ଅନ୍ଵେଷା ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି: ବିଜେଡି 

Deviprasad Mohanty Picture
Published On

ଭୁବନେଶ୍ବର: ଅନ୍ଵେଷା ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ଗୃହରେ ବିଜେଡ଼ି କହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୧୫-୧୬ରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଅନ୍ଵେଷା ଯୋଜନା ଆରମ୍ଭ କରିଥିଲେ। ୧୭ଟି ଜିଲ୍ଲାରେ ୨୦ହଜାର ଅନୁସୂଚିତ ଜାତି ଓ ଜନଜାତ , ଦଳିତ, ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେଉଥିଲେ। ମାଗଣା ଶିକ୍ଷା ପାଉଥିଲେ ଅନୁସୂଚିତ ଜାତି ଓ ଜନଜାତି, ଦଳିତ ଛାତ୍ରଛାତ୍ରୀମାନେ। ଏହି ଯୋଜନାକୁ ଏବେ ବନ୍ଦ କରିବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ଏବର୍ଷ ଅନୁସୂଚିତ ଜାତି ଓ ଜନଜାତି , ଦଳିତ ଛାତ୍ରଛାତ୍ରୀଙ୍କୁ ଅନ୍ଵେଷା ଯୋଜନାରେ ନାମଲେଖା ନ କରିବା ତାହା ପ୍ରମାଣିତ କରିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଅନ୍ଵେଷା ଯୋଜନା ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟରେ ଡ୍ରପଆଉଟ୍ ସଂଖ୍ୟା କମିଛି। ଡ୍ରପଆଉଟ୍ ପ୍ରତିଶତ ୩୩ରୁ ୧୮:୦୧ ପ୍ରତିଶତକୁ କମିଛି। ତାହା ସମ୍ଭବ ଅନ୍ଵେଷା ଯୋଜନା ପାଇଁ ହୋଇଛି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା, ରମେଶ ବେହେରା, ପ୍ରଦୀପ ଦିଶାରି ମୁଲତବୀ ଆଲୋଚନାରେ ଭାଗନେଇ ନିଜର ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ, ଆସନ୍ତା ୫ ବର୍ଷ ଯାଏ ଅନ୍ୱେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଏଥିରୁ ସ୍ପଷ୍ଟ ଯେ ସରକାର ଷଡଯନ୍ତ୍ର କରୁଛନ୍ତି। ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ଅନ୍ୱେଷା ଯୋଜନା ପାଇଁ ଡ୍ରପ୍ ଆଉଟ ହାର ୩୩ ରୁ ୧୮ ପ୍ରତିଶତକୁ ଖସି ଥିଲା। କିନ୍ତୁ ସେ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ଦୁର୍ଭାଗ୍ୟର କଥା ବୋଲି ବିଜେଡି ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ଵର ଉଠାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

02 Dec 2025 By Deviprasad Mohanty

ଅନ୍ଵେଷା ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି: ବିଜେଡି 

ଭୁବନେଶ୍ବର: ଅନ୍ଵେଷା ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ଗୃହରେ ବିଜେଡ଼ି କହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୧୫-୧୬ରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଅନ୍ଵେଷା ଯୋଜନା ଆରମ୍ଭ କରିଥିଲେ। ୧୭ଟି ଜିଲ୍ଲାରେ ୨୦ହଜାର ଅନୁସୂଚିତ ଜାତି ଓ ଜନଜାତ , ଦଳିତ, ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେଉଥିଲେ। ମାଗଣା ଶିକ୍ଷା ପାଉଥିଲେ ଅନୁସୂଚିତ ଜାତି ଓ ଜନଜାତି, ଦଳିତ ଛାତ୍ରଛାତ୍ରୀମାନେ। ଏହି ଯୋଜନାକୁ ଏବେ ବନ୍ଦ କରିବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ଏବର୍ଷ ଅନୁସୂଚିତ ଜାତି ଓ ଜନଜାତି , ଦଳିତ ଛାତ୍ରଛାତ୍ରୀଙ୍କୁ ଅନ୍ଵେଷା ଯୋଜନାରେ ନାମଲେଖା ନ କରିବା ତାହା ପ୍ରମାଣିତ କରିଛି।

ଅନ୍ଵେଷା ଯୋଜନା ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ମଧ୍ୟରେ ଡ୍ରପଆଉଟ୍ ସଂଖ୍ୟା କମିଛି। ଡ୍ରପଆଉଟ୍ ପ୍ରତିଶତ ୩୩ରୁ ୧୮:୦୧ ପ୍ରତିଶତକୁ କମିଛି। ତାହା ସମ୍ଭବ ଅନ୍ଵେଷା ଯୋଜନା ପାଇଁ ହୋଇଛି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା, ରମେଶ ବେହେରା, ପ୍ରଦୀପ ଦିଶାରି ମୁଲତବୀ ଆଲୋଚନାରେ ଭାଗନେଇ ନିଜର ମତ ରଖିଛନ୍ତି।

ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ, ଆସନ୍ତା ୫ ବର୍ଷ ଯାଏ ଅନ୍ୱେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଏଥିରୁ ସ୍ପଷ୍ଟ ଯେ ସରକାର ଷଡଯନ୍ତ୍ର କରୁଛନ୍ତି। ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ଅନ୍ୱେଷା ଯୋଜନା ପାଇଁ ଡ୍ରପ୍ ଆଉଟ ହାର ୩୩ ରୁ ୧୮ ପ୍ରତିଶତକୁ ଖସି ଥିଲା। କିନ୍ତୁ ସେ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହା ଦୁର୍ଭାଗ୍ୟର କଥା ବୋଲି ବିଜେଡି ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ଵର ଉଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର