ସ୍ୱର ବଦଳାଇଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ

କିଭ୍: ୠଷ-ୟୁକ୍ରେନ ଯୁଦ୍ଧ ୧୪ ଦିନରେ ପହଞ୍ଚିଛି। ଏହାରି ମଧ୍ଯରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର ବଦଳିଛି। ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ ସପକ୍ଷବାଦୀ ଓ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବାକୁ ସେ ରାଜି ହୋଇଛନ୍ତି ।

ଆକ୍ରମଣ ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନ୍ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଥିଲେ । ଏବେ ପୁଟିନ୍ ଚାହୁଁଛନ୍ତି ଏହି ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଉ ୟୁକ୍ରେନ୍ । ଯାହାକୁ ମାନି ଦେଇଛନ୍ତି ଜେଲେନସ୍କି । ତୃତୀୟ ପର୍ୟ୍ୟାୟ ଆଲୋଚନାରେ ଋଷ ୪ଟି ସର୍ତ ରଖିଥିଲା । ଏହା ମଧ୍ୟରୁ ଏହି ଦୁଇଟି ସର୍ତକୁ ମାନି ନେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏହା ସହ ୟୁକ୍ରେନ୍ ରାଷ୍ଟ୍ରପତି ୟୁକ୍ରେନବାସୀ ମୃତାହତ ହେବା ପାଇଁ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛନ୍ତି । ପାଶ୍ଚାତ୍ୟ ଦେଶ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଓ ୠଷିଆକୁ ରୋକିବାରେ ବିଫଳ ହୋଇଥିବା କହିଛନ୍ତି ।

ଆସନ୍ତାକାଲି ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ଯାୟ ଆଲୋଚନା ହେବ। ପ୍ରଥମ ଥର ଦୁଇ ଦେଶର ବୈଦେଶିକ ମନ୍ତ୍ରିସ୍ତରୀୟ କଥାବାର୍ତା ପାଇଁ ସହମତି ହୋଇଛି। ତେବେ ୠଷିଆ ସର୍ତରେ ୟୁକ୍ରେନ୍ ରାଜି ହେଉଥିବାରୁ ଯୁଦ୍ଧ ସମାପ୍ତ ହେବା ନେଇ ସମ୍ଭାବନା ଦେଖାଦେଇଛି।

Leave a comment