ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ବିରୋଧରେ ତାତିଲେ ଯୁବ-ଛାତ୍ର ବିଜେଡି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ପେଟ୍ରୋଲିୟମ ସାମଗ୍ରୀ ଓ ରନ୍ଧନ ଗ୍ୟାସ୍‍ର ଦରବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସଂଗ୍ରାମ ମାନ୍ୟତା ଦେବା ଦାବିକୁ ଉପେକ୍ଷା, କୋଇଲା ରାଜଭାଗ ବୃଦ୍ଧି ନ କରାଇବାକୁ ଚକ୍ରାନ୍ତ, ସ୍ୱଚ୍ଛ ଟିକସରୁ ରାଜ୍ୟକୁ ଭାଗ ନ ଦେବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଛାତ୍ର ଓ ଯୁବ ବିଜେଡ଼ି  ଗୁରୁବାର ରାଜଧାନୀରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରିଛି। ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଡିଏ ଅଫିସ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦିଆଯାଉଛି।

ଏହି ଗଣଧାରଣାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ଓ ଛାତ୍ର ନେତାମାନେ ଯୋଗ ଦେଇଛନ୍ତି।। ଆଜି ସକାଳ ସକାଳ ୯ଟା ସମୟରେ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ଗଭର୍ଣ୍ଣର ହାଉସ ଛକ, କଳିଙ୍ଗ ଷ୍ଟାଡ଼ିଅମ ଛକ ଦେଇ ବିଡିଏ ଅଫିସ ପାଖରେ ପହଞ୍ଚି ଥିଲା । ଏଠାରେ ଦଳୀୟ କର୍ମକର୍ତ୍ତମାନେ ପର୍ଯ୍ୟାୟକ୍ରମେ ଯୋଗ ଦେଇ କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ବିରୋଧରେ ବର୍ଷିଥିଲେ।

ଅନ୍ୟପଟେ ଡ଼ିସେମ୍ବର ଶୀତରେ ବି ତତଲା ରାଜଧାନୀ ରାଜନୀତି। ପ୍ରଚଣ୍ଡ ହୋ-ହଲ୍ଲାରେ କମ୍ପୁଛି ବିଧାନସଭା ଗୃହ। ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ସାଙ୍ଗକୁ ରାଜଭବନକୁ ପଦଯାତ୍ରା ସବୁ ମିଶି ରାଜ୍ୟ ରାଜନୀତିକୁ ଉଷ୍ଣ କରି ଦେଇଛି। ଏହି ସ୍ଥିତିରେ ଆଜି ଭିନ୍ନଭିନ୍ନ ପ୍ରସଙ୍ଗରେ ରାଜଧାନୀରେ ବିଜେଡି ଓ ବିଜେପି ଯୁବ ବାହିନୀ ନିଜନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ପ୍ରତିବାଦରେ ଯୁବ ବିଜେଡି ବାଇକ୍‍ ଶୋଭାଯାତ୍ରା କରିବାକୁ ଘୋଷଣା କରିଥିବାବେଳେ ମମିତା ପ୍ରସଙ୍ଗକୁ ନେଇ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଘୋଷଣା କରିଛି। ଦୁଇ ରାଜନୈତିକ ଦଳର କାର୍ଯ୍ୟକ୍ରମ ପାଇଁ ପୁଲିସ ପାଇଁ ଶିରପୀଡ଼ା ହୋଇଛି। ଏଥିପାଇଁ ଜିଲ୍ଲା ବାହାରୁ ଅଧିକ ପୁଲିସ କର୍ମଚାରୀଙ୍କୁ ଅଣାଯିବା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.