ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର ଜିରୋ ଟଲେରାନ୍ସ: କୋଟିପତି ପିଏସ ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ଯ ସରକାର

ଭୁବନେଶ୍ବର : ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜିରୋ ଟଲେରାନ୍ସ ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚିଙ୍କୁ ଗିରଫ କରିଛି ଭିଜିଲାନ୍ସ  ।

ସୂଚନା ଅନୁଯାୟୀ, ଆଜି କୁବେର ପିଏସ୍ ବିରଞ୍ଚି ସାହୁଙ୍କୁ  ଷ୍ଟାଫ ସିଲେକସନ କମିଶନ ନିଲମ୍ବିତ କରିଥିଲେ।। ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି କୁବେର ପିଏସ୍ । ଚଢ଼ାଉ ବେଳେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ଯାହା ତାଙ୍କ ପ୍ରକୃତ ଆୟଠାରୁ ୨୬୮ ପ୍ରତିଶତ ଅଧିକ । ଗତ ୩୧ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଜାମିନ ଆବେଦନ ପରେ ଖାରଜ ପରେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ରେଡ୍ ବେଳେ ଶାଳକଙ୍କ ଘରୁ ନଗଦ ୧୩ଲକ୍ଷ ଟଙ୍କା ମିଳିଥିଲା। ଏତେ ଟଙ୍କା କାହାର ଓ କେଉଁଠୁ ଆଣିଲେ, ସେନେଇ ଖୋଳତାଡ଼ ଚାଲିଛି ।

Leave A Reply

Your email address will not be published.