ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ରମାଦେବୀ’ ସାମ୍‍ନାରେ ଯୁବକର ଉନ୍ମତ୍ତକାଣ୍ଡ : ଛାତ୍ରୀଙ୍କୁ ବାଡ଼େଇ ଲହୁଲୁହାଣ କଲେ

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍‍ନାରେ ଯୁବକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଅସାମାଜିକ ଯୁବକ ବାଡ଼େଇ ଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ତେବେ ପୁଲିସ ଏକ ମାମଲା ରୁଜୁକରି ଅନୁସନ୍ଧାନ କରୁଛି।ଅଭିଯୋଗ ଅନୁସାରେ ସୋମବାର ମଧ୍ୟାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମ୍‍ନା ଫୁଟପାଥରେ ଜଣେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ବସିବା ବେଳେ ଜଣେ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ କଲେଜ ଜଣେ ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ ଏହାକୁ ବିରୋଧ କରିବା ସହ ପ୍ରଥମ ବର୍ଷର ଛାତ୍ରୀଙ୍କ ମାମଲାର ସମାଧାନ କରିବା ଲାଗି କହିଥିଲେ।

ଏଥିରେ ଯୁବକ ଜଣକ ରାଗିଯାଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଛାତ୍ରୀଙ୍କୁ ମାଡ଼ମାରିବା ପରେ ବାଇକ ନେଇ ଯୁବକ ଜଣକ ଫେରାର୍‍ ହୋଇଯାଇଥିଲେ। ତେବେ ଘଟଣାସ୍ଥଳରେ ପିସିଆର୍‍ ପହଞ୍ଚି ମାଡ଼ ଖାଇଥିବା ଛାତ୍ରୀଙ୍କୁ ଥାନାକୁ ଆଣିଥିଲା। ଏହି ଘଟଣା ପରେ ରମାଦେବୀ କଲେଜ ସାମ୍‍ନାରେ କିଛି ସମୟ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ମାଡ଼ ମାରିଥିବା ଯୁବକର ଘର କିମ୍ଭିରିଆ ବସ୍ତିର ବୋଲି ସହିଦନଗର ଥାନା ପୁଲିସ ଜାଣିବାକୁ ପାଇଛି। ତାକୁ ଠାବ କରିବା ଲାଗି ଚଢ଼ଉ ଜାରି ରହିଥିବା ପୁଲିସ କହିଛି।

Leave A Reply

Your email address will not be published.