ମହଙ୍ଗା ପଡ଼ିଲା ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ସନାତନ, ଅରବିନ୍ଦ

Sakala Desk Picture
Published On

ଭୁବନେଶ୍ଵର: ଦଳରେ ବିଶୃଙ୍ଖଳା ସର୍ବୋପରି I ଯିଏ ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ବିଜେଡିରେ ବିଶୃଙ୍ଖଳିତ ନେତା ଓ କର୍ମୀଙ୍କର ସ୍ଥାନ ନାହିଁ । ଦଳୀୟ ଅନୁଶାସନ ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ। ବିଜେଡି ସୁପ୍ରିମୋ ବିଭିନ୍ନ ସମୟରେ ଦଳର ନେତା ଓ କର୍ମୀମାନଙ୍କୁ ଏ ସମ୍ପର୍କରେ ସଙ୍କେତ ଦେଇଛନ୍ତି । ସରକାର ଥ‌ିବା ସମୟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବହୁ ଟାଣୁଆ ନେତାଙ୍କୁ ନବୀନ ଦଳରୁ ନିଲମ୍ବିତ ଓ ବହିଷ୍କାର କରିଛନ୍ତି। ସେହିକ୍ରମରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ନବୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏନେଇ ଗୁରବାର ଦଳ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦଳ ପକ୍ଷରୁ ଉଭୟ ବିଧାୟକଙ୍କ ନିଲମ୍ବନ ସମ୍ପର୍କରେ ବିଧାନସଭାର ବାଚସ୍ପତିଙ୍କୁ ସନାତନ ମହାକୁଡ଼ ସର୍ବସାଧାରଣରେ ବିଜେଡି ସରକାରଙ୍କୁ ସମାଲୋଚନା କରି ଆସୁଥିଲେ ।

ଏପରିକି ଚମ୍ପୁଆ ତଥା କେନ୍ଦୁଝର ଜିଲ୍ଲାରେ ସେ ଦଳର ସଂଗଠନକୁ ଦୁର୍ବଳ କରୁଥିବା ନେଇ ନବୀନଙ୍କ ପାଖରେ ଖବର ପହଞ୍ଚିଥିଲା I ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ଯ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥୂବା ନେଇ ନବୀନ ଜାଣିବାକୁ ପାଇଥିଲେ | କିଛିମାସ ଧରି ନିର  ‌ବରେ ନବୀନ ଉଭୟଙ୍କ ଆଚରଣକୁ ନିରୀକ୍ଷଣ କରିବା ସହ ତ୍ରୁଟି ସୁଧାରିବାକୁ ମଧ୍ୟ ସୁଯୋଗ ଦେଇଥିଲେ I ମାତ୍ର ତ୍ରୁଟି ସୁଧାରିବା ପରିବର୍ଭେ ଉଭୟ ପୂର୍ବପରି ଦଳ ବିରୋଧ ରୋଧୀ କାର୍ଯ୍ୟରେ ଜଡ଼ିତ ଜଣା ପଡ଼ିବା ପରେ ଉଭୟ ୟଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ର ଯେତେବେଡ଼ ନେତା ଯେଉଁ ପଦବୀରେ ଥାଆନ୍ତୁ ପଛେ, ଦଳର ଶୃଙ୍ଖଳା ସର୍ବୋପରି |

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ଦଳର ଶୃଙ୍ଖଳା ସୀମାରେଖାକୁ ଯିଏ ଅତିକ୍ରମ କରିବ, ତାଙ୍କ ବି ବିରୋଧରେ କଡ଼ା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯିବ ବୋଲି ନବୀନ ଶକ୍ତ ଏବଂ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛନ୍ତି। ଅପରପକ୍ଷେ ନବୀନଙ୍କ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡିର ବରିଷ୍ଠ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଦଳର ନେତା ତଥା ବିଧାୟକଙ୍କ ଗତିବିଧ୍ ନେଇ ସମସ୍ତ ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନିକଟରେ ରହିଛି | ଯିଏ ବି ଦଳ ବିରୋଧରେ ଷଡ଼ଯନ୍ତ୍ର କରିବ, ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରିବ ସେମାନଙ୍କ ବିରୋଧରେ କଠୋରରୁ କ ନିଷ୍ପତ୍ତି ନେବାରେ କ୍ଷମତା ମଧ୍ୟ ନବୀନଙ୍କ ନିକଟରେ ରହିଛି। ସେ ସବୁକିଛି ଦୃଷ୍ଟିରେ ରଖ୍ ଓ ଭାବିଚିନ୍ତି ନିଷ୍ପଭି ନେଇଥାନ୍ତି। ଉଭୟ ବିଧାୟକ ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରିଥିବା ଦଳର ସଭାପତିଙ୍କ ନିଷ୍ପଭିରୁ ସ୍ପଷ୍ଟ ବୋଲି ସେ କହିଛନ୍ତି । ବିଜେଡିର ଅନ୍ୟତମ ବିଧାୟକ ଗଣେଶ୍ବର ବେହେରା ମଧ୍ୟ ସମାନ କଥା ଦୋହରାଇଛନ୍ତି I ଆମେ ଏନେଇ ସଭାପତିଙ୍କ ନିକଟରୁ ଅବଗତ ହୋଇଛୁ। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥ‌ିବା ସଭାପତି ସେମାନଙ୍କୁ ସୂଚନା ଦେଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନ ଆରମ୍ଭ: ୫୦ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ଗଲେ ୪ ମହାକାଶଚାରୀ

16 Jan 2026 By Sakala Desk

ମହଙ୍ଗା ପଡ଼ିଲା ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ସନାତନ, ଅରବିନ୍ଦ

ଭୁବନେଶ୍ଵର: ଦଳରେ ବିଶୃଙ୍ଖଳା ସର୍ବୋପରି I ଯିଏ ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ବିଜେଡିରେ ବିଶୃଙ୍ଖଳିତ ନେତା ଓ କର୍ମୀଙ୍କର ସ୍ଥାନ ନାହିଁ । ଦଳୀୟ ଅନୁଶାସନ ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ। ବିଜେଡି ସୁପ୍ରିମୋ ବିଭିନ୍ନ ସମୟରେ ଦଳର ନେତା ଓ କର୍ମୀମାନଙ୍କୁ ଏ ସମ୍ପର୍କରେ ସଙ୍କେତ ଦେଇଛନ୍ତି । ସରକାର ଥ‌ିବା ସମୟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବହୁ ଟାଣୁଆ ନେତାଙ୍କୁ ନବୀନ ଦଳରୁ ନିଲମ୍ବିତ ଓ ବହିଷ୍କାର କରିଛନ୍ତି। ସେହିକ୍ରମରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ନବୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏନେଇ ଗୁରବାର ଦଳ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦଳ ପକ୍ଷରୁ ଉଭୟ ବିଧାୟକଙ୍କ ନିଲମ୍ବନ ସମ୍ପର୍କରେ ବିଧାନସଭାର ବାଚସ୍ପତିଙ୍କୁ ସନାତନ ମହାକୁଡ଼ ସର୍ବସାଧାରଣରେ ବିଜେଡି ସରକାରଙ୍କୁ ସମାଲୋଚନା କରି ଆସୁଥିଲେ ।

ଏପରିକି ଚମ୍ପୁଆ ତଥା କେନ୍ଦୁଝର ଜିଲ୍ଲାରେ ସେ ଦଳର ସଂଗଠନକୁ ଦୁର୍ବଳ କରୁଥିବା ନେଇ ନବୀନଙ୍କ ପାଖରେ ଖବର ପହଞ୍ଚିଥିଲା I ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ଯ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥୂବା ନେଇ ନବୀନ ଜାଣିବାକୁ ପାଇଥିଲେ | କିଛିମାସ ଧରି ନିର  ‌ବରେ ନବୀନ ଉଭୟଙ୍କ ଆଚରଣକୁ ନିରୀକ୍ଷଣ କରିବା ସହ ତ୍ରୁଟି ସୁଧାରିବାକୁ ମଧ୍ୟ ସୁଯୋଗ ଦେଇଥିଲେ I ମାତ୍ର ତ୍ରୁଟି ସୁଧାରିବା ପରିବର୍ଭେ ଉଭୟ ପୂର୍ବପରି ଦଳ ବିରୋଧ ରୋଧୀ କାର୍ଯ୍ୟରେ ଜଡ଼ିତ ଜଣା ପଡ଼ିବା ପରେ ଉଭୟ ୟଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ର ଯେତେବେଡ଼ ନେତା ଯେଉଁ ପଦବୀରେ ଥାଆନ୍ତୁ ପଛେ, ଦଳର ଶୃଙ୍ଖଳା ସର୍ବୋପରି |

ଦଳର ଶୃଙ୍ଖଳା ସୀମାରେଖାକୁ ଯିଏ ଅତିକ୍ରମ କରିବ, ତାଙ୍କ ବି ବିରୋଧରେ କଡ଼ା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯିବ ବୋଲି ନବୀନ ଶକ୍ତ ଏବଂ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛନ୍ତି। ଅପରପକ୍ଷେ ନବୀନଙ୍କ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡିର ବରିଷ୍ଠ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଦଳର ନେତା ତଥା ବିଧାୟକଙ୍କ ଗତିବିଧ୍ ନେଇ ସମସ୍ତ ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନିକଟରେ ରହିଛି | ଯିଏ ବି ଦଳ ବିରୋଧରେ ଷଡ଼ଯନ୍ତ୍ର କରିବ, ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରିବ ସେମାନଙ୍କ ବିରୋଧରେ କଠୋରରୁ କ ନିଷ୍ପତ୍ତି ନେବାରେ କ୍ଷମତା ମଧ୍ୟ ନବୀନଙ୍କ ନିକଟରେ ରହିଛି। ସେ ସବୁକିଛି ଦୃଷ୍ଟିରେ ରଖ୍ ଓ ଭାବିଚିନ୍ତି ନିଷ୍ପଭି ନେଇଥାନ୍ତି। ଉଭୟ ବିଧାୟକ ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରିଥିବା ଦଳର ସଭାପତିଙ୍କ ନିଷ୍ପଭିରୁ ସ୍ପଷ୍ଟ ବୋଲି ସେ କହିଛନ୍ତି । ବିଜେଡିର ଅନ୍ୟତମ ବିଧାୟକ ଗଣେଶ୍ବର ବେହେରା ମଧ୍ୟ ସମାନ କଥା ଦୋହରାଇଛନ୍ତି I ଆମେ ଏନେଇ ସଭାପତିଙ୍କ ନିକଟରୁ ଅବଗତ ହୋଇଛୁ। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥ‌ିବା ସଭାପତି ସେମାନଙ୍କୁ ସୂଚନା ଦେଇଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର