ଡିସେମ୍ବରରୁ ମୋବାଇଲ ରିଚାର୍ଜ ମହଙ୍ଗା: ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହେବ ...

ରିଚାର୍ଜ ଖର୍ଚ୍ଚ ପୂର୍ବାପେକ୍ଷା ୧୨% ବଢ଼ିବ..

Deviprasad Mohanty Picture
Published On

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। କାରଣ ଆସନ୍ତାମାସ ଅର୍ଥାତ୍ ଡିସେମ୍ବରରୁ ମୋବାଇଲ ଚଳାଇବା ମହଙ୍ଗା ହେବ। ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବରରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାନୁସାରେ, ଦେଶର ୩ ବଡ଼ ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନ ଦର ବଢାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ  ଏହାର ସିଧାସଳଖ ପ୍ରଭାବ ମୋବାଇଲ ୟୁଜରଙ୍କ ପକେଟ ଉପରେ ପଡିବ। ରିଚାର୍ଜ ଏବଂ  ଡାଟା ପ୍ଲାନ୍ ଦରରେ ଏହି ପରିବର୍ତ୍ତନ ଡିସେମ୍ବର ମାସରୁ ଲାଗୁ ହୋଇପାରେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ୭ଦିନ ବୃଦ୍ଧି ହେଲା ଧାନକିଣା ଅବଧି

ଦେଶର ତିନି ଟେଲିକମ୍ କମ୍ପାନୀ ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରିପେଡ୍ ପ୍ଲାନ୍‌ ମୂଲ୍ୟରେ  ଖୁବ୍ ଶୀଘ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନୂଆ ମୋବାଇଲ୍ ରିଚାର୍ଜ ପ୍ଲାନ୍ ଲାଗୁ ହେବା ପରେ ଉପଭୋକ୍ତାଙ୍କୁ ରିଚାର୍ଜ କରିବା ପାଇଁ ପୂର୍ବ ଅପେକ୍ଷା ୧୦-୧୨ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡ଼ିପାରେ। ଏମିତିକି  ବର୍ତ୍ତମାନ ଚାଲୁଥିବା ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହୋଇଯିବ। ଏହାଛଡା ୮୪ ଦିନିଆ  ବୈଧତା ବିଶିଷ୍ଟ ୨ ଜିବି ଦୈନିକ ଡାଟା ପ୍ଲାନର ମୂଲ୍ୟ ୯୪୯ ଟଙ୍କାରୁ ୯୯୯ ଟଙ୍କା ମଧ୍ୟରେ ହୋଇପାରେ। ଏଣୁ ଗ୍ରାହକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପଯୋଗ କରୁଥିବା ପ୍ଲାନ୍‌ଗୁଡିକ ଲାଗି ଆଗକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ। ତେବେ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହି ଦର ବୃଦ୍ଧିରୁ ବାହାରେ ରହିପାରେ।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ

10 Nov 2025 By Deviprasad Mohanty

ଡିସେମ୍ବରରୁ ମୋବାଇଲ ରିଚାର୍ଜ ମହଙ୍ଗା: ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହେବ ...

ରିଚାର୍ଜ ଖର୍ଚ୍ଚ ପୂର୍ବାପେକ୍ଷା ୧୨% ବଢ଼ିବ..

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। କାରଣ ଆସନ୍ତାମାସ ଅର୍ଥାତ୍ ଡିସେମ୍ବରରୁ ମୋବାଇଲ ଚଳାଇବା ମହଙ୍ଗା ହେବ। ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବରରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାନୁସାରେ, ଦେଶର ୩ ବଡ଼ ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନ ଦର ବଢାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ  ଏହାର ସିଧାସଳଖ ପ୍ରଭାବ ମୋବାଇଲ ୟୁଜରଙ୍କ ପକେଟ ଉପରେ ପଡିବ। ରିଚାର୍ଜ ଏବଂ  ଡାଟା ପ୍ଲାନ୍ ଦରରେ ଏହି ପରିବର୍ତ୍ତନ ଡିସେମ୍ବର ମାସରୁ ଲାଗୁ ହୋଇପାରେ।

ଦେଶର ତିନି ଟେଲିକମ୍ କମ୍ପାନୀ ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରିପେଡ୍ ପ୍ଲାନ୍‌ ମୂଲ୍ୟରେ  ଖୁବ୍ ଶୀଘ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନୂଆ ମୋବାଇଲ୍ ରିଚାର୍ଜ ପ୍ଲାନ୍ ଲାଗୁ ହେବା ପରେ ଉପଭୋକ୍ତାଙ୍କୁ ରିଚାର୍ଜ କରିବା ପାଇଁ ପୂର୍ବ ଅପେକ୍ଷା ୧୦-୧୨ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡ଼ିପାରେ। ଏମିତିକି  ବର୍ତ୍ତମାନ ଚାଲୁଥିବା ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହୋଇଯିବ। ଏହାଛଡା ୮୪ ଦିନିଆ  ବୈଧତା ବିଶିଷ୍ଟ ୨ ଜିବି ଦୈନିକ ଡାଟା ପ୍ଲାନର ମୂଲ୍ୟ ୯୪୯ ଟଙ୍କାରୁ ୯୯୯ ଟଙ୍କା ମଧ୍ୟରେ ହୋଇପାରେ। ଏଣୁ ଗ୍ରାହକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପଯୋଗ କରୁଥିବା ପ୍ଲାନ୍‌ଗୁଡିକ ଲାଗି ଆଗକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ। ତେବେ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହି ଦର ବୃଦ୍ଧିରୁ ବାହାରେ ରହିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର