ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାୟଗଡ଼ାରେ ନକଲି ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ତଦନ୍ତ ଆରମ୍ଭ

ରାୟଗଡା: ଭୁଲ୍ ଇଞ୍ଜେକସନ୍ରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଜଣେ ନକଲି ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଏଭଳି ଘଟଣା ଘଟିଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା ।

ସୂଚନା ଅନୁସାରେ, ପ୍ରଶାନ୍ତ କୌଶଲ୍ୟାଙ୍କ ଦେହ ଅସୁସ୍ଥ ହେବାରୁ ଶନିବାର ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ବି.ଏ ରାଓ ବା ନନ୍ଦୁ ବାବୁ ନାମକ ନକଲି ଡାକ୍ତର କ୍ଲିନିକକୁ ପ୍ରଶାନ୍ତ କୌଶଲ୍ୟା ଯାଇଥିଲେ । ତାଙ୍କର ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହେଉଥିଲା । କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ ନନ୍ଦୁ । ଇଞ୍ଜେକସନ ଦେବା ପରେ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ କରି ଲୋକଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତର ବି. ଆନନ୍ଦ ରାଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Leave A Reply

Your email address will not be published.