୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତ ବଢ଼ିପାରେ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ୨୦୨୬ରେ ଦେଶରେ ବାସଗୃହ ମୂଲ୍ୟ ୫%ରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରାୟ ୬୮ ପ୍ରତିଶତ ଡେଭଲପରଙ୍କ କହିବାନୁଯାୟୀ, ବର୍ତ୍ତମାନ ପ୍ରକୃତ କ୍ରେତାଙ୍କଠାରୁ ପ୍ରପର୍ଟିର ପ୍ରବଳ ଚାହିଦା ରହିଛି। ୨୦୨୬ରେ ବାସଗୃହ ମୂଲ୍ୟ ବୃଦ୍ଧି ବନ୍ଦ ହେବ ନାହିଁ, ଯାହା କେବଳ ବଢ଼ିବ।  କ୍ରେଡାଇ ଏବଂ କ୍ରେ ମ୍ୟାଟ୍ରିକ୍ସର ଏହି  ସାମ୍ପ୍ରତିକ ରିପୋର୍ଟ ଗୃହକ୍ରେତାଙ୍କ ଚିନ୍ତା ବଢ଼ାଇ ଦେଇଛି। 

ଆହୁରି ପଢ଼ନ୍ତୁ: ଋଷିକେଶରୁ ଗିରଫ ହେଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ

ରିପୋର୍ଟ ଅନୁଯାୟୀ, ବଜାରରେ ମାନ୍ଦାବସ୍ଥା ଆଶା କରିବା ବର୍ତ୍ତମାନ ବ୍ୟର୍ଥ। କାରଣ ଅଧିକାଂଶ ଡେଭଲପରମାନେ ମୂଲ୍ୟ ବୃଦ୍ଧି ଉପରେ ବିଶ୍ୱାସ ରଖିଛନ୍ତି।ଏହି ସର୍ଭେର ତଥ୍ୟ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ମନୋଭାବକୁ ପ୍ରକାଶ କରୁଛି। ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ ୬୪୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ, ୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ। କିନ୍ତୁ ଏହା ଚିନ୍ତାର ଏକମାତ୍ର କାରଣ ନୁହେଁ। ତଥ୍ୟକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ୧% ଡେଭଲପର ବିଶ୍ୱାସ କରନ୍ତି ଯେ ଏହି ବୃଦ୍ଧି ୨୫%ରୁ ଅଧିକ ହୋଇପାରେ। ଏହି ସମୟରେ, ୧୮%  ଉତ୍ତରଦାତା ବିଶ୍ୱାସ କରନ୍ତି ଯେ ମୂଲ୍ୟ ୧୦ ରୁ ୧୫% ବୃଦ୍ଧି ପାଇବ। ହେଲେ କେବଳ ୮% ଡେଭଲପର ବିଶ୍ୱାସ କରନ୍ତି ଯେ ମୂଲ୍ୟ ହ୍ରାସ ପାଇବ। ରିପୋର୍ଟ ସୂଚାଇଛି ଯେ ପ୍ରାୟ ଦୁଇ-ତୃତୀୟାଂଶ ଡେଭଲପରମାନେ ଆଶା କରୁଛନ୍ତି ଯେ ଆଗାମୀ ବର୍ଷରେ ଗୃବାସହ ଚାହିଦା ୫%ରୁ ଅଧିକ ବୃଦ୍ଧି ପାଇବ। ଯେତେବେଳେ ପ୍ରକୃତ କ୍ରେତାଙ୍କଠାରୁ ଚାହିଦା ଆସେ,ସେତେବେଳେ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ହ୍ରାସ ପାଏ।  କାରଣ ଏହା ଏକ କୃତ୍ରିମ ବୃଦ୍ଧି ନୁହେଁ। କ୍ରେତାଙ୍କ ଏହି ନିରନ୍ତର ଆଗ୍ରହ ଡେଭଲପରମାନଙ୍କ ଆତ୍ମବିଶ୍ୱାସର ଏକ ପ୍ରମୁଖ କାରଣ। 

ଆହୁରି ପଢ଼ନ୍ତୁ: ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ, ଲାଭ ପାଇବେ କି ଗ୍ରାହକ ?

22 Dec 2025 By Deviprasad Mohanty

୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତ ବଢ଼ିପାରେ...

ନୂଆଦିଲ୍ଲୀ: ୨୦୨୬ରେ ଦେଶରେ ବାସଗୃହ ମୂଲ୍ୟ ୫%ରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରାୟ ୬୮ ପ୍ରତିଶତ ଡେଭଲପରଙ୍କ କହିବାନୁଯାୟୀ, ବର୍ତ୍ତମାନ ପ୍ରକୃତ କ୍ରେତାଙ୍କଠାରୁ ପ୍ରପର୍ଟିର ପ୍ରବଳ ଚାହିଦା ରହିଛି। ୨୦୨୬ରେ ବାସଗୃହ ମୂଲ୍ୟ ବୃଦ୍ଧି ବନ୍ଦ ହେବ ନାହିଁ, ଯାହା କେବଳ ବଢ଼ିବ।  କ୍ରେଡାଇ ଏବଂ କ୍ରେ ମ୍ୟାଟ୍ରିକ୍ସର ଏହି  ସାମ୍ପ୍ରତିକ ରିପୋର୍ଟ ଗୃହକ୍ରେତାଙ୍କ ଚିନ୍ତା ବଢ଼ାଇ ଦେଇଛି। 

ରିପୋର୍ଟ ଅନୁଯାୟୀ, ବଜାରରେ ମାନ୍ଦାବସ୍ଥା ଆଶା କରିବା ବର୍ତ୍ତମାନ ବ୍ୟର୍ଥ। କାରଣ ଅଧିକାଂଶ ଡେଭଲପରମାନେ ମୂଲ୍ୟ ବୃଦ୍ଧି ଉପରେ ବିଶ୍ୱାସ ରଖିଛନ୍ତି।ଏହି ସର୍ଭେର ତଥ୍ୟ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ମନୋଭାବକୁ ପ୍ରକାଶ କରୁଛି। ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ ୬୪୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ, ୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ। କିନ୍ତୁ ଏହା ଚିନ୍ତାର ଏକମାତ୍ର କାରଣ ନୁହେଁ। ତଥ୍ୟକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ୧% ଡେଭଲପର ବିଶ୍ୱାସ କରନ୍ତି ଯେ ଏହି ବୃଦ୍ଧି ୨୫%ରୁ ଅଧିକ ହୋଇପାରେ। ଏହି ସମୟରେ, ୧୮%  ଉତ୍ତରଦାତା ବିଶ୍ୱାସ କରନ୍ତି ଯେ ମୂଲ୍ୟ ୧୦ ରୁ ୧୫% ବୃଦ୍ଧି ପାଇବ। ହେଲେ କେବଳ ୮% ଡେଭଲପର ବିଶ୍ୱାସ କରନ୍ତି ଯେ ମୂଲ୍ୟ ହ୍ରାସ ପାଇବ। ରିପୋର୍ଟ ସୂଚାଇଛି ଯେ ପ୍ରାୟ ଦୁଇ-ତୃତୀୟାଂଶ ଡେଭଲପରମାନେ ଆଶା କରୁଛନ୍ତି ଯେ ଆଗାମୀ ବର୍ଷରେ ଗୃବାସହ ଚାହିଦା ୫%ରୁ ଅଧିକ ବୃଦ୍ଧି ପାଇବ। ଯେତେବେଳେ ପ୍ରକୃତ କ୍ରେତାଙ୍କଠାରୁ ଚାହିଦା ଆସେ,ସେତେବେଳେ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ହ୍ରାସ ପାଏ।  କାରଣ ଏହା ଏକ କୃତ୍ରିମ ବୃଦ୍ଧି ନୁହେଁ। କ୍ରେତାଙ୍କ ଏହି ନିରନ୍ତର ଆଗ୍ରହ ଡେଭଲପରମାନଙ୍କ ଆତ୍ମବିଶ୍ୱାସର ଏକ ପ୍ରମୁଖ କାରଣ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର