୨୦୨୭ ସୁଦ୍ଧା ଅଧା ହୋଇଯିବ ତେଲ ଦର...

୩୦ ଡଲାର ତଳକୁ ଖସିଆସିବ ଅଶୋଧିତ ତୈଳ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ହ୍ରାସ ପାଇପାରେ। ଆର୍ଥିକବର୍ଷ ୨୦୨୭ ସୁଦ୍ଧା ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୩୦ ଡଲାରକୁ ହ୍ରାସ ପାଇପାରେ। ଏହାର ମୁଖ୍ୟ କାରଣ ହେଉଛି, ଯେତେବେଳେ ବିଶ୍ୱରେ ତୈଳ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ରହିବ ସେତେବେଳେ ତେଲ ଦରରେ ଏଭଳି ପରିବର୍ତ୍ତନ ଘଟିବ ବୋଲି ବିଶ୍ବ ସ୍ତରୀୟ ରେଟିଂ ଏଜେନ୍ସି ଜେପି ମୋର୍ଗାନ୍‌ କହିଛି। ଏହା ଭାରତ ଭଳି ଦେଶ ପାଇଁ ଭଲ ଖବର। ସୂଚନାଯୋଗ୍ୟ ଯେ, ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୫% ରୁ ଅଧିକ ଆମଦାନୀ କରିଥାଏ। 

ଆହୁରି ପଢ଼ନ୍ତୁ: ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ଜେପି ମୋର୍ଗାନର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ତୈଳ ବ୍ୟବହାର ବୃଦ୍ଧି ପାଇବ, କିନ୍ତୁ ତୈଳ ଉତ୍ପାଦନ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଶେଷକରି ଓପେକ୍‌ ପ୍ଲସ୍‌  ରାଷ୍ଟ୍ରଙ୍କ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବେ। ରିପୋର୍ଟ ଅନୁଯାୟୀ, ବିଶ୍ବ ବଜାରରେ ତେଲ ଯୋଗାଣ ଚାହିଦା ଅପେକ୍ଷା ପ୍ରାୟ ତିନି ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ। ୨୦୨୭ରେ ଯୋଗାଣ ବୃଦ୍ଧିର ଗତି ସାମାନ୍ୟ ହ୍ରାସ ପାଇବ, କିନ୍ତୁ ଏହା ବଜାର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଚାହିଦା ଏବଂ ଯୋଗାଣରେ ଏହି ଅସନ୍ତୁଳନ ଅଣ-ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକରୁ ତୈଳ ଉତ୍ପାଦନ ବୃଦ୍ଧି ହେତୁ ହୋଇଛି।
୨୦୨୭ ସୁଦ୍ଧା ମୋଟ ଯୋଗାଣ ବୃଦ୍ଧିର ଅଧା ଏହି ଦେଶଗୁଡ଼ିକରୁ ଆସିବ। ଏହି ଅସନ୍ତୁଳନ ଯୋଗୁଁ, ୨୦୨୬ ରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୬୦ ଡଲାର ତଳକୁ ଖସିଯାଇ ବର୍ଷର ଶେଷ ତିନି ମାସରେ ୫୦ ଡଲାରରେ ପହଞ୍ଚିପାରେ। ୨୦୨୭ ସୁଦ୍ଧା, ହାରାହାରି ମୂଲ୍ୟ ୪୨ ଡଲାରକୁ ଯାଇ ବର୍ଷ ଶେଷ ସୁଦ୍ଧା ୩୦ ଡଲାର ତଳକୁ ମଧ୍ୟ ଖସିଯାଇପାରେ। ବର୍ତ୍ତମାନ, ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୬୦ ଡଲାର ଉପରେ କାରବାର କରୁଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

26 Nov 2025 By Deviprasad Mohanty

୨୦୨୭ ସୁଦ୍ଧା ଅଧା ହୋଇଯିବ ତେଲ ଦର...

୩୦ ଡଲାର ତଳକୁ ଖସିଆସିବ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ହ୍ରାସ ପାଇପାରେ। ଆର୍ଥିକବର୍ଷ ୨୦୨୭ ସୁଦ୍ଧା ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୩୦ ଡଲାରକୁ ହ୍ରାସ ପାଇପାରେ। ଏହାର ମୁଖ୍ୟ କାରଣ ହେଉଛି, ଯେତେବେଳେ ବିଶ୍ୱରେ ତୈଳ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ରହିବ ସେତେବେଳେ ତେଲ ଦରରେ ଏଭଳି ପରିବର୍ତ୍ତନ ଘଟିବ ବୋଲି ବିଶ୍ବ ସ୍ତରୀୟ ରେଟିଂ ଏଜେନ୍ସି ଜେପି ମୋର୍ଗାନ୍‌ କହିଛି। ଏହା ଭାରତ ଭଳି ଦେଶ ପାଇଁ ଭଲ ଖବର। ସୂଚନାଯୋଗ୍ୟ ଯେ, ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୫% ରୁ ଅଧିକ ଆମଦାନୀ କରିଥାଏ। 

ଜେପି ମୋର୍ଗାନର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ତୈଳ ବ୍ୟବହାର ବୃଦ୍ଧି ପାଇବ, କିନ୍ତୁ ତୈଳ ଉତ୍ପାଦନ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଶେଷକରି ଓପେକ୍‌ ପ୍ଲସ୍‌  ରାଷ୍ଟ୍ରଙ୍କ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବେ। ରିପୋର୍ଟ ଅନୁଯାୟୀ, ବିଶ୍ବ ବଜାରରେ ତେଲ ଯୋଗାଣ ଚାହିଦା ଅପେକ୍ଷା ପ୍ରାୟ ତିନି ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ। ୨୦୨୭ରେ ଯୋଗାଣ ବୃଦ୍ଧିର ଗତି ସାମାନ୍ୟ ହ୍ରାସ ପାଇବ, କିନ୍ତୁ ଏହା ବଜାର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଚାହିଦା ଏବଂ ଯୋଗାଣରେ ଏହି ଅସନ୍ତୁଳନ ଅଣ-ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକରୁ ତୈଳ ଉତ୍ପାଦନ ବୃଦ୍ଧି ହେତୁ ହୋଇଛି।
୨୦୨୭ ସୁଦ୍ଧା ମୋଟ ଯୋଗାଣ ବୃଦ୍ଧିର ଅଧା ଏହି ଦେଶଗୁଡ଼ିକରୁ ଆସିବ। ଏହି ଅସନ୍ତୁଳନ ଯୋଗୁଁ, ୨୦୨୬ ରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୬୦ ଡଲାର ତଳକୁ ଖସିଯାଇ ବର୍ଷର ଶେଷ ତିନି ମାସରେ ୫୦ ଡଲାରରେ ପହଞ୍ଚିପାରେ। ୨୦୨୭ ସୁଦ୍ଧା, ହାରାହାରି ମୂଲ୍ୟ ୪୨ ଡଲାରକୁ ଯାଇ ବର୍ଷ ଶେଷ ସୁଦ୍ଧା ୩୦ ଡଲାର ତଳକୁ ମଧ୍ୟ ଖସିଯାଇପାରେ। ବର୍ତ୍ତମାନ, ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୬୦ ଡଲାର ଉପରେ କାରବାର କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର