ଆସିଲା ୟୁଟ୍ୟୁବ୍‌ର ନୂଆ ଫିଚର ‘ଗୋ ଲାଇଭ୍‌ ଟୁଗେଦର୍‌’

ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ ପକ୍ଷରୁ ‘ଗୋ ଲାଇଭ୍‌ ଟୁଗେଦର୍‌’ ନାମକ ଏକ ବିଶେଷ ଫିଚର୍‌ ଲଞ୍ଚ୍‌ କରାଯାଇଛି। ଏହି ଫିଚର୍‌ ସାହାଯ୍ୟରେ କଣ୍ଟେଣ୍ଟ୍‌ କ୍ରିଏଟର୍ସମାନେ କୌଣସି ଜଣେ ଅତିଥିଙ୍କୁ ନିଜ ଚ୍ୟାନେଲ୍‌ ମାଧ୍ୟମରେ ଇନ୍‌ଭାଇଟ୍‌ କରିପାରିବେ ଏବଂ ତାଙ୍କ ସହିତ ଲାଇଭ୍‌ ଷ୍ଟ୍ରିମ୍‌ ଭିଡିଓ କରିପାରିବେ। ୟୁଟ୍ୟୁବ୍‌ର ବ୍ଲଗ୍‌ପୋଷ୍ଟ୍‌ ଅନୁସାରେ ଏହା ଏବେ କେବଳ ସ୍ମାର୍ଟଫୋନ୍‌ ଜରିଆରେ ହୋଇପାରିବ। ଆଗାମୀ ଦିନରେ ଏହାର ଡେସ୍କଟପ୍‌ ଭର୍ସନ୍‌ ମଧ୍ୟ ମାର୍କେଟ୍‌କୁ ଆସିବ।

ସ୍ମାର୍ଟଫୋନ୍‌ରେ ୟୁଟ୍ୟୁବ୍‌ରେ ଏହି ନୂତନ ଅପ୍‌ସନ୍‌କୁ ବ୍ୟବହାର କରିବାକୁ ହେଲେ, ପ୍ରଥମେ ୟୁଟ୍ୟୁବ୍‌ ଅନ୍‌ କରି ସେଥିରେ ଥିବା ‘ଗୋ ଲାଇଭ୍‌ ଟୁଗେଦର୍‌’ ଅପ୍‌ସନ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ସେଠାରେ ଥିବା କ୍ରିଏଟ୍‌ ସେକ୍ସନ୍‌ରେ ‘ଗୋ ଲାଇଭ୍‌’ ବଟନ୍‌ ନିମ୍ନ ଭାଗରେ ଦେଖାଯିବ। ଏହାଦ୍ବାରା ସେମାନେ କୌଣସି ଅତିଥିଙ୍କୁ ଲିଙ୍କ୍‌ ପଠାଇ ଲାଇଭ୍‌ ଷ୍ଟ୍ରିମ୍‌ ଭିଡିଓ ପାଇଁ ଆମନ୍ତ୍ରଣ କରିପାରିବେ। ଏହା ସହିତ କୌଣସି ଅତିଥିଙ୍କୁ ନାମକୁ ପରିବର୍ତ୍ତନ କରି ଅନ୍ୟ କାହାକୁ ଆମନ୍ତ୍ରଣ କରିବାର ସୁବିଧା ମଧ୍ୟ ରହିଛି।

Leave a comment