ବାରବାଟୀ ଟି-୨୦; ଆଜି ଦିନ ୨ଟାରୁ ଅନଲାଇନ୍‌ ଟିକଟ ବୁକିଂ....

Deviprasad Mohanty Picture
Published On

କଟକ: ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣଆଫ୍ରିକା ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ୍‌ ବିକ୍ରି ଆରମ୍ଭ ହେବ। ଦିନ ୨ଟାରୁ ଆରମ୍ଭ ହେବ ଅନଲାଇନ୍‌ ଟିକଟ ବୁକିଂ। ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍ଲିକେସନ ଏବଂ ୱେବସାଇଟ୍‌ରେ କ୍ରିକେଟପ୍ରେମୀ ଟିକଟ ବୁକ୍‌ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ଅନଲାଇନ୍‌ ଟିକଟ କ୍ରେତାମାନଙ୍କ ପାଇଁ ଡିସେମ୍ବର ୮ ଏବଂ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରିବେ। ତେବେ ଗ୍ୟାଲେରୀ ନଂ-୨, ୪, ୭ ସହିତ ନ୍ୟୁ ପ୍ୟାଭିଲିୟନ, ସ୍ପେଶିଆଲ ଏନକ୍ଲୋଜର ଏବଂ ଏସି ଗ୍ୟାଲେରୀ ବକ୍ସର ଟିକଟ କେବଳ ଅନଲାଇନ୍‌ରେ ବୁକିଂ ହୋଇପାରିବ। ଜଣେ ବ୍ୟକ୍ତି ୨ଟି ଟିକଟ ହିଁ ଅନଲାଇନ୍‌ରେ କିଣି ପାରିବେ। ଆସନ୍ତା ୭ ତାରିଖରେ ଉଭୟ ଭାରତ ଏବଂ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ। ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ। ଦିନ ସମୟରେ ଭାରତ ଏବଂ ସନ୍ଧ୍ୟା ସମୟରେ ଦକ୍ଷିଣଆଫ୍ରିକା ଦଳର ଅଭ୍ୟାସ ସୂଚୀ ଧାର୍ଯ୍ୟ କରାଯାଇଛି। ଅଭ୍ୟାସ ଦେଖିବା ନିମନ୍ତେ ଗ୍ୟାଲେରୀ ନଂ-୬ ଏବଂ ୭ ଫାଟକ ଖୋଲା ରଖାଯିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡିକୁ ଟିକଟ ବିକ୍ରି କରାଯିବ। ମୋଟ୍‌ ୪୨ହଜାର ଟିକଟ ଭିତରୁ ୧୧ହଜାର ଟିକଟ ଅନୁବନ୍ଧିତ ୟୁନିଟ କିଣିବେ। ୧୦ହଜାର ଟିକଟ କାଉଣ୍ଟରକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ ନିକଟରେ ଟିକଟ କାଉଣ୍ଟର ଖୋଲିବ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ। 

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

01 Dec 2025 By Deviprasad Mohanty

ବାରବାଟୀ ଟି-୨୦; ଆଜି ଦିନ ୨ଟାରୁ ଅନଲାଇନ୍‌ ଟିକଟ ବୁକିଂ....

କଟକ: ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣଆଫ୍ରିକା ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ୍‌ ବିକ୍ରି ଆରମ୍ଭ ହେବ। ଦିନ ୨ଟାରୁ ଆରମ୍ଭ ହେବ ଅନଲାଇନ୍‌ ଟିକଟ ବୁକିଂ। ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍ଲିକେସନ ଏବଂ ୱେବସାଇଟ୍‌ରେ କ୍ରିକେଟପ୍ରେମୀ ଟିକଟ ବୁକ୍‌ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଅନଲାଇନ୍‌ ଟିକଟ କ୍ରେତାମାନଙ୍କ ପାଇଁ ଡିସେମ୍ବର ୮ ଏବଂ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ଟିକଟ୍‌ର ହାର୍ଡକପି ସଂଗ୍ରହ କରିବେ। ତେବେ ଗ୍ୟାଲେରୀ ନଂ-୨, ୪, ୭ ସହିତ ନ୍ୟୁ ପ୍ୟାଭିଲିୟନ, ସ୍ପେଶିଆଲ ଏନକ୍ଲୋଜର ଏବଂ ଏସି ଗ୍ୟାଲେରୀ ବକ୍ସର ଟିକଟ କେବଳ ଅନଲାଇନ୍‌ରେ ବୁକିଂ ହୋଇପାରିବ। ଜଣେ ବ୍ୟକ୍ତି ୨ଟି ଟିକଟ ହିଁ ଅନଲାଇନ୍‌ରେ କିଣି ପାରିବେ। ଆସନ୍ତା ୭ ତାରିଖରେ ଉଭୟ ଭାରତ ଏବଂ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ। ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ। ଦିନ ସମୟରେ ଭାରତ ଏବଂ ସନ୍ଧ୍ୟା ସମୟରେ ଦକ୍ଷିଣଆଫ୍ରିକା ଦଳର ଅଭ୍ୟାସ ସୂଚୀ ଧାର୍ଯ୍ୟ କରାଯାଇଛି। ଅଭ୍ୟାସ ଦେଖିବା ନିମନ୍ତେ ଗ୍ୟାଲେରୀ ନଂ-୬ ଏବଂ ୭ ଫାଟକ ଖୋଲା ରଖାଯିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡିକୁ ଟିକଟ ବିକ୍ରି କରାଯିବ। ମୋଟ୍‌ ୪୨ହଜାର ଟିକଟ ଭିତରୁ ୧୧ହଜାର ଟିକଟ ଅନୁବନ୍ଧିତ ୟୁନିଟ କିଣିବେ। ୧୦ହଜାର ଟିକଟ କାଉଣ୍ଟରକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି। ଡିସେମ୍ବର ୫ ତାରିଖରେ ବାରବାଟୀ ଷ୍ଟାଡିୟମ ନିକଟରେ ଟିକଟ କାଉଣ୍ଟର ଖୋଲିବ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର