ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁଥ ଫର ସେବା ପକ୍ଷରୁ ‘ପେଣ୍ଟ ଏ ଦିଆ କାର୍ଯ୍ଯକ୍ରମ’ ଅନୁଷ୍ଠିତ

ଭୁବନେଶ୍ବର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଥ ଫର ସେବା ଦ୍ୱାରା ଏକ ନିଆରା କାର୍ଯ୍ଯକ୍ରମ ପେଣ୍ଟ ଏ ଦିଆ (Paint A Diya) ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଭୁବନେଶ୍ବରର ୟୁନିଟ ୬ ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟର ଅନୁଷ୍ଠାତା ନିରୋଜ ଲକ୍ଷ୍ମୀ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ବର୍ତ୍ତମାନ ବଜାରରେ ଅନେକ ଦାମୀ ଡିଜାଇନର ଦୀପ ଉପଲବ୍ଧ ଓ ଲିଚୁ ଲାଇଟ ଥିବା ବେଳେ ମାଟି ଦୀପର ଚାହିଦା କମି କମି ଆସୁଛି । ଉକ୍ତ କାର୍ଯ୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ମାଟି ଦୀପକୁ ଅଧିକ ଆଦୃତ କରାଇବା। ମାଟି ଦୀପ କ୍ରୟ ଦ୍ୱାରା ସ୍ଥାନୀୟ ବିକ୍ରେତା ଏବଂ ସ୍ଥାନୀୟ କୁମ୍ଭାର ମାନେ ଉପକୃତ ହେବେ । ୟୁଥ ଫର ସେବାର କାର୍ଯ୍ଯକ୍ରମରେ ଭାଗ ନେଇ ପିଲାମାନଙ୍କୁ ନିଜର ଲୁକାହିତ କଳା ପଦର୍ଶନ କରିବା ପାଇଁ ଏକ ସୁଯୋଗ ମଧ୍ୟ ମିଳିଥିଲା। ପିଲାମାନେ ବିଭିନ୍ନ ରଙ୍ଗ ବ୍ୟବହାର କରି ମାଟି ଦୀପ ମାନଙ୍କରେ ସୁନ୍ଦର ସୁନ୍ଦର ଡିଜାଇନ ଆଙ୍କିଥିଲେ । ସେମାନଙ୍କ ମୁଖରେ ଥିବା ଉଲ୍ଲାସ ଅତୁଳନୀୟ ଥିଲା ।

ସଂଗଠନର ସଂଯୋଜକ ସୁବ୍ରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ଯକ୍ରମକୁ ଜ୍ଞାନ ରଞ୍ଜନ ଦାସ ସମ୍ପାଦନ କରିଥିଲେ ଏବଂ ୟୁଥ ଫର ସେବାର ଅନ୍ୟ ସଦସ୍ୟ ଅତିକ, ବିଭୁ ରଞ୍ଜନ, ଅଭିଜିତ ଓ ସଂଗ୍ରାମ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସତ୍ୟଭାମା ଦେବୀ ବଧିର ମହାବିଦ୍ୟାଳୟର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

Leave A Reply

Your email address will not be published.