ପୁତିନ ଜୀବିତ କି ମୃତ ଜଣାନାହିଁ: ଜେଲେଁସ୍କି

କିଭ୍‌ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଜୀବିତ ଅଛନ୍ତି କି ନାହିଁ ତାହା ଜଣାନାହିଁ। ବେଳେବେଳେ ଜଣେ ବ୍ୟକ୍ତି ସବୁଜ ସ୍କ୍ରିନ୍‌ରେ ଆସନ୍ତି। ତେବେ ସେ ରୁଷ ରାଷ୍ଟ୍ରପତି କି ନୁହେଁ ସନ୍ଦେହ ସୃଷ୍ଟି ହେଉଛି। ଡାଭୋସରେ ଚାଲିଥିବା ୱାର୍ଲ୍ଡ ଇକୋନମିକ ଫୋରମ (ଡବ୍ଲ୍ୟୁଇଏଫ୍‌) କୁ ଗୁରୁବାର ସମ୍ବୋଧନ କରି ୟୁକ୍ରେନ ରାଷ୍ଟ୍ରପତି ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଏହା କହିଛନ୍ତି। ଏକ ଘରୋଇ କାର୍ଯ୍ୟକ୍ରମରେ ଜେଲେଁସ୍କି ଦେଇଥିବା ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ନୂଆ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ରୁଷ୍‌ ନେତା ଏହି ମନ୍ତବ୍ୟକୁ ନେଇ ଜେଲେଁସ୍କିଙ୍କୁ ନିଶାଣ କରିଛନ୍ତି। ପୁତିନ କିମ୍ବା ରୁଷ୍‌ କେହି ପଛଘୁଞ୍ଚା ଦେବେନାହିଁ ବୋଲି ସେ କହିଛନ୍ତି।

Leave a comment