ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷିଆକୁ ଝଟକା: ମନିଟାଇଜେସନ ଉପରେ ପ୍ରତିବନ୍ଧକ ଲଗାଇଲା ୟୁଟ୍ୟୁବ୍‌

ନୂଆଦିଲ୍ଳୀ: ଚାଲିଛି ଋଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ । ଏହି ଯୁଦ୍ଧ ପରେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି ବିଭିନ୍ନ ଦେଶ। ଏହାରି ଭିତରେ ଋଷିଆକୁ ଝଟକା ଦେଇଛି ୟୁଟ୍ୟୁବ। ଋଷର ଆରଟି ଓ ଏବଂ ଅନ୍ୟାନ୍ୟ ଟିଭି ଚ୍ୟାନେଲ ଉପରେ ଗୁଗୁଲ୍ ୟୁଟ୍ୟୁବରେ ହେଉଥିବା ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛି।

ରିପୋର୍ଟ ଅନୁଯାୟୀ, ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ଯେ, ତାଙ୍କର ପ୍ଲାଟଫର୍ମରେ ଅନେକ ଚାନେଲ କାରଣରୁ ମନିଟାଇଜେସନ ଉପରେ ରୋକ ଲାଗାଯାଇଛି। ଯେଉଁଥିରେ ଋଷିଆର ଅନେକ ଚାନେଲ ସାମିଲ ରହିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବର ଏହି ପଦକ୍ଷେପ ଦ୍ବାରା ରୁଷିଆ ସରକାରଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

Leave A Reply

Your email address will not be published.