତ୍ର ୬ ଦିନରେ ଫିଲ୍ମଟି ୧୮୦ କୋଟି କ୍ଲବରେ ସାମିଲ ହୋଇପାରିଛି।

ମଲ୍ଟି-ଷ୍ଟାରର କାଷ୍ଟ୍ ଏବଂ ରଣବୀରଙ୍କ କମ୍‌ବ୍ୟାକ୍

କିଛି ଲଗାତାର ଫ୍ଲପ୍ ଫିଲ୍ମ ପରେ "ଧୁରନ୍ଧର" ରଣବୀର ସିଂହଙ୍କ କ୍ୟାରିୟର ପାଇଁ ଏକ ବଡ଼ ସଫଳତା ଆଣିଦେଇଛି। କେବଳ ରଣବୀର ନୁହଁନ୍ତି, ଏହି ସ୍ପାଏ-ଥ୍ରିଲରରେ ଅର୍ଜୁନ ରାମପାଲ, ଅକ୍ଷୟ ଖାନ୍ନା, ଆର୍. ମାଧବନ, ସଞ୍ଜୟ ଦତ୍ତ ଏବଂ ସାରା ଅର୍ଜୁନଙ୍କ ଭଳି ଦକ୍ଷ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ହଲ୍ ମୁହାଁ କରିବାରେ ସଫଳ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର